ବାହାଘର ହେଲା ନିଆରା

ଚୌଦ୍ୱାର,୨୧/୧(ଏସଏସନିୟୁଜ)ଚୌଦ୍ୱାର କୟଲପଡ଼ା ପଂଚାୟତ ରେ ଆଜି ଏକ ନିଆରା ବାହାଘର ହୋଇଯାଇଛି । କୟଲପଡ଼ା ଗ୍ରାମ ର ସ୍ୱର୍ଗତ ଗତିକୃଷ୍ଣ ନାୟକ ଙ୍କର ପୁଅ ସହ ସିମିଳିହାଣ୍ଡ ଗ୍ରାମର ଦିବାକର ନାୟକଙ୍କ ଝିଅ ସହ ବାହାଘର ହୋଇଥିଲା ।  ଉଭୟ ପୁଅ ଝିଅ ଅନ୍ଧ ।ଏହି ବାହାଘର ଊଦାହରଣ ସୃଷ୍ଟି କରି ବା ସହ ଚର୍ଚାରେ ରହିଛି ।  ପିଲାଦିନରୁ ଆଖି ହରାଇଥିଲେ ମୂନା। ନା ବାପା କୁ ଦେଖିଛନ୍ତି  ନା ମାଆ କୁ।ଏକା ନିଜେ ନିଜର ଗୁଜୁଲାଣ ମେଣ୍ଟାଇଛନ୍ତି।  ଏହି ବାହାଘର ରେ ପ୍ରଦୀପ କୁମାର ବିଶ୍ୱାଳ, ଶ୍ରୀକାନ୍ତ ଚୌଧୁରୀ, କାହ୍ନୁ ଚରଣ ନାୟକ ଙ୍କ ଉଦ୍ୟମ ରେ ବିବାହ କାର୍ଯ୍ୟ ସମାପନ ହୋଇଥିଲା ।  ବିବାହ କାର୍ଯ୍ୟରେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦାନ କରିଥିଲେ ।  ଉଦ୍ଧାର ଫାଉଣ୍ଡେସନର ସମସ୍ତ ସଦସ୍ୟ   ବାହାଘରରେ ସାହାଯ୍ୟ ସହଯୋଗ କରିଥିଲେ । ପ୍ରାୟ ୩୦୦ରୁ ଉର୍ଦ୍ଧ ଲୋକମାନେ ଏହି ବିବାହ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ  ।  କୟଲପଡ଼ା ପଂଚାୟତରେ ପ୍ରଥମ କରି ଏକ ନିଆରା ବିବାହ ହୋଇଥିବାରୁ  ଗ୍ରାମ ବାସୀମାନେ ପହଞ୍ଚି  ଉଭୟ ନବ ଦମ୍ପତି ଙ୍କୁ ଆଶୀର୍ବାଦ ଦେଇଥିଲେ  ।

Comments (0)
Add Comment