ଭୁବନେଶ୍ୱର,୩।୫(ଏସଏସନିଉଜ)ଓଡ଼ିଶାରେ କ୍ଷୀରଦର ବୃଦ୍ଧିକଲା ଓମ୍ଫେଡ।ଟୋନ୍ଡ ଦୁଗ୍ଧ ଲିଟରପ୍ରତି ୪ଟଙ୍କା ବୃଦ୍ଧି ହୋଇଛି।୫୦ଟଙ୍କାରୁ ବୃଦ୍ଧି ପାଇ ହେଲା ୫୪ଟଙ୍କା।ପ୍ରିମିୟମ ଦୁଗ୍ଧ ଲିଟରପ୍ରତି ୪ଟଙ୍କା ବୃଦ୍ଧି ହୋଇଛି।୫୪ ଟଙ୍କାରୁ ବୃଦ୍ଧିପାଇ ହେଲା ୫୮ଟଙ୍କା।ଗୋଲ୍ଡ ପ୍ରିମିୟର ପ୍ଲସ୍ ଦୁଗ୍ଧ ଲିଟରପ୍ରତି ୪ଟଙ୍କା ବୃଦ୍ଧିପାଇ ୬୦ରୁ ୬୪ଟଙ୍କା ହୋଇଛି।ଗୋଲ୍ଡ ପ୍ରିମିୟର ଦୁଗ୍ଧ ଲିଟରପ୍ରତି ୪ଟଙ୍କା ବୃଦ୍ଧିପାଇ ୫୬ରୁ ୬୦ଟଙ୍କା ହୋଇଛି।ଗୋଟିଏ ପ୍ୟାକେଟ୍ (୫୦୦ମି.ଲି)ଉପରେ ୨ଟଙ୍କା ବୃଦ୍ଧି କରାଯାଇଛି।ଆଜିଠାରୁ ରାଜ୍ୟରେ ଓମ୍ଫେଡ୍ର ନୂଆ ଦର ଲାଗୁ ହୋଇଛି।