Browsing author

SATYA SANDHANA DESK

ସ୍କୁଲରୁ ଚୋରୀ

ଭୁବନେଶ୍ୱର,୨୪/୯(ଏସଏସ ନିଉଜ)ତାଲାଭାଙ୍ଗି ସ୍କୁଲରୁ ଚୋରି ଅଭିଯୋଗ ହୋଇଛି। ପୁଇଁନ୍ତଳାବ୍ଲକ ଅନ୍ତର୍ଗତ ପାଙ୍କେଲବାହାଲ ସ୍କୁଲରୁ ଚୋରି ହୋଇଛି। ବିଳମ୍ବିତରାତ୍ରିରେ ସ୍କୁଲର ତାଲାଭାଙ୍ଗି ଚୋରି କରିନେଲେ। ଲଗାତାର ଭାବରେ ଚୋରି ହେଉଥିବାରୁ ପୋଲିସ ପେଟ୍ରୋଲିଂ କଡାକଡି କରିବାକୁ ଦାବି ହେଉଛି।

ଭୁଲ ମାଗିବାପରେ ଛାଡିଲେ ଗ୍ରାମବାସୀ

ବାରଙ୍ଗ,୨୩/୯(ଏସଏସନିଉଜ) ନରାଜ ଷ୍ଟେସନ ନିକଟରେ ଥିବା ଏକ ବରଗଛ ଡାଳକୁ କାଟି ନେଉ ଥିବାବେଳେ ଗ୍ରାମବାସୀମାନେ ବିରୋଧ କରିଛନ୍ତି ।ଏହି ଡାଳ ନନ୍ଦନକାନନକୁ ହାତୀ ଓ ହରିଣ ଜାତୀୟ ପ୍ରାଣୀମାନଙ୍କ ଖାଇବାପାଇଁ ଅଣାଯାଉଥିଲା ।ନନ୍ଦନକାନନକୁ ବରଡାଳ ଯୋଗାଇବାକୁ ଟେଣ୍ଡର ରେ ନେଇଥିବା ଠିକାଦାର ଆଣୁ ଥିବାବେଳେ ଖବରପାଇ କିଛି ଗ୍ରାମବାସୀ ଘଟଣାସ୍ଥଳରେ ପହଁଚି ବର ଡାଳ ବୋଝେଇ ୪୦୭ଗାଡିକୁ ରୋକିଥିଲେ ।ଗାଡିଚାଳକ ଓ ଗାଡିରେ ଥିବା ଦୁଇଜଣ ଡାଳକଟାଳି ଭୁଲ ମାଗିବାସହ ଏହିଜାଗାରୁ ଆଉ ଡାଳକାଟିବାକୁ ନଆସିବାର […]

ଆଜିର ରାଶିଫଳ

ଫୁଲ୍ଲେରୀ ଓଷା ,୨୦୨୨ ମସିହା ସେପ୍ଟେମ୍ବର ମାସ ୨୪ ତାରିଖ (ଶନିବାର)ଆଶ୍ଵିନ ମାସ –କୃଷ୍ଣପକ୍ଷ ,ତିଥି-ଚତୁର୍ଦ୍ଦଶୀ ରାତ୍ରି ଘ୩/୨୩ ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା ,ସୁର୍ୟୋଦୟ ପ୍ରାତଃ ଘ୦୫/୩୯/୪୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୮/୨୮ ,ବୃଷ, ସିଂହ ଓ କନ୍ୟାରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ଚତୁର୍ଦ୍ଦଶୀ ର ସାମ୍ଭତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ, ବିରିଭକ୍ଷଣ ନିଷେଧା ମେଷ-ଆଜି ବ୍ୟାପାରରେ ନୂତନଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ । ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକଦିଗରେ ରୁଚି ବଢିବ […]

ଦୁର୍ଗାପୂଜାରେ ବ୍ୟାଣ୍ଡ୍‌ , ଡିଜେ କଟକଣା!

ଭୁବନେଶ୍ୱର,୨୩/୯(ଏସଏସ ନିଉଜ)ଏଥର ରାଜଧାନୀରେ ଦୁର୍ଗାପୂଜା ପାଳନ ବେଳେ କଟକଣା ମାନିବାକୁ ପଡିବ।ଭୁବନେଶ୍ୱର ଡିସିପିଏନେଇ ପୂଜା କମିଟି ମାନଙ୍କୁ ତାଗିଦ କରିଛନ୍ତି। ସାଉଣ୍ଡ , ଡିଜେ , ଲାଇଟ୍ , ଭସାଣି ଶୋଭାଯାତ୍ରା ନେଇ ତାଗିଦ କରିଛନ୍ତି ଡିସିପି । ମଣ୍ଡପରେ ଓ ଭସାଣରେ ବ୍ୟବହୃତ ସାଉଣ୍ଡ ବକ୍ସ ୬୫ ଡେସିବେଲ୍ ଟପିବନି ବୋଲି ସ୍ପଷ୍ଟ କରିଛନ୍ତି।ଏହାସହ ଭସାଣରେ ଗୋଟିଏ ବ୍ୟାଣ୍ଡ , ଗୋଟିଏ ମ୍ୟୁଜିକ ପାର୍ଟି ସାମିଲ ହେବେ। ଭସାଣି ଶୋଭାଯାତ୍ରା ରେ ସର୍ବାଧିକ ୬ଟି ଟ୍ରଲି […]

ଭରତିଆ ଟାଓ୍ୱାରରେ ଲାଗିଲା ନିଆଁ

କଟକ,୨୩/୯(ଏସଏସ ନିଉଜ)କଟକ ବାଦାମବାଡ଼ି ଭରତିଆ ଟାଓ୍ୱାରରେ ଲାଗିଛି ନିଆଁ । ବିଲ୍ଡିଂର ଷଷ୍ଠ ମହଲାରେ ଲାଗିଛି ନିଆଁ।ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଇଛି।

ନବଜାତ ଶିଶୁର ମୃତଦେହ ଉଦ୍ଧାର

ଭଦ୍ରକ,୨୨/୯(ଏସଏସନିଉଜ)ଭଦ୍ରକଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରେ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଏକ ବ୍ୟାଗଭିତରେ ମୃତଦେହ ଲୁଚାଇ ଦେଇ କେହି ପଳାଇ ଯାଇଥିବା ସୂଚନା ମିଳିଛି। ବ୍ୟାଗଭିତରେ ମୃତଦେହ ମିଳିବା ପରେ ପୋଲିସକୁ ଜଣାଇଲେ କର୍ତ୍ତୃପକ୍ଷ ।

ସୂଚନା ଦେଲେ ଅଶୋକ ଗେହଲଟ

ଭୁବନେଶ୍ୱର,୨୨/୯(ଏସଏସ ନିଉଜ)ଗାନ୍ଧି ପରିବାରରୁ କେହି ପରବର୍ତ୍ତୀ କଂଗ୍ରେସ ସଭାପତି ହେବେ ନାହିଁ। ରାହୁଲ ଗାନ୍ଧିଙ୍କୁ ସଭାପତି ପଦ ଗ୍ରହଣ କରିବା ପାଇଁ ବହୁବାର କହିଥିଲି। ରାହୁଲ ସ୍ପଷ୍ଟ କରିଛନ୍ତି ଗାନ୍ଧି ପରିବାରରୁ କେହି ସଭାପତି ହେବେନି। ଏନେଇ ସୂଚନା ଦେଇଛନ୍ତି ସଭାପତି ଦୌଡ଼ରେ ସବୁଠୁ ଆଗରେ ଥିବା ଅଶୋକ ଗେହଲଟ ।

ନବଦାସ ସବୁଠୁ ଧନୀ ମନ୍ତ୍ରୀ

ଭୁବନେଶ୍ୱର,୨୨/୯(ଏସଏସ ନିଉଜ)ପ୍ରକାଶ ପାଇଛି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା।ଏହି ତାଲିକାରେ ନବଦାସ ସବୁଠୁ ଧନୀ ମନ୍ତ୍ରୀ ବୋଲି ଜଣାପଡିଛି।ଆସିଲା ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀଙ୍କ ସଂପତି ତାଲିକା। ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ସବୁଠୁ ଧନୀ ମନ୍ତ୍ରୀ ବୋଲି ଜଣାପଡ଼ିଥିବା ବେଳେ ତାଙ୍କର ୬୫ଟି ଗାଡ଼ି ଥିବାର ଜଣାପଡିଛି।

ଓଲିଉଡ୍ ଷ୍ଟାର ବାବୁସାନ ଅସୁସ୍ଥ

ଭୁବନେଶ୍ୱର,୨୨/୯(ଏସଏସ ନିଉଜ)ଓଲିଉଡ୍ ଷ୍ଟାର ବାବୁସାନ ମହାନ୍ତି ଅସୁସ୍ଥ ହୋଇପଡିଛନ୍ତି।ଅସୁସ୍ତ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚକିତ୍ସା ହେଉଥିବାର ଜଣାପଡିଛି।

୩୦ ଜିଲ୍ଲା ପାଇଁ ନାମ ଘୋଷଣା

ଭୁବନେଶ୍ୱର,୨୨/୯(ଏସଏସ ନିଉଜ)ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କଲେ ସରକାର । ସମସ୍ତ ୩୦ ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ମନ୍ତ୍ରୀ ଅଶୋକପଣ୍ଡାଙ୍କୁ ଅନୁଗୁଳ ଓ ରୋହିତ ପୂଜାରୀଙ୍କୁ ବଲାଙ୍ଗିର ଦାୟିତ୍ୱ ମିଳିଛି। ଅନନ୍ତଦାସଙ୍କୁ ବାଲେଶ୍ୱର, ଦେବେଶ ଆଚାର୍ଯ୍ୟଙ୍କୁ ବରଗଡ଼ ଦାୟିତ୍ୱ ମିଳିଛି।କଟକ ଦାୟିତ୍ୱରେ ପ୍ରମୋଦ ମଲ୍ଲିକ, ଗଞ୍ଜାମ ଦାୟିତ୍ୱରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର ଦାୟିତ୍ୱରେ ପ୍ରମିଳା ମଲ୍ଲିକ, ସମୀର ଦାଶଙ୍କୁ ଯାଜପୁର, ନବ ଦାସଙ୍କୁ କଳାହାଣ୍ଡି, […]