Browsing author

SATYA SANDHANA DESK

ରାଜଧାନୀରେ ଆରମ୍ଭହେଲା ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ

ଭୁବନେଶ୍ୱର୩୧/୫(ଏସଏସନିୟୁଜ) ରାଜଧାନୀରେ ଆଜିଠୁ ଆରମ୍ଭ ହୋଇଛି ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ । ଘର ଘର ବୁଲି ୪୫ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି। ବିଏମସି ପକ୍ଷରୁ ୩ଟି ଜୋନ କରାଯାଇ ୬ଟି ଆପାର୍ଟମେଣ୍ଟରେ ଏହି ଟିକାକରଣ ଚାଲିଥିବାବେଳେ ପ୍ରତି ଆପାର୍ଟମେଣ୍ଟରେ ୨ ଶହ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି।

୩ ଜିଲ୍ଲାରେ କାଲିଠାରୁ ଖୋଲିବ ଗାଡ଼ି ଶୋରୁମ୍

ଭୁବନେଶ୍ୱର ୩୧/୫(ଏସଏସନିୟୁଜ) ସୁନ୍ଦରଗଡ, ନୂଆପଡା ଓ ଗଜପତି ଜିଲ୍ଲାରେ ଲକଡାଉନ୍ କୋହଳ ରହିଛି ।କେବଳ ଏହି ତିନଟି ଜିଲ୍ଲାରେ କାଲିଠାରୁ ଗାଡ଼ି ଶୋରୁମ ଖୋଲିବା ସହ ନୂଆ ଗାଡି ପଞ୍ଜୀକରଣକୁ ଅନୁମତି ମିଳିଛି ।ଏନେଇ ସୁନ୍ଦରଗଡ, ନୂଆପଡା ଓ ଗଜପତି ଜିଲ୍ଲାର ଆରଟିଓଙ୍କୁ ରାଜ୍ୟ ପରିବହନ କମିସନର ନିର୍ଦ୍ଦେଶ ଦେଇଛନ୍ତି ।

ରାଜଧାନୀରେ ମହିଳାଙ୍କୁ ଛୁରାମାଡ

ଭୁବନେଶ୍ବର,୩୧/୫(ଏସଏସନିୟୁଜ) ପରିବା କିଣିବାକୁ ଯାଉଥିବା ଜଣେ ମହିଳାଙ୍କୁ ସୋମବାର ଭୋର ସମୟରେ ଛୁରାମାଡ ହୋଇଛି । ଜଣେ ଦୁର୍ବୁତ ଲୁଟ କରିବାକୁ ଉଦ୍ୟମ କରି ଏପରି କରିଥିବାର ସିସିଟିଭିରେ କଏଦ ହୋଇଛି ଏହି ଚିତ୍ର । ଘଟଣାପରେ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିବାରୁ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି । ଗୁରୁତର ଆହତ ମହିଳାଜଣଙ୍କ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବାର ଜଣାପଡିଛି ।ଏଭଳି କାଣ୍ଡ ଘଟାଇ ଦୁର୍ବୃତ୍ତଜଣଙ୍କ ଫେରାର ହୋଇଯାଇଛି ।ତେବେ ଏହିଘଟଣାଟି […]

କ୍ୟାରିୟର ବରବାଦ କରିଦେବି. . .

୧-ବିଦ୍ୟୁତ୍‌ ଆଘାତରେ ସମ୍ବଲପୁର କମେଡିଏନ୍‌ ମିଷ୍ଟର୍‌ ଡୋଲୁଙ୍କ ପରଲୋକ । ୨–ଜୁନ ୧୭ ଯାଏଁ ବଢ଼ିଲା ଲକଡାଉନ, ସପ୍ତାହାନ୍ତ ସଟଡାଉନ ବି ଜାରି ରହିବ । ୩-କେବଳ ୩ଟି ଜିଲ୍ଲା ନୂଆପଡା, ଗଜପତି ଓ ସୁନ୍ଦରଗଡରେ କଟକଣା କୋହଳ କରାଯାଇଛି । ଏହି ୩ ଜିଲ୍ଲାରେ ଦିନ ୧ଟା ଯାଏଁ ଦୋକାନ ବଜାର ଖୋଲାରହିବ । ଏହାବାଦ ଅନ୍ୟ ସମସ୍ତ ଜିଲ୍ଲାରେ ପୂର୍ବଭଳି ୧୧ଟା ଯାଏଁ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା କରିପାରିବେ । ୪-ୟାସ୍‌ ମୁକାବିଲା: […]

ଆଜିର ଅନୁଚିନ୍ତା

➡️ଅଜବ ଏ ଦୁନିଆ ଭଲ କଲେ କହିବ — ମନ୍ଦ କଲେ ବି କହିବ –। ➡️ଈଶ୍ୱରଙ୍କୁ ଅନୁଭବ କରିବା ଶାଶ୍ୱତ ବିଜ୍ଞାନ ହିଁ ଧର୍ମ ଅଟେ । ➡️ଯିଏ ନିଜ ସ୍ଵଭାଵ ଅନୁଯାୟୀ ସ୍ବଧର୍ମ ପାଳନରେ ଅସମର୍ଥ, ସେ ତାହା ଠାରୁ ଉର୍ଦ୍ଧ୍ଵରେ ଥିବା ପରଧର୍ମ ପାଳନ ପାଇଁ କେବେ ବି ସମର୍ଥ ହେବ ନାହିଁ । ➡️କେବେ ବି ଲୋକେ ଆପଣଙ୍କ ବିଷୟରେ ଟିକା ଟିପ୍ପଣୀ କରନ୍ତି ତ ବିଚଳିତ ହୁଅ ନାହିଁ, ବାସ୍ […]

ଆଜିର ରାଶିଫଳ

ମଇ ମାସ ୩୧ ତାରିଖ ୨୦୨୧ ମସିହା(ସୋମବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,ତିଥି-ଷଷ୍ଠୀ,ସିଂହ ରାଶିର ଘାତ ଚନ୍ଦ୍ର,ମିଥୁନ ରାଶିର ଘାତବାର,ଷଷ୍ଠୀ ରଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନିମ୍ବ ତାଳ ଭକ୍ଷଣ ନିଷେଧ । ମେଷ-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। ବୃଷ-ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ […]

ଚୌଦ୍ୱାର ବିଜୁ ଯୁବବାହିନୀ ସାନିଟାଇଜ କଲେ,ମାସ୍କ ବାଣ୍ଟିଲେ

  ଚୌଦ୍ୱାର,୩୦/୫(ଏସ ଏସ ନିୟୁଜ)ଓଡିଶା ମୋ ପରିବାର ତରଫରୁ ଚୌଦ୍ୱାର  ବିଜୁ ଯୁବବାହିନୀ  ଦ୍ଵାରା ସାନିଟାଇଜିଙ୍ଗ କରିବା ସହ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି। ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଙ୍କ ପରାମର୍ଶ କ୍ରମେ ଆଜି ଚୌଦ୍ୱାର ପୌରପାଳିକା ର ୭ ନମ୍ବର ୱାର୍ଡ ଓଟିଏମ୍ କଲୋନୀ ରେ କିଛି ଘର ଘର ବୁଲି ସାନିଟାଇଜ଼ର କରିବା ସହ ମାସ୍କ ବଣ୍ଟନ କରାଯାଇଛ।ଏଥି ସହିତ ମାସ୍କ ପିନ୍ଧନ୍ତୁ ସୁରକ୍ଷିତ ରୁହନ୍ତୁ , […]

ଜୁନ୍ ୧୭ ଯାଏଁ ବଢ଼ିଲା ଲକଡାଉନ୍

ଭୁବନେଶ୍ୱର,୩୦/୫(ଏସଏସନିୟୁଜ) ପୁଣି ଲକଡାଉନ୍ କଟକଣା ୧୬ ଦିନ ପାଇଁ ବଢ଼ାଇଲେ ସରକାର । ଜୁନ୍ ୧୭ ତାରିଖ ସକାଳ ୫ଟାପର୍ଯ୍ୟନ୍ତ  ବଢ଼ିଲା ଲକଡାଉନ୍ । ୧ ତାରିଖ ସକାଳେ ଶେଷ ହେବାକୁ ଥିଲା ଲକଡାଉନ୍ । ଏହି ସମୟରେ ପୂର୍ବଭଳି ଶନିବାର ଏବଂ ରବିବାର ସପ୍ତାହାନ୍ତ ସଟଡାଉନ୍ ବଳବତ୍ତର ରହିବା ନେଇ ପ୍ରେସମିଟ୍ ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ନିୟନ୍ତ୍ରଣକୁ ଆସିଥିବା ନୁଆପଡା, ସୁନ୍ଦରଗଡ ଏବଂ ଗଜପତିରେ ଲକଡାଉନ୍ କୋହଳ […]

‘ଟୁ-ଡିଜି’ ଔଷଧ ପାଇଁ ଅର୍ଡର

‘ଭୁବନେଶ୍ୱର,୩୦/୫(ଏସଏସନିୟୁଜ) ରାଜ୍ୟସରକାର ୫ ହଜାର ‘ଟୁ-ଡିଜି’ ଔଷଧ ପାଇଁ ଅର୍ଡର ଦେଇଛନ୍ତି ।ଯାହାଫଳରେ ଖୁବଶୀଘ୍ର ରାଜ୍ୟକୁ ମିଳିବ ଟୁ-ଡିଜି । ତିନି ପର‌୍ୟ୍ୟାୟର ଟ୍ରାଏଲ ରିପୋର୍ଟକୁ ଅନୁଧ୍ୟାନ କରିବାପରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ଏହି ଔଷଧର ବ୍ୟବହାର ଲାଗି ଅନୁମତି ଦେଇଛନ୍ତି । ଏହି ଔଷଧ ଶରୀର ପ୍ରତି ସମ୍ପୂର୍ଣ୍ଣ ନିରାପଦ ବୋଲି ପ୍ରମାଣିତ ହୋଇଛି । ଗୋଟିଏ ସ୍ୟାଚେଟ୍ ‘ଟୁ-ଡିଜି’ର ମୁଲ୍ୟ ୯୯୦ ଟଙ୍କା ଡକ୍ଟର ରେଡିସ୍ କମ୍ପାନୀ ରଖିଥିବାବେଳେ ସରକାରୀ ହସ୍ପିଟାଲ […]

ଏମ୍‌କେସିଜିରେ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ !

ବ୍ରହ୍ମପୁର, ୩୦/୫(ଏସ୍‌ଏସ୍‌ନିୟୁଜ) ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରୁ ଚିହ୍ନଟ ହୋଇଥିବା ଜଣେ ବ୍ଲାକ୍ ଫଙ୍ଗସ୍ ରୋଗୀ ଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିବାର ଜଣାପଡିଛି ।ଖବରରୁ ଜଣାପଡିଛିଯେ, କରୋନାରେ ଆକ୍ରାନ୍ତ ହୋଇ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ୍‌ରେ ଗଞ୍ଜାମ ଜିଲ୍ଲାର ଜଣେ ଯୁବକ ଚିକିସ୍‌ିତ ହେଉଥିଲେ ।ଅବସ୍ଥାରେ ଉନ୍ନତ ଆସୁଥିବାବେଲେ ଆଖି ଧୀରେ ଧୀରେ ଫୁଲୁଥିବାରୁ ବ୍ଲାକ୍ ଫଙ୍ଗସ୍ ସନ୍ଦେହରେ ଗତକାଲି ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏମ୍‌କେସିଜିରେ ସିଟି ସ୍କାନ୍ ହୋଇଥିବାବେଳେ ଆଜି ସ୍ବାବ୍ ଟେଷ୍ଟ […]