ଭଗୀପୁରରେ ଧାନଫସଲ ଖାଇ ନଷ୍ଟକଲେ ହାତୀପହ୍ଲ

0 108

ବାଙ୍କୀ, ୨୭ା୪ (ଏସଏସନିଉଜ) ଚନ୍ଦକା-ଡମପଡା ଅଭୟାରଣ୍ୟର ପାଦ ଦେଶରେ ଥିବା ଭଗିପୁର ଗ୍ରାମର ଚାଷଜମିରେ ହାତୀମାନେ ପଶି ବ୍ୟାପକଫସଲ ନଷ୍ଟ କରିଛନ୍ତି ।ଗୁରୁବାର ସକାଳ ସମୟରେ ହାତୀ ପହ୍ଲ ଆଠଗଡ ସୁକାଶନ ଜଙ୍ଗଲରୁ ବହାରି ମହାନଦୀ ପାରହୋଇ ଚନ୍ଦକା- ଡମପଡା ଅଭୟାରଣ୍ୟକୁ ଫେରୁଥିବା ବେଳେ ହାତୀପହ୍ଲ ଭଗିପୁରଗ୍ରାମର ଚାଷଜମିରେ ପଶି ବ୍ୟାପକ ଧାନ ଫସଲ ଖାଇବାସହ ଦଳିଚକଟି ନଷ୍ଟ କରିଦେଇଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି ।ଆଉ କିଛିଦିନ ପରେ ଚାଷୀମାନେ ଧାନ ଅମଳ କରିଥାନ୍ତେ,କିନ୍ତୁ ହାତୀପହ୍ଲ ଧାନଫସଲ ନଷ୍ଟ କରିବାପରେ ଚାଷୀମାନଙ୍କ ଆର୍ଥିକମେରୁଦଣ୍ଡ ଦୁର୍ବଳ ହୋଇ ଯାଇଛି । ଭଗିପୁରଗ୍ରାମର ରବିନ୍ଦ୍ରଦେହୁରୀ , ଯୁଧିଷ୍ଠିରମାଝି ଆଦି ଚାଷୀମାନଙ୍କ ବ୍ୟାପକ ଧାନଫସଲ ହାତୀପହ୍ଲ ଖାଇବାସହ ଦଳଚକଟି ନଷ୍ଟ କରିଛି ।ଏହାସହିତ ହାତୀପହ୍ଲ ଗ୍ରାମମଧ୍ୟକୁ ପଶିବାକୁ ଉଦ୍ୟମ କରିଥିବାବେଳେ ଗ୍ରାମବାସମାନେ ମିଶି ହାତୀପହ୍ଲଙ୍କୁ ଘଉଡାଇଥିଲେ ।ହାତୀମାନଙ୍କର ଏଭଳି ଆଚରଣ ଦେଖି ଗ୍ରାମବାସୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।ଗ୍ରାମବାସୀମାନେ ବନବିଭାଗକୁ ଖବର ଦେଇଥିଲେ ମଧ୍ୟ ଭଗିପୁର ବନଖଣ୍ଡ ଅଧିକାରୀ ଓ ବନକର୍ମଚାରୀମାନେ ବହୁ ବିଳମ୍ବରେ ପହଂଚି ଥିବାରୁ ଚାଷି ମାନଙ୍କ ମନରେ ବହୁତ କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଚାଷୀମାନଙ୍କର କ୍ଷୟକ୍ଷତିକୁ ଆକଳନ କରି ବନବିଭାଗ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ସହିତ ହାତୀ ପହ୍ଲଙ୍କୁ ଘଉଡାଇବାର ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀମାନେ ଦାବୀ କରିଛନ୍ତି।

Leave A Reply

Your email address will not be published.