Browsing author

SATYA SANDHANA DESK

ଆଜିର ରାଶିଫଳ

ଜାନୁଆରୀମାସ ୨୪ତାରିଖ ୨୦୨୪ ମସିହା (ବୁଧବାର)ପୌଷମାସ- ଶୁକ୍ଲପକ୍ଷ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ ୦୯/୪୯ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣିମା, ସୁର୍ୟୋଦୟ-ପ୍ରାତଃ ଘ୦୬/୨୯/୧୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୦/୨୯,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୯/୪୯ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୯/୧୧ ଗତେ ଘ୧୦/୩୩ ମଧ୍ୟେ, ବାରବେଳା – ଦିବା ଘ୧୧/୫୫ ଗତେ ଘ୦୧/୧୯ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୮/୦୪ ମଧ୍ୟେ ଓ ଘ୦୧/୨୦ ଗତେ ଘ୦୨/୨୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୪/୫୧ ଗତେ ଘ୦୫/୩୨ […]

ଆଜିର ରାଶିଫଳ

ଜାନୁଆରୀ ମାସ ୨୨ ତାରିଖ ୨୦୨୪ମସିହା (ସୋମବାର),ପୌଷମାସ- ଶୁକ୍ଲପକ୍ଷ,ତିଥି- ଦ୍ଵାଦଶୀ ରାତ୍ରି ଘ ୦୭/୪୭ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ, ସୁର୍ୟୋଦୟ-ପ୍ରାତଃଘ୦୬/୨୮/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୨୯/୧୯,ଯୋଗିନୀ ନୈରୁତେ ରାତ୍ରି ଘ୦୭/୪୭ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ, ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କନ୍ୟା ରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୪୯ ଗତେ ଘ୦୯/୧୧ ମଧ୍ୟେ,ବାରବେଳା – ଦିବା ଘ୦୨/୪୫ ଗତେ ଘ୦୪/୦୮ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/ ୪୮ ମଧ୍ୟେ ଓ ଘ୧୧/୧୫ ଗତେ ଘ୦୧/୪୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର […]

ଏସ୍‌ଟିଏଫ୍ ଚଢ଼ଉ

ବୌଦ୍ଧ,୨୧ା୧(ଏସଏସନିଉଜ) ଶନିବାର ସକାଳୁ ରାଣୀପଥର ଗ୍ରାମରୁ ଏସ୍‌ଟିଏଫ୍ ଟିମ୍ ଚଢ଼ଉ କରି ଗୋଟିଏ ବାଘଛାଲ ଜବତ କରିଛି। ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥରରେ ୨୫ ଲକ୍ଷ ଟଙ୍କାରେ ବାଘ ଛାଲ ବିକ୍ରି ପାଇଁ ମୂଲଚାଲ କରୁଥିବାବେଳେ ଏସ୍‌ଟିଏଫ୍ ଟିମ୍ ହାତରେ ଧରାପଡିଛନ୍ତି ସୁଡ଼୍ରୁକୁମ୍ପାର ଗୌତମ ବେହେରା ।ଏସ୍‌ଟିଏଫ୍ ଟିମ୍ ଗୌତମ ପାଖରୁ ଗୋଟିଏ କଳରାପତରିଆ ଛାଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।  

ଭାଲୁ ନେଲା ବୃଦ୍ଧଙ୍କ ଜୀବନ

ନବରଙ୍ଗପୁର ,୨୧ା୧(ଏସଏସନିଉଜ) ପାପଡାହାଣ୍ଡି ବ୍ଲକ ସିରିସୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଳପୁର ନଦୀ ନିକଟରେ ଭାଲୁ ଆକ୍ରମଣରେ ପାଳପୁର ଗ୍ରାମର ସମଧୁ ଅମନତ୍ୟା (୬୦)ନାମକ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ।ବୃଦ୍ଧ ଜଣଙ୍କ ଗତକାଲିରାତିରେ ଗାଁପାଖ ଚାଷଜମିକୁ ଶୋଇବାକୁଯାଉଥିବା ସମୟରେ ପାଳପୁର ନଦୀ ନିକଟରେ ଭାଲୁଟି ଅତର୍କିତ ଭାବେ ଆକ୍ରମଣ କରିଥିଲା।ନିଜ ଜୀବନ ବଂଚାଇବାକୁଯାଇ ଚିତ୍କାର କରିଥିଲେ। କିଛି ଗ୍ରାମବାସୀ ତାଙ୍କ ଚିତ୍କାର ଶୁଣି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ […]

ଅର୍ଦ୍ଧନିର୍ମିତ ଘରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କନ୍ଧମାଳ,୨୧ା୧(ଏସଏସନିଉଜ) ପଣସପୋଡ଼ି ଗ୍ରାମରୁ ବୁଡ଼ୁ ଓରଫ ପ୍ରଶାନ୍ତ ପୂଜାରୀ ନାମକ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଣେ ମିସ୍ତ୍ରୀ କାମକରୁଥିବା ପୂଜାରୀ ଗତକାଲି ସନ୍ଧ୍ୟାରେ ବୁଲୁଥିବାର କିଛିଲୋକ ଦେଖିବାକୁ ପାଇଥିଲେ। କିନ୍ତୁ ସନ୍ଧ୍ୟା ସାଢ଼େ ୭ଟା ପରେ ଆଉ ତାଙ୍କର ଦେଖା ମିଳି ନଥିଲା। ଆଜି ସକାଳୁ ଏକ ଅର୍ଦ୍ଧନିର୍ମିତ ଘରୁ ତାର ଶବ ମିଳିଛି। ତାର ବେକ ମୁହଁରେ ଶକ୍ତ ଆଘାତ ରହିଛି।ଧାରୁଆ ଅସ୍ତ୍ରରେ ତାଙ୍କୁ କେହି ହତ୍ୟା କରିଥିବାର ସନ୍ଦେହ କରାଯାଉଛି ।ଖବରପାଇ ପୋଲିସ […]

ବାଇକକୁ ପଛପଟରୁ ଦେଲା ଧକ୍କା

ଭଦ୍ରକ,୨୧ା୧(ଏସଏସନିଉଜ) ଭଦ୍ରକର ରାଣୀତାଲ ହାଇଟେକ କଲେଜ ନିକଟରେ ଏକ ଟ୍ରକ୍ ୩ ଜଣ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଛି ।ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ବାଇକ ଆରୋହୀମାନେ ମାର୍କୋଣା ଆଡ଼କୁ ଯାଉଥିବା ବେଳେ ପଛରୁ ବାଲେଶ୍ଵର ଆଡ଼ୁ ଆସୁଥିବା ଏକ ଟ୍ରକ୍ ବାଇକକୁ ଧକ୍କା ଦେଇଥିଲା ।ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ବାଇକଚାଳକ ବାବୁଲା ପ୍ରଧାନ(୩୫) ବୋଲି ଜଣାଯାଇଛି। ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ […]

ଆଜିର ରାଶିଫଳ

୨୦୨୪ମସିହା ଜାନୁଆରୀମାସ ୨୧ତାରିଖ ରବିବାର। ଶ୍ରୀମନ୍ଦିରରେ ଓ ସର୍ବସମ୍ମତ ପୁତ୍ରଦାଏକାଦଶୀ, ରବିନାରାୟଣ ବ୍ରତ।ସୁର୍ଯ୍ୟୋଦୟ- ଘ୬/୨୮/୬ ,ସୂର୍ଯ୍ୟାସ୍ତ- ଘ୫/୨୭/୪୪ ,ପୌଷମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ଏକାଦଶୀ ରାତ୍ରି ଘ୭/୨୬ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ନକ୍ଷତ୍ର- ରୋହିଣୀ ନକ୍ଷତ୍ର ରାତ୍ରି ଘ୪/୨୭ମି ପର୍ଯ୍ୟନ୍ତ ତଦନ୍ତେ ମୃଗଶିରା ନକ୍ଷତ୍ର।ଯୋଗ- ଶୁକ୍ଳଯୋଗ ଦିବା ଘ୧୦/୫୯ମି ପର୍ଯ୍ୟନ୍ତ ତଦନ୍ତେ ବ୍ରହ୍ମଯୋଗ।କରଣ- ବାଣିଜ୍ୟକରଣ ଦିବା ଘ୭/୩୦ମିପର୍ଯ୍ୟନ୍ତ ତଦନ୍ତେ ବିଷ୍ଟିକରଣ ରାତ୍ରି ଘ୭/୨୬ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ରାତ୍ରି ଘ୭/୨୬ମି ପରେ ନୈର୍ଋତକୋଣରେ।ଅଗନ୍ତବ୍ୟତିଥି, ବିଷ୍ଟିକରଣଦୋଷ ହେତୁ […]

ଆଜିର ରାଶିଫଳ

୨୦୨୪ ମସିହା ଜାନୁଆରୀ ମାସ ୨୦ ତାରିଖ ଶନିବାର।ଶ୍ରୀମନ୍ଦିରରେ ଓ ସର୍ବତ୍ର ଶାମ୍ବଦଶମୀ (ସୂର୍ଯ୍ୟପୂଜା)ସୁର୍ଯ୍ୟୋଦୟ- ଘ୬/୨୮/୯,ସୂର୍ଯ୍ୟାସ୍ତ- ଘ୫/୨୭/୭,ପୌଷମାସ,ଶୁକ୍ଳପକ୍ଷ,ଶୌରିବାସ,ତିଥି- ଦଶମୀ ରାତ୍ରି ଘ୭/୩୩ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ରାତ୍ରି ଘ୭/୩୩ମି ପରେ ଆଗ୍ନେୟ କୋଣରେ। ଶନିବାର ଦୋଷ ଯାତ୍ରା ନିଷେଧ।ଘାତଚନ୍ଦ୍ର–ମେଷରାଶିର ଏବଂ ଦିବା ଘ୯/୪୦ମି ପରେ ବିଛା ରାଶିର ଘାତଚନ୍ଦ୍ର ।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ– ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- କଳମଶାଗ ରାତ୍ରି ଘ୭/୩୩ମି ଶିମ୍ବ […]

କ୍ୟାପିଟାଲରେ ନୂଆଷ୍ଟାଇଲ ନିଶାବେପାର

ଭୁବନେଶ୍ୱର,୧୮।୧(ଏସଏସନିଉଜ)ରାଜଧାନୀର ଛାତି ଉପରେ ବେଧଡକ୍ ଚାଲୁଛି ହ୍ୟାଣ୍ଡମେଡ୍ ଗଞ୍ଜେଇ ସିଗାରେଟର ବେପାର।ଏହାର ମେକର୍ ସାଜିଛନ୍ତି ମହିଳା।ପୁରୁଣାଭୁବନେଶ୍ୱର କପିଳେଶ୍ୱରଅଞ୍ଚଳର ଏମିତି ଜଣେମହିଳାଙ୍କୁ ବାନ୍ଧିଛି ପୋଲିସ। ଯାହାଙ୍କ ନାମ କମଳା ସାହୁ ।ତାଠୁ ୧୨କେଜିରୁ ଅଧିକ ଗଞ୍ଜେଇ ଏବଂ ପୁଳାପୁଳା ଗଞ୍ଜେଇ ସିଗାରେଟ୍ ଜବତ କରାଯାଇଛି । ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ କହିବାକଥା ଅନୁଯାଇ, କନ୍ଧମାଳରୁ ଗଂଜେଇ ଆଣି, ଘରେ ସ୍ୱାମୀ ସହ ମିଶି ତିଆରି କରୁଥିଲେ ଗଂଜେଇ ସିଗାରେଟ୍‌ । ଆଉ ସେସବୁକୁ ମାର୍କେଟକୁ ଛାଡୁଥିଲେ । ଏହା […]

ଧାନବସ୍ତା ରଖି ରାସ୍ତାରେ ବସିଲେ ଚାଷୀ

ମେଣ୍ଢାଶାଳ,୧୮ା୧(ଏସଏସନିଉଜ) ରାଜଧାନୀ ଉପକଣ୍ଠ କଣ୍ଟାବାଡର ଧାନ ମଣ୍ଡିରେ ମିଲର ମନମାନି ସାଙ୍ଗକୁ  ଚାଷିଙ୍କଠାରୁ ଧାନ ଗ୍ରହଣ କରୁଥିବା ମିଲର ମନଇଚ୍ଛା କ୍ଵିଣ୍ଟାଲ ପିଛ ୫ ରୁ ୭ କିଲୋ ଧାନ କଟି ନେବାପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଘଠନ ପକ୍ଷରୁ ଗୁରୁବାରଦିନ ରାସ୍ତାରୋକ କରାଯାଇଥିଲା । କଣ୍ଟାବାଡଛକରେ ରାସ୍ତା ଉପରେ ଧାନ ବସ୍ତା ରଖି ହାତରେ ବ୍ୟାନର ଧରି ରାଜ୍ୟ ଯୁବ ଛାତ୍ର ସଭାପତି ମନୱର ଅଲ୍ଲୀଙ୍କ ନେତୃତ୍ଵରେ କୃଷକମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ରାସ୍ତାରୋକ […]