ଆଜିର ରାଶିଫଳ

0 155

୨୮-୪-୨୦୨୩(ଶୁକ୍ରବାର)ବିଛା ,ଧନୁ ଓ ମୀନରାଶିମାନଙ୍କର ଘାତବାର ।ରାତ୍ରି ଘ୮।୫୬ ଗତେଘ୧୦।୨୨ମଧ୍ୟେ କାଳରାତ୍ରି । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ନାରୀକେଳ ଭକ୍ଷଣ ନିଷେଧ । ଦିବା ଘ୪।୦ ଗତେ ଲାଭଭକ୍ଷଣ ନିଷେଧ । ନୀଳାଦ୍ରୀ ମହୋଦୟାଷ୍ଟମୀ ।ଅମୃତ–ଦିବା ଘ୬।୫୮ ମଧ୍ୟେ ଘ୭।୪୬ ଗତେ ଘ୧୦।୧୦ ମଧ୍ୟେ ଘ୧୨।୪୩ ଗତେ ଘ୨।୧୦ ମଧ୍ୟେ ଘ୩।୪୬ ଗତେ ଘ୫।୨୨ ମଧ୍ୟେ । ମାହେନ୍ଦ୍ର – ରାତ୍ରି ଘ୧୦।୫୫ ଗତେ ଘ୧୧।୪୩ ମଧ୍ୟେ ଘ୪।୩୧ ଗତେ ଘ୫।୨୨ ମଧ୍ୟେ ।
ମେଷ:-ବ୍ୟବସାୟ ପ୍ରତି ବିଶେଷ ଦୃଷ୍ଟି ଦେବେ। ରାଜନୈତିକ ପରିସର ବୃଦ୍ଧି ହେବ। ଅଫିସ ତରଫରୁ ରାଜ୍ୟ ବାହାରକୁ ଯିବାର ସୁଯୋଗ ପାଇବେ।
ବୃଷ:-ଦିନଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ। ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ସାମାଜିକ ମିଳାମିଶା ବଢ଼ିବ।
ମିଥୁନ:-ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପ୍ରେମ ସମ୍ବନ୍ଧ ମଧୁର ହେବ।
କର୍କଟ:-ଧାର୍ମିକକାର୍ଯ୍ୟକ୍ରମରେ ଖର୍ଚ୍ଚ କରିପାରନ୍ତି। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଆଣିବେ।
ସିଂହ:-ସୁଖ ସୌଭାଗ୍ୟ ମିଳିବାର ଦିନଟିଏ। ରାଜନୀତିରେ ସଫଳତା ପାଇବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ।
କନ୍ୟା:-ବନ୍ଧୁ ମାଧ୍ୟମରେ କିଛି ଆଶା ପୂରଣ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଘରୋଇ ପରିବେଶ ଶାନ୍ତିମୟ ରହିବ। ପ୍ରେମ ବ୍ୟାପାର ପାଇଁ ଭଲ ଦିନଟିଏ।
ତୁଳା:-କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ନୂଆ ବନ୍ଧୁତା ହୋଇପାରେ। ଜମି କିଣିବା ଲାଗି ସୁନ୍ଦର ଯୋଗ ରହିଛି।
ବିଛା:-ସକାରାତ୍ମକ ଭାବନା ଆଗକୁ ବଢ଼ିବାରେ ସହାୟକ ହେବ। ପରିଶ୍ରମର ଫଳ ନିଶ୍ଚୟ ପାଇବେ। ବିରୋଧୀ ପକ୍ଷ ଗୋପନରେ ଆପଣଙ୍କୁ ପ୍ରଶଂସା କରିବେ।
ଧନୁ:-ପିତାଙ୍କର ଆୟରେ ବୃଦ୍ଧି ହେବ। ପୁଞ୍ଜି ବଜାରରେ ନିବେଶ କରନ୍ତୁ, ଭବିଷ୍ୟତରେ ଲାଭ ପାଇବେ। ଶାସନରେ ଥିବା ଲୋକଙ୍କ ସହିତ ସଂପର୍କ ହେବ।
ମକର:-ଆପଣ ନିଜ କାମ ପାଇଁ ପ୍ରଶଂସା ଓ ପୁରସ୍କାର ପାଇବେ। ପ୍ରେମିକାଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ବ୍ୟବସାୟରେ ବିକ୍ରି ଓ ଆର୍ଥିକ ଲାଭ ବଢ଼ିବ।
କୁମ୍ଭ:-ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଅଫିସରେ କାହା ପ୍ରତି ଆକର୍ଷିତ ହେବେ। ମହିଳାମାନେ ଜିନିଷ କିଣିବା ପାଇଁ ସହରକୁ ଯିବେ। ସନ୍ତାନ ସମ୍ବନ୍ଧରେ ଚିନ୍ତା ଦୂର ହେବ।
ମୀନ:-କୌଣସି କଥା ନେଇ ଭାବପ୍ରବଣ ରହିବେ। ଅଧୁର ଥିବା କାମ ସଂପୂର୍ଣ୍ଣ ହେବ। ନାମ ଓ ଯଶ ବୃଦ୍ଧି ହେବ। ବ୍ୟବସାୟରେ ନୂଆ ସୁଯୋଗ ଓ କାମ ପାଇବେ।
!!ଜୟଜଗନ୍ନାଥ,,ଜୟସୋମନାଥ ଜୟମାଯୋଗମାୟା!!

Leave A Reply

Your email address will not be published.