Browsing author

SATYA SANDHANA DESK

ସାରା ରାଜ୍ୟରେ ଗଡ଼ୁନି ଘରୋଇ ବସ୍

ଭୁବନେଶ୍ବର,୨୦ା୧୦(ଏସଏସନିଉଜ) ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ପର‌୍ୟ୍ୟନ୍ତ ସାରାରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିବାରୁ ଏହାର ପ୍ରଭାବ ସାଧାରଣରେ ଦେଖାଦେଇଛି ।ଯାହାଫଳରେ ସାରାରାଜ୍ୟରେ ବସ୍ ଯାତ୍ରୀ ହନ୍ତସନ୍ତ ହେଉଥିବାର ଦେଖିବାକୁମିଳିଛି। ଘରୋଇବସକୁ ଚାଡିଦେଇ କଟକ-ଭୁବନେଶ୍ବରରେ କେବଳ ସରକାରୀ ବସ୍ ଓ ମୋ ବସ୍ ଚଳାଚଳ କରୁଛି । ଆଜିଠାରୁ ସ୍କୁଲ,କଲେଜ ଛୁଟି ହେଉଥିବାବେଳେ ସମସ୍ତେ ଏବେ ଘର ମୁହାଁ ହୋଇଛନ୍ତି।ଏହିପରିସ୍ଥିତିରେ ଘରୋଇବସ୍ ସେବା ବନ୍ଦ ହୋଇଥିବାରୁ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ଯେତେଦିନପର‌୍ୟ୍ୟନ୍ତ ରାଜ୍ୟସରକାର ‘ଲକ୍ଷ୍ମୀ’ ଯୋଜନାରେ ଘରୋଇ […]

ବନମାଳୀପୁର ଅଞ୍ଚଳରୁ ୫ ଡକାୟତ ଗିରଫ

ବାଲିପାଟଣା,୨୦ା୧୦(ଏସଏସନିଉଜ) ବାଲିପାଟଣା ପୁଲିସକୁ ବଡ଼ ସଫଳତା ମିଳିଛି । ଗତକାଲି ରାତିରେ ବନମାଳୀପୁର ଅଞ୍ଚଳରୁ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ୫ ଜଣଙ୍କୁ ପୁଲିସ କାବୁ କରିବାସହ ଏକ ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଛି। ଗତକାଲି ରାତିରେ ବନମାଳୀପୁରରେ ଥିବା ଦେଶୀମଦଦୋକାନରୁ ଡକାୟତିପାଇଁ ଯୋଜନା ହେଉଥିବାର ବିଶେଷ ସୂତ୍ରରୁ ସୂଚନାପାଇ ପୁଲିସରପୁରାଟିମ୍ ବନମାଳୀପୁର ବଟ ପଡ଼ିଆରେ ପହଞ୍ଚିଥିଲା। ସେଠାରେ ଲକ୍ଷ୍ମୀସାଗର ଥାନା ବମିଖାଲର ତତ୍ୱମସି ପ୍ରଧାନ ଓରଫ ରିଷି , ବରଗଡ଼ଥାନା […]

୨୮ରୁ ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା

ଢେଙ୍କାନାଳ,୨୦।୧୦(ଏସଏସନିଉଜ) ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା ଚଳିତମାସ ୨୮ ତାରିଖରୁ ଆରମ୍ଭ ହୋଇ ୮ ତାରିଖରେ ଭସାଣି ହେବ। ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜାକୁ ଭାଇଚାରା ଓ ଶାନ୍ତିଶୃଙ୍ଖଳାରେ ପାଳନ କରି ଜିଲ୍ଲାର ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ସମସ୍ତେ ଯତ୍ନବାନ ହେବାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।ପୂଜା ସମୟରେ ମହିଷା ପାଟଠାରେ ପଲ୍ଲୀଶ୍ରୀ ମେଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ପାର୍ବଣପୂର୍ବରୁ ରାସ୍ତାଘାଟ, ଜଳ, ବିଦ୍ୟୁତ୍‌, ଟ୍ରାଫିକ୍‌ […]

ଇଂଜଣା ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ବାରଙ୍ଗ,୧୯।୧୦(ଏସଏସନିଉଜ) ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ବର ବ୍ଲକର ଇଂଜଣା ପଞ୍ଚାୟତରେ କର୍ମୀମାନଙ୍କୁ ନେଇ ଗୁରୁବାରଦିନ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଟିତ ହୋଇଯାଇଛି।ଶୋଭାଯାତ୍ରାରେ ସାମିଲ ହୋଇଥିବା ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ବରେ ଅନୁଷ୍ଟିତ ହୋଇଯାଇଛି। ଇଂଜଣା ଗ୍ରାମ୍ୟ ମଙ୍ଗଳ କମିଟିର ସଭାପତି ପ୍ରଦୀପ ଦାସ, ଗ୍ରାମ୍ୟ କମିଟିର ସମ୍ପାଦକ ପବିତ୍ର କୁମାର ପ୍ରଧାନ,ଗ୍ରାମ୍ୟକମିଟିରସହସମ୍ପାଦକ ତଥା ଦୁର୍ଗାପୂଜା କମିଟି ସମ୍ପାଦକ ରବୀନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଗାଁ ମୁଣ୍ଡରୁ ସଂକୀର୍ତ୍ତନ କରି ବିରାଟ ଶୋଭାଯାତ୍ରାରେ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨୦ତାରିଖ ଶୁକ୍ରବାର।ଶ୍ରୀମନ୍ଦିରେମହାସପ୍ତମୀ, ପୀଠଦେବୀ ଶ୍ରୀବିମଳାପୀଠେ ସପ୍ତମ୍ୟାଦି ତ୍ରିଦିନାତ୍ମକ ପୂଜାରମ୍ଭ, ତପଃଷଷ୍ଠୀ, ମୃଣ୍ମୟୀଦେବୀଙ୍କର ବିଲ୍ବାଧିବାସ ।ସୁର୍ଯ୍ୟୋଦୟ- ଘ୫/୪୬/୨୧ ,ସୂର୍ଯ୍ୟାସ୍ତ- ଘ୫/୧୬/୫୧ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଭୃଗୁବାସ ,ତିଥି- ଷଷ୍ଠୀ ରାତ୍ରି ଘ୧୧ /୧୫ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ରାତ୍ରି ଘ୧୧/୧୫ମି ପରେ ବାୟବ୍ୟକୋଣରେ। ଅଗନ୍ତବ୍ୟତିଥି ଦୋଷହେତୁ ରାତ୍ରି ଘ୧୧/୧୫ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ।ବାୟବ୍ୟକୋଣ, ପଶ୍ଚିମଦିଗ ଏବଂ ନୈର୍ଋତକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର– ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ […]

ଆମ୍ବୁଲାନ୍ସ ଧକ୍କାରେ ୧୬ ଆହତ

ଭୁବନେଶ୍ୱର,୧୯।୧୦(ଏସଏସନିଉଜ) ବସ୍-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କାହେବାରୁ ୧୬ ଜଣ ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଅରଞ୍ଜି ଛକ ଠାରେ ଏହିଭଳି ଦୁର୍ଘଟଣା ଘଟିଛି ।ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ବସ୍ ଓଲଟି ପଡିବାଯୋଗୁ ବହୁ ଯାତ୍ରୀ ଆହତ ହୋଇ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛିି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବସ୍‌ ଓ ଆମ୍ବୁଲାନ୍ସ ପରସ୍ପର ଧକ୍କା ହେବାରୁ ଉଭୟ ଗାଡି ରାସ୍ତା ତଳକୁ ଖସି ପଡିଛି ।

ଓଡ଼ିଶାର ନୂଆରାଜ୍ୟପାଳ ହେଲେ ଝାଡ଼ଖଣ୍ଡର ପୂର୍ବତନମୁଖ୍ୟମନ୍ତ୍ରୀ

  ଭୁବନେଶ୍ୱର,୧୯।୧୦(ଏସଏସନିଉଜ) ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ରଘୁବର ଦାସଙ୍କୁ ନିଯୁକ୍ତ ଦିଆଯାଇଥିବାନେଇ ରାଷ୍ଟ୍ରପତି ଭବନରୁ ସୂଚନା ଜାରି କରାଯାଇଛି ।ପ୍ରଫେସର ଗଣେଶୀଲାଲଙ୍କ ସ୍ଥାନରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ରଘୁବର ଦାସଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଥିବାବେଳେ ଖୁବଶୀଘ୍ର ଏହି ଦାୟିତ୍ୱ ତାଙ୍କୁ ହସ୍ତାନ୍ତର କରାଯିବ ।

ଧର୍ମଘଟ ଡାକରାଦେଲା ଘରୋଇବସ୍ ମାଲିକସଂଘ

ଭୁବନେଶ୍ୱର,୧୯।୧୦(ଏସଏସନିଉଜ) ପୁଣି ୨୦ ତାରିଖରୁ ଧର୍ମଘଟ ଆରମ୍ଭ କରିବା ନେଇ ସୂଚନା ଦେଇଛି ରାଜ୍ୟ ଘରୋଇ ବସ ମାଲିକସଂଘ ।ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ।ପୂଜା ବେଳେ ଧର୍ମଘଟ କରିବା ଆମର ଉଦେଶ୍ୟ ନୁହେଁ କିନ୍ତୁ ପୂଜା ଛୁଟିରେ ଧର୍ମଘଟ କରିବାକୁ ପରିସ୍ଥିତି ଆମକୁ ବାଧ୍ୟ କରିଛି ବୋଲି ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଗ୍ୟାସଟାଙ୍କି ଫାଟି ୨ ଗୁରୁତର

ନୀଳଗିରି,୧୯।୧୦(ଏସଏସନିଉଜ) ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ୨ଜଣ ଗୁରୁତର ଆହତ ହୋଇଛନ୍ତି।ନରସିଂହପୁର ପଞ୍ଚାୟତ ପୁରୁଣା ଗାଁରେ ଏହି ଅଘଟଣ ଘଟିଛି।୨ଜଣ ଗୁରୁତରଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।ଘରଭିତରେ ଗ୍ରୋସରୀଦୋକାନ ଥିଲା। ସବୁ ପୋଡ଼ି ପାଉଁଶ ହୋଇଯାଇଛି।ଜଳିଯାଇଥିବା ଘର ଭିତରେ ବାଣ ମଧ୍ୟ ରହିଥିବା ସୂଚନା ମିକିଛି।

ଦଶହରା ଓ ଭସାଣିରେ ବର୍ଷା !

ଭୁବନେଶ୍ୱର,୧୯।୧୦(ଏସଏସନିଉଜ) ଦଶହରା,ଭସାଣିରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଓ ୨୫ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି।୨୪ ତାରିଖ ଦଶହରା ଓ ୨୫ ତାରିଖ ଭସାଣିରେ ବର୍ଷା ହୋଇପାରେ।୨୪ରେ ହାଲୁକା ବର୍ଷା ଓ ୨୫ରେ ବର୍ଷା ପରିମାଣ ବଢ଼ିବା ସମ୍ଭାବନା ରହିଛି।ବର୍ଷା ସମ୍ଭାବନା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।ତେବେ ୨୦ରୁ ୨୩ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ପୂର୍ବାନୁମାନ କରାଯାଇଛି।