Browsing author

SATYA SANDHANA DESK

ସମୁଦ୍ର ରେ ବୁଡି ଯୁବକ ମୃତ

ଭୁବନେଶ୍ବର:୧/୧୨- ସମୁଦ୍ରରେ  ଗାଧୋଇବା ଜଣେ ଯୁବକକୁ କାଳ ହୋଇଛି । ସମୁଦ୍ରର ମୁହାଣରେ ଗାଧୋଉଥିବାବେଳେ ବୁଡି ଯାଇ ମୃତ୍ୟୁ ବରଣ କରିଛି । ମୃତ ଯୁବକ ତାମିଲନାଡୁରେ ହୋଇଥିବାବେଳେ ସେ ଜଗତସିଂହପୁରରେ ରହି କାମ କରୁଥିଲେ ବୋଲି ଜଣାପଡିଛି । ତେବେ ମୃତ  ଯୁବକ ଜଣଙ୍କ ରାମଚଣ୍ଡୀ ମୁହାଣରେ ଗାଧୋଉଥିବାବେଳେ ବୁଡ଼ିଯାଇ ମୃତ୍ୟୁ ହୋଇଛି ।  ଚନ୍ଦ୍ରଭାଗା ସାମୁଦ୍ରିକ ପୁଲିସ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିବା ସୁଚନା ମିଳିଛି ।

ପୁଅଭାଙ୍ଗିଲା ନିୟମ ,ବାପାକୁ ଜୋରିମାନା

ଭୁବନେଶ୍ବର :୧/୧୨-  ପୁଅ ଭାଙ୍ଗିଲା ନିୟମ , ହେଲେ ବାପା କୁ ଦେବାକୁ ପଡିଲା ଜୋରିମାନା । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ମଧୁପାଟଣା ଥାନା ଅଞ୍ଚଳରେ । ପ୍ରକାଶ ଯେ ,   ଆଜି ଠାରୁ ସାରା ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁକରାଯାଇଛି । କେବଳ ଗାଡି କାଗଜପତ୍ର ଏବଂ ଡ୍ରାଇଭିଂ ଲାଇସେନ୍ସକୁ ଛାଡି ଟ୍ରାଫିକ ନିୟମର ଅନ୍ୟସମସ୍ତ ଦିଗକୁ କଡାକଡି କରାଯାଇଛି । ପରିବହନ ବିଭାଗ ପକ୍ଷରୁ ପ୍ରକାଶିିତ ବିଜ୍ଞପ୍ତି […]

ହୋଟେଲରେ ଚାଲିଥିଲା ଦେହ ବେପାର , ମାଡି ବସିଲା ପୋଲିସ

ଭୁବନେଶ୍ବର: ୧/୧୨-ରାଜଧାନୀର ଏକ ହୋଟେଲ ରେ କିଛିଦିବ ହେବ  ଚାଲିଥିଲା ଦେହ ବେପାର । ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ଛେଇଁ ଉଠିଲା ପୋଲିସ । ରବିବାର ଦିନ ହୋଟେଲରେ ପହଁଞ୍ଚି ୬ ବଙ୍ଗୀୟ ଯୁବତିଙ୍କ ସହ ୪ ଜଣ ଗ୍ରାହକଙ୍କୁ ଗିରଫ କରିଛି। ଘଟଣା ଘଟିଛି ଖଣ୍ଡଗିରି ଅଞ୍ଚଳର ଏମ୍ସ ନଗରରେ ।  ଏହି ଅଞ୍ଚଳରେ ବାରମ୍ବାର ଦେହ ବେପାର ହେଉଥିବାର ଅଭିଯୋଗ ହେଉଥିଲା । ଆଜି ଖବର ପାଇ ଖଣ୍ଡଗିରି ପୋଲିସ  ଖଣ୍ଡଗିରିର […]

ରବିବାରରୁ ଆରମ୍ଭ ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟ

ଭୁବନେଶ୍ୱର,୩୦/୧୧- ରବିବାରଠାରୁ ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟ ଉତରଭୁବନେଶ୍ୱର ନିର୍ବାଚନମଣ୍ଡଳୀର ଗଣ୍ଡରପୁର ଖେଳପଡିଆରେ ଆରମ୍ଭ ହେବାକୁ ଯାଉଛି । ଏଥିରେ ଦର୍ଶକମାନଙ୍କୁ ମିଳିବ ଆକର୍ଷଣୀୟ ପରୁସ୍କାର ଓ ଶେଷଦିନ ମିଳିବ ଆକ୍ଟିଭା ଗାଡି । ଆୟୋଜକମାନେ ଏହିଭଳି ଏକ ନୁଆ ଅଭିନବ ଯୋଜନା କରିଛନ୍ତି । ଡିସେମ୍ବର ୧ ତାରିଖଠାରୁ ୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଟୁର୍ଣାମେଂଟରେ ଗ୍ରାମାଂଚଳ ଓ ସହରାଂଚଳ ବିଭାଗ ମାଧ୍ୟମରେ ପ୍ରତିଯୋଗୀତା କରାଯିବ । ଗ୍ରାମାଂଚଳରେ ୧୬ ଓ ସହରାଂଚଳରେ ୮ଟି […]

ବନ୍ଦ କୋଠରୀ ରେ ମୃତଦେହ , ପୋଲିସର ତନାଘନା

ଭୁବନେଶ୍ବର:୩୦/୧୧-  ବନ୍ଦ କୋଠରୀ ଭିତରେ ଜଣେ ଯୁବକର ମୃତ ଦେହକୁ ଉଦ୍ଧାର କରିଛି ପୋଲିସ । ଏହି ଘଟଣା ଘଟିଛି ନୟାଗଡ ବୈାଦ୍ଧ ସୁଧାସାହିରେ । କୋଠରିରୁ ଦୁର୍ଗନ୍ଧ ହେବାରୁ ପୋଲିସକୁ ଖବର ଦେଲେ ଲୋକ । କବାଟ ଭାଙ୍ଗି ଉଦ୍ଧାର ହେଲା ମୃତଦେହ । ଯୁବକ ଜଣଙ୍କ ବୌଦ୍ଧ ସୁଧାସାହିର ଉମାକାନ୍ତ ମେହର ।  ମୃତ୍ୟୁର କାରଣ ଅସ୍ପଷ୍ଟ, ଥିବା ବେଳେ  ପୋଲିସ ତଦନ୍ତ ଜାରିରଖିଥିବା ଜଣାପଡିଛି ।

ଜଳିଗଲା ପ୍ଲାଷ୍ଟିକ ଦୋକାନ

ଭୁବନେଶ୍ବର :୩୦/୧୧-  କଟକର ମଙ୍ଗଳାବାଗ ସ୍ଥିତ ଏକ ପ୍ଲାଷ୍ଟିକ ଦୋକାନରେ ଶନିବାର ଦିନ ଭୟାବହ  ଅଗ୍ନିକାଣ୍ଡ ହୋଇଛି।ନିଆଁରେ ଲକ୍ଷାଧିକ ଜିନିଷ ପୋଡି ପାଉଁସ ହୋଇଥିବା ଜଣାପଡିଛି ।ଏହି ନିଆଁ  କେମିତି ଲାଗିଲା  ଜଣାପଡିନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ୩ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।ତେବେ ଏହି ନିଆଁ ପ୍ରଥମ କୋଠାରେ ଥିବା ପ୍ଲାଷ୍ଟିକ ଦୋକାନରେ ଲାଗିବା ପରେ ଆଖି ପିଛୁଳାକେ କୋଠାର ଅନ୍ୟ ଅଂଶକୁ ବ୍ୟାପିଯାଇଥିଲା।ଏହି କୋଠାରେ ଆନ୍ଧ୍ର ବ୍ୟାଙ୍କ […]

ଭୋଜି ହେଲା କାଳ

ଭୁବନେଶ୍ବର:୩୦/୧୧- ଭୋଜି ଖାଇବା ଜଣେ ବ୍ୟକ୍ତି ପାଇଁ କାଳ ସାଜିଛି । ସାଙ୍ଗ ହୋଇ ଭୋଜି ଖାଇବା ଓ ତା ସାଙ୍ଗରେ ମଦ୍ୟପାନ । ପରେ କୈାଣସି ଘଟଣାକୁ ନେଇ ଯୁକ୍ତିତର୍କ ତାପରେ ମାରପିଟ ।ଏହି ମାରପିଟ ରେ ଜଣକ ଜୀବନ ଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି   ନୟାଗଡ଼ ଓଡ଼ଗାଁ ଥାନା ବାହାଡ଼ଝୋଲା ଭଟ୍ଟସାହିରେ ।ଗତ କାଲି ବିଳମ୍ବିତ ରାତିରେ   ଭୋଜି ବେଳେ ମଦପିଇ ବ୍ୟକ୍ତିଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା  । […]

କେମିତି କଟିବ ଆଜିର ଦିନ

୩୦ ନଭେମ୍ବର, ଶନିବାର : ଆଜିର ରାଶିଫଳ. ମେଷ : ଆଜି ଆପଣ ଆଲସ୍ୟ ଏବଂ ବ୍ୟଗ୍ର ଅନୁଭବ କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ ଅନ୍ୟଥା କାମ ବିଗିଡ଼ି ପାରେ। ଚାକିରି, ବ୍ୟାପାର କିମ୍ବା ଘରେ କାହାକୁ ଦୁଃଖ ଯେପରି ନ ପହଁଞ୍ଚିବ ଏହାର ଧ୍ୟାନ ରଖିବେ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ଯିବାକୁ ହୋଇପାରେ। ପାରିବାରିକ ଜୀବନ ସୁଖମୟ ରହିବ। ହଜିଯାଇଥିବା କୌଣସି ବସ୍ତୁ ଆଜି ମିଳିବାର ସମ୍ଭାବନା ଅଧିକ ଅଟେ। ନିଜର […]

ପୁଣି ମଲା ଆନ୍ନାକୋଣ୍ଡା

ଭୁବନେଶ୍ୱର,୩୦/୧୧-  କେମିତି ମଲା ହଳଦିଆ ଆନ୍ନାକୋଣ୍ଡା ଓ ଏହା ପାଇ ଉତରଦାୟୀ କିଏ ହେବ ।ତିନିଦିନ ମଧ୍ୟରେ ଦୁଇଟି ଆନ୍ନାକୋଣ୍ଡା ମୃତ୍ୟୁ ନନ୍ଦନକାନନ ପାଇ ଚିନ୍ତାର କାରଣ ସାଜିଛି । ଜୀବଉଦ୍ୟାନ ନନ୍ଦନକାନନରେ ଶନିବାର ସକାଳେ ଏକ ଆନ୍ନାକୋଣ୍ଡା ମୃତ୍ୟୁବରଣ କରିଥିବାର କର୍ମଚାରୀମାନେ ଏନକ୍ଳୋଜର ସଫା କରିବାବେଳେ ଜାଣିବାକୁ ପାଇଛନ୍ତି । ସରିସୃପଉଦ୍ୟାନର ୪୫କେ ଏନକ୍ଳୋଜରେ ରହୁଥିବା ଆନ୍ନାକୋଣ୍ଡା ପର୍ଯ୍ୟଟକମାନଙ୍କର ମୁଖ୍ୟ ଆକର୍ଷଣ ସାଜିଥିଲା । ଗତ ୨୮ତାରିଖରେ ଗୋଟିଏ ମୃତ୍ୟୁବରଣ କରିଥିବାବେଳେ ଶନିବାର ଦିନ ଆଉ […]

ରାଜ୍ୟସ୍ତରୀୟ ପାରା ସ୍ପୋର୍ଟସ ମିଟ୍

ଭୁବନେଶ୍ୱର,୨୯/୧୧- ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସମାଜର ମୁଳଧାରା ସହ ଯୁକ୍ତକରିବା ଏକ ମୁଖ୍ୟ ବିଷୟ । ଅନେକ ସମୟରେ ସେମାନେ ସମାଜଠାରୁ ଦୁରେଇ ଯାଇଥାନ୍ତି । ସମାଜ ସବୁ ସମୟରେ ସାମାଜିକ,ରାଜନୈତିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ସେମାନଙ୍କୁ ମୁଖ୍ୟ ସମାଜରେ ସାମିଲ କରିବା ନିମନ୍ତେ ପଦକ୍ଷପ ନେବା ଆବଶ୍ୟକ । ଭି୍ନ୍ନକ୍ଷମ ବ୍ୟକ୍ତିମାନଙ୍କର ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲକ୍ଷରେ ଓଡିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ପାରା […]