କାର-ଟ୍ରକ ମୁହାଁମୁହିଁ
ବାରଙ୍ଗ,୨୧।୬ (ଏସଏସନିଉଜ) ବାରଙ୍ଗ ତ୍ରିଶୁଳିଆ ଛକରେ ବୁଧବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦମ୍ପତି। ଖବରରୁ ପ୍ରକାଶ ଯେ, ବୁଧବାର ଅପରାହ୍ନ ସମୟରେ ତ୍ରିଶୁଳିଆରୁ ବାଲିକୁଦା ଅଭିମୁଖେ ଯାଉଥିବା ଓଆର-୦୫-ବି-୨୫୫୫ ନମ୍ବର ଟ୍ରକକୁ ବାମପଟେ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ଆର-୦୫- ଜେଡ-୪୯୫୫ ନମ୍ବର କାରଟି ଟ୍ରକର ବାମପଟେ ଧକ୍କା ହୋଇ ଟ୍ରକ୍ ସମ୍ମୁଖକୁ ଚାଲିଆସିଥିଲା।ଘଟଣାସ୍ଥଳରେ କାର ଭିତରେ ଥିବା ଦମ୍ପତି ସାମାନ୍ୟ ଆହତ ହୋଇଥିବା ବେଳେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। […]