ଭୁବନେଶ୍ୱର,୭।୮(ଏସଏସନିଉଜ)ଜଣେ ନାବାଳିକା ଝିଅ ନିଖୋଜ ହେବା ଓ ତାକୁ ଅପହରଣ କରିଥିବା ଅଭିଯୋଗ ରେ ନନ୍ଦନ କାନନ ଥାନା ପୋଲିସ ଶୁକ୍ରବାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସିଏ ହେଲେ ଚନ୍ଦକା ଥାନ ଅଧିନସ୍ଥ ପାଇକେରା ପୁର ଗ୍ରାମର ସିଲୁ ଭୋଇ(୨୪)।
ପ୍ରକାଶ ଯେ,ଗତ ୨୧ ଏପ୍ରିଲ ୨୦୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ଅନ୍ତର୍ଗତ ପାଇକରାପୁର ଗ୍ରାମର ବାସିନ୍ଦା ତଥା ବର୍ତ୍ତମାନ କେନ୍ଦୁପାଟଣା କଲେଜ ଛକରେ ବସବାସ କରୁଥିବା କଳ୍ପନା ରଞ୍ଜିତ ନନ୍ଦନକାନନ ଥାନାରେ ତାଙ୍କ ନାବାଳିକା ଝିଅ ଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ ଦାଖଲ କରିଥିଲେ। ଏହି ଅଭିଯୋଗ ଆଧାରରେ ନନ୍ଦନକାନନ ଥାନାରେ କେସ ନଂ–୧୪୬/୨୫ ରୁଜୁ କରାଯାଇଥିଲା।ଶୁକ୍ରବାର ଦିନବିଶେଷ ସୂତ୍ରରୁ ସୂଚନା ପାଇ ନନ୍ଦନକାନନ ପୁଲିସ ସହିଦନଗର ଥାନା ଅଞ୍ଚଳରେ ଚଢ଼ାଉ କରି ନାବାଳିକା ଙ୍କୁ ପାଇକରାପୁର ଗ୍ରାମର ବାବୁଲି ଭୋଇଙ୍କ ପୁଅ ସିଲୁ ଭୋଇଙ୍କ ନିକଟରୁ ଉଦ୍ଧାର କରିଥିଲା।ଉଦ୍ଧାର ପରେ ନାବାଳିକା ଓ ସିଲୁ ଭୋଇଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ତଦନ୍ତରେ ମିଳିଥିବା ତଥ୍ୟ ଆଧାରରେ ନନ୍ଦନକାନନ ଥାନା କେସ ନଂ–୧୪୬/୨୫ରେ ପୂର୍ବରୁ ଲାଗିଥିବା ଧାରାରେ ପରିବର୍ତ୍ତନ କରାଯାଇସିଲୁ ଭୋଇଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବାର ଆଇଆଇସି ବିଭୂତି ଭୂଷଣ ମୁଦୁଲି କହିଛନ୍ତି।