ବନ୍ଧାହେଲେ ଭୂତଙ୍କ ସଭାପତି

ଭୁବନେଶ୍ୱର,୨୭।୪(ଏସଏସନିଉଜ) ବନ୍ଧାହୋଇଛନ୍ତି ଭୂତଙ୍କ ସଭାପତି ବିପିନ କୁମାର ରାଉତରାୟ । ଏକ ପୁରୁଣା ମାମଲାରେ ଗିରଫ ହୋଇଛନ୍ତି । ନନ୍ଦପୁର ଗ୍ରାମର ବିପିନ କୁମାର ରାଉତରାୟ । ବିପିନଙ୍କ ନାମରେ ୩ଟି ୱାରେଣ୍ଟ ରହିଥିଲା । ବିପିନ ପୋଲିସକୁ ଚକମା ଦେବାରେ ମାହିର ହୋଇଥିବା ବେଳେ ତାଙ୍କୁ ଗିରଫ କରିବାର ସଦର ପୋଲିସକୁ ସଫଳତା ମିଳିଛି । ବିପିନ ଅପରାହ୍ନ ୩ଟାରେ ନନ୍ଦପୁର ଆସିଥିବା ବେଳେ ପୋଲିସ ତାଙ୍କୁ ସେଠାରୁ ଉଠାଇ ନେଇ ଗିରଫ କରିଛି । ବିପିନ ମାବଗଳାମୁଖୀଙ୍କୁ ସାଧନା କରିଥିବା କହି ସୋସିଆଲ ମିଡିଆରେ କିଛିଦିନ ହେବ ଚର୍ଚ୍ଚାରେ ରହିଥିଲେ। ଏମିତିକି ଭୂତ ନାଁରେ ଆଇ ମା କାହାଣୀ କହି ନିଜକୁ ଭୂତ ପ୍ରେତମାନଙ୍କ ସଭାପତି କହୁଥିଲେ  ରାଜଧାନୀ ଭୁବନେଶ୍ୱର ନିକଟସ୍ଥ ଭରତପୁର ଅଞ୍ଚଳର ବିପିନ।

Comments (0)
Add Comment