Browsing category

ମହାନଗର

ସବୁ ଆସନପାଇଁ ପ୍ରସ୍ତୁତି କରୁଛୁ

ଭୁବନେଶ୍ୱର,୧୦।୩(ଏସଏସନିଉଜ)ବିଜେପି ରାଜ୍ୟନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଧାନସଭା ହେଉ କିମ୍ବା ଲୋକସଭା ସବୁ ଆସନ ପାଇଁ ଆମେ ପ୍ରସ୍ତୁତି କରୁଛୁ।ଗୋଟିଏ ଗୋଟିଏ ଆସନପାଇଁ ଚର୍ଚ୍ଚା ହୋଇଛି। ମେଣ୍ଟ ଚର୍ଚ୍ଚାକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ଲତା କହିଛନ୍ତି ଆପଣମାନେ ଚର୍ଚ୍ଚା କରୁଛନ୍ତି, ଆମେ ନୁହେଁ, ସବୁ ଆସନ ପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି।

ସ୍କୁଲକର୍ମଚାରୀଙ୍କୁ ମିଳିବ ସାମୟିକଛୁଟି

ଭୁବନେଶ୍ୱର,୧୦।୩(ଏସଏସନିଉଜ)ଅନୁଦାନପ୍ରାପ୍ତ ସ୍କୁଲ କର୍ମଚାରୀଙ୍କୁ ମିଳିବ ୧୫ଦିନର ସାମୟିକ ଛୁଟି।ଶିକ୍ଷକ ଓ ଅଣଶିକ୍ଷକଙ୍କୁ ବର୍ଷକୁ ମିଳିବ ୧୫ ଦିନର ସାମୟିକ ଛୁଟି।ମହିଳାକର୍ମଚାରୀଙ୍କୁ ମିଳିବ ୧୮୦ ଦିନର ସବୈତନିକ ମାତୃତ୍ୱ ଛୁଟି ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ। ଏହାଦ୍ୱାରା ୩୩ହଜାର ୪୨୦ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ ବୋଲି ଜଣାପଡିଛି।

EDଚଢ଼ାଉରେ ୩୦ଲକ୍ଷ ଜବତ

ଭୁବନେଶ୍ୱର,୧୦।୩(ଏସଏସନିଉଜ)ED ଚଢ଼ାଉରେ ମିଳିଲା ୩୦ଲକ୍ଷ ନଗଦଟଙ୍କା।୨କେଜି ଓଜନର ସୁନା ବି ମିଳିଲା।ଯାହାରମୂଲ୍ୟ୧. ୨୪କୋଟି ଟଙ୍କା ହେବ।କେନ୍ଦୁଝର ଯୋଡ଼ାରେ ଇଡି ଚଢାଉ ବେଳେ ମିଳିଲା ଟଙ୍କା।ଦୀପକଗୁପ୍ତା ଓ ସହଯୋଗୀଙ୍କ ୧୨ଟି ସ୍ଥାନରେ ହୋଇଥିଲା ରେଡ୍ ।ବିଦେଶୀକାର୍, ସମ୍ପତ୍ତି, ଆପତ୍ତିଜନକ କାଗଜପତ୍ର ଜବତ ହୋଇଛି।

ରାତିରେ ଖୋଲିବ ନନ୍ଦନକାନନ!

ବାରଙ୍ଗ,୯ା୩(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନ ରାତିବେଳା ଖୋଲିବାକୁ ଯାଉଛି ।ଏଥର ପର୍ଯ୍ୟଟକମାନେ ରାତିରେ ମଧ୍ୟ ଜୀବଜନ୍ତୁ ମାନଙ୍କୁ ଦେଖିବାର ସୁଯୋଗ ପାଇବେ ।ଏଥିନିମନ୍ତେ ନନ୍ଦନକାନନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।ବିଭିର୍ଣ ଜୀବଜନ୍ତୁ ଏନକ୍ଲୋଜର ଆଗରେ ଓ ରାସ୍ତାରେ ଆଲୋକିକରଣର ବ୍ୟବସ୍ଥା କରାଯାଉଛି ।ଏଥି ନିମନ୍ତେ ଶନିବାରଦିନ ନନ୍ଦନକାନନର କର୍ତୁପକ୍ଷଙ୍କ ଉପସ୍ଥିତିରେ ପରୀକ୍ଷାମୁଳକଭାବେ ଅନୁଧ୍ୟାନ କରାଯାଇଥିବାର ଜଣାପଡିଛି ।ତେବେ ଏହି ସୁବିଧା କେବଳ ରବିବାରଦିନ ଉପଲବ୍ଧ ହୋଇପାରିବା ।ପ୍ରାଥମିକପର୍ଯ୍ୟାୟରେ ରବିବାର ରାତି୭ରୁ୯ଟା ଦୁଇଘଂଟା ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ଏହି ସୁବିଧା ପାଇପାରିବେ […]

ଶଙ୍ଖଧରିଲେ ବିଜୟଙ୍କପୁଅ ଅରବିନ୍ଦ!

କେନ୍ଦ୍ରାପଡ଼ା,୭।୩(ଏସଏସନିଉଜ) ଆଜି ବରିଷ୍ଠ ବିଜେପିନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଧିବଦ୍ଧ ଭାବେ ବିଜେଡିରେ ସାମିଲ୍‌ ହୋଇଛନ୍ତି।ଦଳର ରାଜ୍ୟସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଶଙ୍ଖଭବନଠାରେ ଅରବିନ୍ଦ ଶଙ୍ଖ ଧରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜୟ ବିଜେପି ରାଜନୀତିରୁ ନିଜକୁ ଦୂରେଇ ରଖିବାସହ ପ୍ରାୟ ଦୁଇବର୍ଷ ହେବ ଅରବିନ୍ଦଙ୍କୁ ପାଟକୁରା ନିର୍ବାଚନ ମଣ୍ତଳୀରେ ସକ୍ରିୟ ଭାବେ ବୁଲାବୁଲି କରୁଥିବା ଲକ୍ଷ୍ୟ କରାଯାଇଥିଲା।ଆଗାମୀଦିନରେ ରାଜନୀତି କରିବେ ବୋଲି ସ୍ପଷ୍ଟ କରିଥିଲେ ମଧ୍ୟ କେଉଁଦଳରେ ମିଶିବେ […]

ପୋଲିସବାରାକରୁ ବନ୍ଧୁକ ଚୋରି !

ଭୁବନେଶ୍ୱର,୬।୩(ଏସଏସନିଉଜ)ଭୁବନେଶ୍ବର ସପ୍ତମ ବାଟାଲିଅନରୁ ବନ୍ଧୁକଚୋରି ଅଭିଯୋଗ ଆସିଛି।ରାଷ୍ଟ୍ରପତିଙ୍କ ଡ୍ୟୁଟିରେ ଥିବା ଯବାନଙ୍କ ବନ୍ଧୁକ ଚୋରି ହୋଇଥିବାର ଜଣାପଡିଛି।ଗତ ୧୦ରେ ରାଷ୍ଟ୍ରପତିଙ୍କ ଡ୍ୟୁଟି ପାଇଁ ଭୁବନେଶ୍ବର ଆସିଥିଲେ। ରାଇଫଲ ଓ ଗୁଳି ଚୋରି ନେଇ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ଆଜିଠୁ ନବମଶ୍ରେଣୀ ପରୀକ୍ଷା

ଭୁବନେଶ୍ୱର,୬।୩(ଏସଏସନିଉj)ଆଜିଠୁ ନବମ ଶ୍ରେଣୀ ପରୀକ୍ଷା,ମାଧ୍ୟମିକଶିକ୍ଷା ପରିଷଦ ପରିଚାଳିତ ଉଚ୍ଚବିଦ୍ୟାଳୟରେ ପରୀକ୍ଷା ଆରମ୍ଭ ହୋଇଛି। ମଧ୍ୟମାବିଦ୍ୟାଳୟରେ ମଧ୍ଯ ନବମଶ୍ରେଣୀ ପରୀକ୍ଷା ଆରମ୍ଭ ହିଇଛି।୧୩ତାରିଖ ଯାଏଁ ନିଜ ବିଦ୍ୟାଳୟରେ ଅନୁଷ୍ଠିତ ହେବ ପରୀକ୍ଷା ବୋଲି ଜଣାପଡିଛି।

ଉପରମୁହାଁ ହେବ ପାରଦ

ଭୁବନେଶ୍ୱର,୬।୩(ଏସଏସନିଉଜ)ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ହେବ ପାରଦ।ସ୍ବାଭାବିକଠାରୁ ୩ ରୁ ୫ ଡିଗ୍ରୀପର୍ଯ୍ୟନ୍ତ ତାପମାତ୍ରା ବଢିବ।ବର୍ତ୍ତମାନ ରାଜ୍ୟରେ ପଶ୍ଚିମାଝଡ ସକ୍ରିୟ ଥିବାବେଳେ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପ ବଳୟସୃଷ୍ଟି ହୋଇଛି।ଏହାର ପ୍ରଭାବରେ ଆସନ୍ତା ୪ଦିନପର୍ଯ୍ୟନ୍ତ ରାଜ୍ୟରେ ଖରା ଛାଇରେଖେଳ ଦେଖିବାକୁ ମିଳିବବୋଲି ପାଣିପାଗବିଭାଗ ଆକଳନ କରିଛି।

ବନ୍ଦହେଲା Facebook!

ଭୁବନେଶ୍ୱର,୫।୩(ଏସଏସନିଉଜ)ବନ୍ଦ ହେଲା ଫେସବୁକ, କାମକରୁନି ଲକ୍ଷଲକ୍ଷ ୟୁଜରଙ୍କ ଫେସବୁକ ଆକାଉଣ୍ଟ।ପୁଣିଥରେ ମେଟାର ଫେସବୁକକୁ ନେଇ ଦେଖାଦେଇଛି ସମସ୍ୟା । ସର୍ଭରଡାଉନ୍ ଯୋଗୁଁ ଲଗ୍ ଇନ୍ ସହ ଆକାଉଣ୍ଟରେ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲକ୍ଷଲକ୍ଷ ୟୁଜର ।ଏନେଇ ଟ୍ୱିଟରରେ ଅନେକ ୟୁଜର ପ୍ରଶ୍ନ କରିଥିଲେ ମଧ୍ୟ ମେଟା ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ କିଛି ୟୁଜର ଫେସବୁକ ସହିତ ଇନଷ୍ଟାଗ୍ରାମ ସର୍ଭର ମଧ୍ୟ ଡାଉନ୍ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ଜନବିରୋଧୀ ବ୍ୟକ୍ତିଙ୍କୁ ନେଉଛି BJP !

ଭୁବନେଶ୍ୱର,୩ା୩(ଏସଏସନିଉଜ)ବିଜେଡିମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ରଙ୍କ BJPରେ BJD ନେତାଙ୍କ ସାମିଲ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ର ।ସେଏକ ପ୍ରେସମିଟ୍ ରେ କହିଛନ୍ତି ଯେ, ନୂଆନେତା ତିଆରିକରିବାରେ ବିଜେପି ସକ୍ଷମନୁହେଁ ।୨୦୧୯ ତୁଳନାରେ ୨୪ରେ ନୈରାଶ୍ୟଜନକ ପ୍ରଦର୍ଶନ କରିବBJP ।ଜନବିରୋଧୀ ବ୍ୟକ୍ତିଙ୍କୁ ଦଳରେ ମିଶାଉଛି ବିଜେପି ।୨୦୧୯ ଫର୍ମୁଲାକୁ ଆପଣାଉଛି ବିଜେପି ବୋଲି ସ୍ବୟମ ପ୍ରକାଶ କହିଛନ୍ତି ।ସେପୁଣି କହିଛନ୍ତି ବିଜେଡିରୁ ତଡ଼ାଖାଇଥିବା ନେତାଙ୍କୁ ବିଜେପି ଆପଣାଉଛି ।ଟିକେଟ ସମ୍ଭବନା ନ ଥିବା ନେତାଙ୍କୁ ସାମିଲ କରୁଛି […]