ଭୁବନେଶ୍ୱର,୯ା୯(ଏସଏସନିଉଜ)ଲଗାଣ ବର୍ଷାରେ ମାଲକାନଗିରି ସ୍ଥିତି ସଙ୍ଗୀନ ହୋଇପଡିଛି । ପୋଲ ଉପରେ ପାଣି ପ୍ରବାହିତ ହେବାରୁ ଯାତାୟତରେ ବାଧା ସୃଷ୍ଟିହୋଇଛି ।ପାଙ୍ଗମ, ଏମ୍ଭି ୭, ଏମ୍ଭି ୯୦ ଆଦି ଅନେକ ପୋଲରେ ୧୦ ଫୁଟ ପାଣି ଚାଲିଛି ।ବର୍ଷା ଫଳରେ ପୋଟେରୁ ସହରର ଅନେକ ଘର ଭିତରେ ବର୍ଷା ପାଣି ପଶିଛି ।ପୋଲ ଓ ରାସ୍ତା ଉପରେ ପାଣି ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି ।