କଟକ,୨୭।୯(ଏସଏସନିଉଜ)ଶୁକ୍ରବାର ବିଳମ୍ବିତ ରାତିରେପୁରୀ କେନାଲ ରୋଡ଼ରେ ଭାରସାମ୍ୟ ହରାଇ ଦୃତଗତୀରେ ଯାଉଥିବା ଏକ ଆମ୍ବୁଲାନ୍ସ ଓଲଟି ପଡିଛି।ତେବେ ଆମ୍ବୁଲାନ୍ସଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡ୍ରାଇଭର ଓ ଆମ୍ବୁଲାନ୍ସ ମାଲିକ ଅଳ୍ପକେ ବର୍ତିଯାଇଛନ୍ତି।
ପ୍ରକାଶଯେ, ସମ୍ବଲପୁର ବୁର୍ଲା ମେଡିକାଲରୁ ରୋଗୀ ନେଇଏକ ଘରୋଇ ଆମ୍ବୁଲାନ୍ସ ଭୁବନେଶ୍ୱର ଏମ୍ସ ଆସିଥିଲା।ଏମ୍ସରେ ରୋଗୀ ଛାଡ଼ି ବାରଙ୍ଗ ପୁରୀ କେନାଲ ରୋଡ଼ରେ ଶୁକ୍ରବାର ବିଳମ୍ବିତ ରାତିରେ ସମ୍ବଲପୁରକୁ ଫେରୁଥିଲା।ଆମ୍ବୁଲାନ୍ସଟି ଦ୍ରୁତଗତିରେ ଆସୁଥିବା ବେଳେ ଶଣ୍ଢପୁର ଗ୍ରାମ ନିକଟରେ ଡ୍ରାଇଭରର ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ କେନାଲ କଡ଼କୁ ଓଲଟି ପଡିଥିଲା। କୌଶଳ କ୍ରମେ ଡ୍ରାଇଭର ଓ ମାଲିକ ଆମ୍ବୁଲାନ୍ସ ଭିତରୁ ବାହାରକୁ ପଲାଇ ଆସିଯାଇଥିବାରୁ ବଞ୍ଚି ଯାଇଥିଲେ। ଆଉ ଟିକେ ତଳକୁ ଖସିଥିଲେ ଆମ୍ବୁଲାନ୍ସଟି ପୁରୀକେନାଲ ଭିତରକୁ ପଳାଇ ଯାଇଥାନ୍ତା ବୋଲି ଜଣାପଡିଛି।ସକାଳୁ ବାରଙ୍ଗ ଥାନା ପୋଲିସ ଆସି ଆମ୍ବୁଲାନ୍ସକୁ ଜବତ କରି ତଦନ୍ତ ଆରମ୍ଭ କରିଛି।(ଶଶିକାନ୍ତ ନାୟକ ଙ୍କ ରିପୋର୍ଟ)