ବନ୍ଧାହେଲେ ଭୂତଙ୍କ ସଭାପତି

0 177

ଭୁବନେଶ୍ୱର,୨୭।୪(ଏସଏସନିଉଜ) ବନ୍ଧାହୋଇଛନ୍ତି ଭୂତଙ୍କ ସଭାପତି ବିପିନ କୁମାର ରାଉତରାୟ । ଏକ ପୁରୁଣା ମାମଲାରେ ଗିରଫ ହୋଇଛନ୍ତି । ନନ୍ଦପୁର ଗ୍ରାମର ବିପିନ କୁମାର ରାଉତରାୟ । ବିପିନଙ୍କ ନାମରେ ୩ଟି ୱାରେଣ୍ଟ ରହିଥିଲା । ବିପିନ ପୋଲିସକୁ ଚକମା ଦେବାରେ ମାହିର ହୋଇଥିବା ବେଳେ ତାଙ୍କୁ ଗିରଫ କରିବାର ସଦର ପୋଲିସକୁ ସଫଳତା ମିଳିଛି । ବିପିନ ଅପରାହ୍ନ ୩ଟାରେ ନନ୍ଦପୁର ଆସିଥିବା ବେଳେ ପୋଲିସ ତାଙ୍କୁ ସେଠାରୁ ଉଠାଇ ନେଇ ଗିରଫ କରିଛି । ବିପିନ ମାବଗଳାମୁଖୀଙ୍କୁ ସାଧନା କରିଥିବା କହି ସୋସିଆଲ ମିଡିଆରେ କିଛିଦିନ ହେବ ଚର୍ଚ୍ଚାରେ ରହିଥିଲେ। ଏମିତିକି ଭୂତ ନାଁରେ ଆଇ ମା କାହାଣୀ କହି ନିଜକୁ ଭୂତ ପ୍ରେତମାନଙ୍କ ସଭାପତି କହୁଥିଲେ  ରାଜଧାନୀ ଭୁବନେଶ୍ୱର ନିକଟସ୍ଥ ଭରତପୁର ଅଞ୍ଚଳର ବିପିନ।

Leave A Reply

Your email address will not be published.