Browsing author

SATYA SANDHANA DESK

ନଦୀରେ ଭାସୁଛି ମହିଳାଙ୍କ ମୃତଦେହ

କରଞ୍ଜିଆ, ୭/୯(ଏସଏସନିଉଜ) ଯଶୀପୁର ଥାନା କୁଦୁରବିସ୍ତା ନିକଟରେ ଅର୍ଦ୍ଧ ପ୍ରସବ ଅବସ୍ଥାରେ ମହିଳାଙ୍କ ମୃତଦେହ ଭାସୁଛି । କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଲା ତାହା ଜାଣିବାକୁ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଁଛି ।ଏହାହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି ।  

ଦାମୀ କାର୍‌ରେ ଗଞ୍ଜେଇ ଚୋରା ଚାଲାଣ

ଭୁବନେଶ୍ୱର,୭/୯(ଏସଏସନିଉଜ)ଭୁବନେଶ୍ୱର ଖଣ୍ଡଗିରିରୁ ଜବତ ହୋଇଛି ୧ କୁଇଣ୍ଟାଲ ଗଞ୍ଜେଇ ।ଗଞ୍ଜେଇ ଚୋରାଚାଲାଣ କରିବା ଅଭିଯୋଗରେ ୫ ଜଣ ମଧ୍ୟ ଗିରଫ କରାଯାଇଛି ।ଗଞ୍ଜେଇ ସହ ଦାମୀ କାର ଓ ବନ୍ଧୁକ ଜବତ ହୋଇଛି ।ଜବତ ଗଞ୍ଜେଇ ମାଫିଆ ଫୁଲବାଣୀରୁ ଆଣିଥିବାବେଳେ ଧରାପଡିଛନ୍ତି ।

ରିମାଣ୍ଡରେ ଆସିବ ପୁରୁଷବନ୍ଧୁ

ଭୁବନେଶ୍ୱର,୭/୯(ଏସଏସନିଉଜ)ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ପୁରୁଷବନ୍ଧୁ ଚିତ୍ତରଞ୍ଜନ ଜେନାକୁ ରିମାଣ୍ଡରେ ଆଣିବ କମିସନରେଟ ପୋଲିସ ।ଦୁଇ ଦିନ ରିମାଣ୍ଡରେ ଆଣି ପ୍ରମାଣ ଖୋଜିବ ପୋଲିସ ।ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଚିତରଞ୍ଜନକୁ ଗିରଫ କରିଥିଲା ପୋଲିସ ।

ବିଷାକ୍ତଖାଦ୍ୟ ଖାଇ ଚାଲିଗଲା ୨ଜଣଙ୍କ ଜୀବନ

ନବରଙ୍ଗପୁର, ୭/୯(ଏସଏସନିଉଜ) ଚନ୍ଦାହାଣ୍ଡିବ୍ଲକ ସଦର ଭୋଇସାହିରେ ବିଷାକ୍ତଖାଦ୍ୟ ଖାଇ ଗୋଟିଏ ପରିବାରର ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକହେଲେ ଦେମତୀପାରାଭୋଇ ଓ ପୁଅ ସଦାରାମ। ବାପଲକ୍ଷ୍ମୀଧର ପାରାଭୋଇ ଓ ଝିଅ ଦେବକୀ ଗୁରୁତର ଅବସ୍ଥାରେ ଚାନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବାର ଜଣାପଡିଛି ।

ଆଜିର ରାଶିଫଳ

ସୁନିଆଁ, ବାମନ ଜନ୍ମ , ବଳିବାମନ ବେଶ ଓ ଗରୁଡ଼ ପାର୍ଶ୍ଵପରିବର୍ତ୍ତନ ,୨୦୨୨ ମସିହା ସେପ୍ଟେମ୍ବର ମାସ ୦୭ ତାରିଖ (ବୁଧବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ଦ୍ବାଦଶୀ ରାତ୍ରି ଘ୧୨/୧୦ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୬/୧୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୫୩/୪୮ ,କର୍କଟରାଶିର ଘାତବାର ,ସିଂହରାଶିର ଘାତଚନ୍ଦ୍ର ,ଦ୍ବାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ.ପୋଇ ଶାଗ ଭକ୍ଷଣ ନିଷେଧ ।  ମେଷ-ପାରିବାରିକସଦସ୍ୟମାନଙ୍କ ସହିତ ସୁଖଶାନ୍ତିରେ ଦିନ କଟିବ। ତାଙ୍କର ସହଯୋଗ ମିଳିବ। ମହିଳା ମିତ୍ରମାନଙ୍କଠାରୁ ବିଶେଷ ସହାୟତା […]

ଚୀନରେ ଭୂମିକମ୍ପ

ଭୁବନେଶ୍ୱର,୬/୯(ଏସଏସ ନିଉଜ)ଚୀନର ସିଚୁଆନ ପ୍ରଦେଶରେ ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଭୂମିକମ୍ପରେ ଏପର୍ଯ୍ୟନ୍ତ ୪୬ ଜଣଙ୍କ ମୃତ୍ୟୁ ସୂଚନା ମିଳିଛି। ଗତକାଲି ସିଚୁଆନ ପ୍ରଦେଶର ରେ ଭୂମିକମ୍ପ ହୋଇଥିଲା।ଭୂମିକମ୍ପର ତୀବ୍ରତା ୬.୮ ରେକର୍ଡ ହୋଇଥିଲା ।

କ୍ଷତାକ୍ତ ମୃତଦେହ ଠାବ

ବଣାଇ,୬/୯ (ଏସଏସନିଉଜ) ଜଙ୍ଗଲ ଭିତରେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି।ଟିକାୟତପାଲି ଥାନା ତିଲେଇ ମାଳ ନିକଟ କାଟେଇ ଗାଁ ଜଙ୍ଗଲରୁ ଠାବ ହୋଇଛି।ମୃତଦେହ ନିକଟରେ ଘୋଷରା ଚିହ୍ନ ଥିବାରୁ ହତ୍ୟା ସନ୍ଦେହ କରାଯାଉଛି।ଦୁର୍ବୃତ୍ତ ହତ୍ୟା କରି ଘୋଷାରି ଘୋଷାରି ନେଇ ଜଙ୍ଗ ଲରେ ଫିଙ୍ଗିଥିବା ସନ୍ଦେହ କରାଯାଉଛି।

ମହୁମାଛି ଆକ୍ରମଣରେ ଚାଲିଗଲା ଜୀବନ

ଭୁବନେଶ୍ୱର,୬/୯(ଏସଏସ ନିଉଜ)ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତୁ ଘଟିଛି। ବଣାଇ ମେଡିକାଲରେ ମହିଳାଙ୍କୁ ମୃତ ଘୋଷଣା କଲେ ଡାକ୍ତର।ମହୁଲପଦା ଥାନା ଧୁକାମୁଣ୍ଡା ଗାଁରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ।ଗୁରୁତର ମହିଳାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ନେଇଥିଲେ।ବଣାଇ ମେଡିକାଲ ରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

କୂଅ ନେଲା ଯୁବତୀଙ୍କ ଜୀବନ

ଖୋର୍ଦ୍ଧା,୬/୯(ଏସ ଏସ ନିଉଜ)ପାଣି କାଢ଼ିବା ବେଳେ କୂଅରେ ଖସିପଡ଼ି ଯୁବତୀଙ୍କ ମୃତ୍ୟୁହୋଇଥିବାର ଅଭିଯୋଗ ହୋଇଛି। ଟାଙ୍ଗି ଥାନା ଦୀକ୍ଷିତ ପଡ଼ା ଗାଁରେ କୂଅରୁ ଖସିପଡ଼ି ବାରୁ ଜୀବନ ଗଲା। ଖୋର୍ଦ୍ଧା ମେଡିକାଲରେ ଯୁବତୀ ଙ୍କୁ ମୃତ ଘୋଷଣା କଲେ ଡାକ୍ତର।

ଆଜିର ରାଶିଫଳ

ପାର୍ଶ୍ଵପରିବର୍ତ୍ତନ(ବଡ଼)ଏକାଦଶୀ ,୨୦୨୨ ମସିହା ସେପ୍ଟେମ୍ବର ମାସ ୦୬ ତାରିଖ (ମଙ୍ଗଳବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ଏକାଦଶୀ ରାତ୍ରି ଘ୩/୭ ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫ /୩୬/୦୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/ ୫୪/୪୩ ,ମକର ରାଶିର ଘାତବାର ,ସିଂହ ରାଶିର ଘାତଚନ୍ଦ୍ର ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଶିମ୍ବ ଭକ୍ଷଣ ନିଷେଧ । ମେଷ-ମାଆମଙ୍ଗଳାଙ୍କ କରୁଣାରୁ ଆର୍ଥିକଅବସ୍ଥା ଏବଂ ସୌଭାଗ୍ୟପୂର୍ଣ୍ଣ ହେବେ । କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । ବ୍ୟବସାୟିକ ପ୍ରଚାର ଓ ପ୍ରସାର ବୃଦ୍ଧି […]