ଭୂତ ବଙ୍ଗଳାରେ ଡରାଇଲା ଭୂତ

ବାଉଁଶ ଲାଠିରେ ପିଟି ପିଟି ହତ୍ୟା,୧ଗିରଫ

ମେଣ୍ଢାଶାଳ,୭।୮(ଏସଏସନିଉଜ) ଭୂତ ବଙ୍ଗଳାରେ ସୋଇଥିବା ଜଣେ ବ୍ୟକ୍ତିକୁ ଠେଙ୍ଗାରେ ମାଡ ମାରି ରକ୍ତାତ କରିବା ଓ ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିବା ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ଚନ୍ଦକାଥାନା ପୋଲିସାପୋଲିସ ଆଜି ତାଙ୍କୁ କୋର୍ଟଚାଲାଣ କରିବା ସହ ବ୍ୟବହୃତ ବାଉଁଶ ଲାଠିକୁ ଜବତ କରିଛି ।ଗିରଯ ବ୍ୟକ୍ତି ହେଉଛନ୍ତି ଚନ୍ଦକା ଥାନା ଅଧିନସ୍ଥ ପାଇକେରାପୂର୍ ଗ୍ରାମର ବ୍ରଜ କିଶୋର ଭୋଇ(୩୦)। ସୂଚନାଯୋଗ୍ୟ ଯେ,ଚନ୍ଦକା ଥାନା ଅନ୍ତର୍ଗତ ପାଇକରାପୁର ଗ୍ରାମରେ ଏକ ପରିତ୍ୟକ୍ତ ଘରେ କବିତା ଦାସ ଓ ତାଙ୍କପରିବାର ସହ ରୁହିଆସୁଛନ୍ତି । ପାଇକରାପୁର ଗ୍ରାମରେ ଥିବା ଏହି ପରିତ୍ୟକ୍ତ କୋଠାକୁ ସ୍ଥାନୀୟ ଲୋକେ “ଭୂତବଙ୍ଗଳା” ବୋଲି କହୁଥିଲେ । ଉକ୍ତ କୋଠାର ଦେଖାଶୁଣା ଦିବାକର ଭୋଇ ଓ ତାଙ୍କ ପୁଅ ବ୍ରଜକିଶୋର ଭୋଇ ଓରଫ ବାପି କରୁଥିଲେ । ମୃତକ ମହନୀ ଦାସ, ସାକ୍ଷୀ ବଳରାମ ଭୋଇ ଓରଫ ବିନୁ, ବିଷ୍ଣୁ ବେହେରା ଓରଫ ହନୁ, ଲିପୁ ଓରଫ ସନ୍ଦୀପ ଭୋଇ ଏବଂ ବ୍ରଜକିଶୋର ଭୋଇ ଓରଫ ବାପି ଭୋଇ ରାତିରେ ସେହି କୋଠାରେ ଶୋଉଥିଲେ । ଗତ ୦୧.୦୮.୨୦୨୬ ତାରିଖ ରାତି ପ୍ରାୟ ୧୧.୩୦ ସମୟରେ ବଳରାମ ଭୋଇ, ବିଷ୍ଣୁ ବେହେରା, ମହାନୀ ଦାସ ଓ ସନ୍ଦୀପ ଭୋଇ ଆଲୁଅ ଲିଭାଇ ଶୋଇଥିବା ସମୟରେ ଅଭିଯୁକ୍ତ ବ୍ରଜକିଶୋର ଭୋଇ ଓରଫ ବାପି ଭୋଇ ଏକ ମୋଟା ବାଉଁଶ ଲାଠି ଧରି କୋଠା ଭିତରକୁ ପ୍ରବେଶ କରିଥିଲେ । ସେ ଆଲୁଅ ଜଳାଇ ସେଠାରେ ଥିବା ସମସ୍ତଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହାପରେ ବାପି ଭୋଇ ପ୍ରଥମେ ବିଷ୍ଣୁ ବେହେରାଙ୍କୁ ବାଉଁଶ ଲାଠିରେ ମାଡ଼ ମାରିଥିଲେ । ପରେ ବଳରାମ ଭୋଇଙ୍କ ହାତରେ ମଧ୍ୟ ଆଘାତ କରିଥିଲେ । ଏହି ଆକ୍ରମଣରେ ଉଭୟେ ଆହତ ହୋଇଥିଲେ । ଏଥିସହ ଅଭିଯୁକ୍ତ ସେମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏହି ସମୟରେ ମହନୀ ଦାସ ନିଦ୍ରାରେ ଥିବାରୁ ତୁରନ୍ତ ସେଠାରୁ ଯାଇ ପାରିନଥିଲେ । ଅଭିଯୁକ୍ତ ବାପି ଭୋଇ ତାଙ୍କୁ ମାରିଦେବା ଉଦ୍ଦେଶ୍ୟରେ ବାଉଁଶ ଲାଠିରେ ମହନୀ ଦାସଙ୍କ ମୁଣ୍ଡକୁ ଜୋରରେ ଆଘାତ କରିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା ଏବଂ ସେ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇପଡ଼ିଥିଲେ । ଘଟଣାକୁ ଦେଖି ଭୟଭୀତ ହୋଇ ବିନୁ ଓ ହନୁ ସେଠାରୁ ପଳାଇ ଯାଇଥିଲେ । ମହନୀ ଦାସଙ୍କ ମୃତ୍ୟୁ ହୋଇଥିବା ଭାବି ଅଭିଯୁକ୍ତ ବାପି ଭୋଇ ମଧ୍ୟ ଘଟଣାସ୍ଥଳରୁ ପଳାଇ ଯାଇଥିବା ଜଣାପଡ଼ିଥିଲା ।
ତଦନ୍ତ ସମୟରେ ଜଣାପଡ଼ିଲା ଯେ, ଘଟଣା ପରେ ଅଭିଯୁକ୍ତ ବ୍ରଜକିଶୋର ଭୋଇ ଓରଫ ବାପି ଭୋଇ ତାଙ୍କ ବନ୍ଧୁ ମାନସ କୁମାର ଭୋଇଙ୍କୁ ଫୋନ୍ କରିଥିଲେ । ସେ ମାନସଙ୍କୁ କହିଥିଲେ ଯେ, ମହନୀ ଦାସ ଛାତରୁ ଖସିପଡ଼ି ଆହତ ହୋଇଛନ୍ତି । ଏହାପରେ ବାପି ଭୋଇ ଓ ମାନସ କୁମାର ଭୋଇ ଆହତ ମହନୀ ଦାସଙ୍କୁ ପ୍ରଥମେ ସମ୍ ହସ୍ପିଟାଲ୍ ଏବଂ ପରେ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ନେଇଥିଲେ । ପ୍ରକୃତ ଘଟଣାକୁ ଲୁଚାଇବା ଉଦ୍ଦେଶ୍ୟ ରେ ବାପି ଭୋଇ ଡାକ୍ତରଙ୍କୁ ମଧ୍ୟ ମିଥ୍ୟା ସୂଚନା ଦେଇଥିଲେ ଯେ, ମହନୀ ଦାସ ଛାତରୁ ଖସିପଡ଼ି ଆହତ ହୋଇଛନ୍ତି । ଏହି ସମୟରେ ମହନୀ ଦାସ ଏମ୍ସରେ ଚିକିତ୍ସାଧୀନ ଥିବାବେଳେ ବାପି ଭୋଇ ଅଭିଯୋଗକାରିଣୀ କବିତା ଦାସ ଓ ତାଙ୍କ ପରିବାରକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ମହନୀ ଦାସ ଦୁର୍ଭାଗ୍ୟବଶତଃ ଛାତରୁ ଖସିପଡ଼ିଥିବା ଏବଂ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ସେ କହିଥିଲେ । ଏହା କହିବା ପରେ ବାପି ଭୋଇ ସେହି ଅଞ୍ଚଳରୁ ପଳାଇ ଯାଇଥିଲେ । ପରଦିନ ସକାଳେ ଅଭିଯୋଗକାରିଣୀ କବିତା ଦାସ ଘଟଣା ସମ୍ପର୍କରେ ପ୍ରତ୍ୟକ୍ଷଦର୍ଶୀ ହନୁ ଓ ବିନୁଙ୍କୁ ପଚାରିଥିଲେ । ସେମାନେ କହିଥିଲେ ଯେ, ମହନୀ ଦାସ ଛାତରୁ ଖସିପଡ଼ିନଥିଲେ, ବରଂ ବ୍ରଜକିଶୋର ଭୋଇ ଓରଫ ବାପି ଭୋଇ ତାଙ୍କୁ ଏକ ବାଉଁଶ ଲାଠିରେ ଆକ୍ରମଣ କରିଥିଲେ । ପରେ ମହନୀ ଦାସଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକସ୍ଥିତ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମହନୀ ଦାସଙ୍କୁ ମୃତ ଘୋଷଣା କରିଥିଲେ ।ଚନ୍ଦକା ଥାନା ଅଧିକାରିଣୀ ସମିତା ମିଶ୍ର ଏହି ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତ ବ୍ରଜକିଶୋର ଭୋଇ ଓରଫ ବାପିଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ, ଅଭିଯୁକ୍ତ ନିଜର ଦୋଷ ସ୍ଵୀକାର କରିଥିଲେ ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

Comments (0)
Add Comment