ଚାଲିଗଲା ଚନ୍ଦନବୋଡାର ଜୀବନ

ବାରଙ୍ଗ,୧୯/୧୧(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ସରୀସ୍ବପ ଉଦ୍ୟାନର ୪୪ନମ୍ବର(ଗ) ଖୁଆଡରେ ରହୁଥିବା ଏକ ୬ବର୍ଷର ଚନ୍ଦନବୋଡା ସାପ ଗତକାଲି ସନ୍ଦ୍ୟାରେ ମୃତ୍ୟୁ ଘଟିଛି।ମୃତ ସାପ କିଛିଦିନ ହେବ ଅସୁସ୍ଥ ଥିଲା।ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକମାନେ ତାର ଚିକିତ୍ସା କରୁଥିଲେ।ତେବେ ଏହି ସାପଟିକୁ ପ୍ରାଣୀଉଦ୍ୟାନ ପରିସର ମଧ୍ୟରୁ ଉଦ୍ଧାର କରାଯାଇଥିଲା।ତାର ମୃତ୍ୟୁ ପରେ ଏହି ପ୍ରଜାତିର ଚନ୍ଦନବୋଡା ୨କୁ ହ୍ରାସପାଇଛି।ସେମାନଙ୍କ ମଧ୍ୟରୁ ଗୋଟିଏ ମାଈ ଗୋଟିଏ ଅଣ୍ଡିରା ରହିଲେ।ସାଧାରଣତଃ ଏହି ପ୍ରଜାତିର ସାପ ଭାରତର ସବୁ ସ୍ଥାନରେ ଦେଖାଯାଆନ୍ତି।ବିଶେଷକରି ଦକ୍ଷିଣ-ପୂର୍ବ-ଏସିଆରେ ବହୁଳ ମାତ୍ରାରେ ଦେଖାଯାଆନ୍ତି।

Comments (0)
Add Comment