Browsing category

ମହାନଗର

ଆମେରିକା ଯିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୭ା୫(ଏସଏସନିଉଜ)ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ରାଷ୍ଟ୍ରପତି ଜୋ. ବାଇଡେନଙ୍କ ଆମନ୍ତ୍ରଣ କ୍ରମେ ଆମେରିକା ଯିବେ ପ୍ରଧାନମନ୍ତ୍ରୀାହ୍ୱାଇଟ୍ ହାଉସରେ ବାଇଡେନଙ୍କ ସହ ରାତ୍ରଭୋଜନ କାର‌୍ୟ୍ୟକ୍ରମ ରହିଥିବାର ଜଣାପଡିଛି ।

କାଶକାରାଶ୍ରମ ସମ୍ମୁଖରେ ଦୁର୍ଘଟଣା

ମେଣ୍ଢାଶାଳ, ୧୭ା୫ (ଏସଏସନିଉଜ)ମେଣ୍ଢାଶାଳ ଫାଣ୍ଡିଅଧିନସ୍ଥ ମୁକ୍ତାକାଶ କାରାଶ୍ରମ ସମ୍ମୁଖରେ ଦୁର୍ଘଟଣା ଘଟି ବୁଧବାରଦିନ ମଦନପୁରଗାଁର ମଂଟୁନାୟକ ନାମକ ବ୍ୟକ୍ତି ଗୁରୁତରଆହତ ହୋଇଛନ୍ତି ।ମଂଟୁ ମେଣ୍ଢାଶାଳ ପଟରୁ ବାଇକ ଯୋଗେ ଆସୁଥିବାବେଳେ ପଛପଟରୁ ଏକ ଟାଟାଏସି ଗାଡିଆସି ତାଙ୍କୁ ଧକ୍କାଦେଇଥିଲା ଫଳରେ ସେ ବାଇକରୁ ଛିଟିକି ଘୁଷୁଡି ପଡିଥିଲେ ।ଖବରପାଇ ମେଣ୍ଢାଶାଳ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ଦୁର୍ଘଟଣାଗ୍ରାସ୍ଥ ଗାଡିଦୁଇଟିକୁ ଜବତକରିବା ସହ ଆହତଙ୍କୁ ଚିକିସ୍‌ାପାଇଁ ଡାକ୍ତରଖାନାକୁ ପଠାଇଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

୧୮ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର,୧୬।୫(ଏସଏସନିଉଜ) ମେ୧୮ତାରିଖ ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ।ସକାଳ ୧୦ଟାରେ ରେଜଲ୍ଟ ପ୍ରକାଶ ପାଇବାପରେ ଦିନ ୧୨ଟାରେ ଅନଲାଇନରେ ରେଜଲ୍ଟ ମିଳିପାରିବ ।www. bseodisha.ac.inରେ ଉପଲବ୍ଧ ହେବ ରେଜଲ୍ଟ।ଉଭୟ ୱେବସାଇଟ୍ ଓ SMS ମାଧ୍ୟମରେ ମିଳିବ ଫଳ।୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା

କମାଲ କଲେ ପିୟୁସ

ଚନ୍ଦ୍ରଶେଖରପୁର,୧୨/୫ (ଏସଏସନିୟୁଜ) ପୁଣି କମାଲ ଦେଖାଇଲେ ପିୟୁସ ।ପ୍ରକାଶ ପାଇଥିବା CBSE ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ 95.20 persent ମାର୍କ ରଖି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ପିୟୁସ ପ୍ରତିମ ଜେନା।ରାଜଧାନୀ ଉପକଣ୍ଠ ନିଳାଦ୍ରିବିହାରରେ ରହୁଥିବା ପିୟୁସ ୯୫.୨୦% ପ୍ରତଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଭଲ ନମ୍ବର ରଖି ରାଜ୍ୟ ତଥା ଖୋର୍ଦ୍ଧା ଜିଲ୍ଲାର ନାମ ବୃଦ୍ଧି କରିଛନ୍ତି।ପିୟୁସ ହେଉଛନ୍ତି ପୁର୍ତବିଭାଗର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା ଓ ଭାଗ୍ୟଲକ୍ଷ୍ମୀଜେନାଙ୍କ ପୁଅ ।ସେ ଭୁବନେଶ୍ୱରସ୍ଥିତ ଡିଏଭିପବ୍ଲିକସ୍କୁଲ […]

ନୁତନ ତ୍ରିଶୁଳ ପ୍ରତିଷ୍ଟା ଉସ୍ୱବ

ମେଣ୍ଢାଶାଳ,୫।୫(ଏସଏସନିଉଜ) ମେଣ୍ଢାଶାଳ ଗ୍ରାମରେ ଥିବା ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ସଂମୁଖରେ ନୂତନ ତ୍ରିଶୂଳ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି।ବୋଲବମ ସେବାସମିତି ଆନୁକୂଲ୍ୟରେ ଜ୍ୟୋର୍ତିମମୟୀଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିରାଟ ପଟୁଆରରେ ଗ୍ରାମବାସୀମାନେ ତ୍ରିଶୂଳକୁ ଗାଁପରିକ୍ରମା କରାଇ ମନ୍ଦିର ସଂମୁଖକୁ ଆଣିବାପରେ ପ୍ରାଣପ୍ରତିଷ୍ଠା କରାଯାଇ ଥିଲା।ସେହିଁଭଳିଭାବେ ଗାଁର ଆରାଧ୍ୟ ଶ୍ରୀ ଶ୍ରୀ ଭଗବତ ବାସୁଦେବଙ୍କ ପୀଠରେ ପାଞ୍ଚ ଦିନବ୍ୟାପୀ ଆରମ୍ଭ ହୋଇଥିବା ବିଶ୍ୱଶାନ୍ତି ମହାଯଜ୍ଞ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି।ପଣ୍ଡିତ ରମେଶ ଚନ୍ଦ୍ର […]

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର,୩।୫(ଏସଏସ ନିଉଜ)କାଲି ଓଡ଼ିଶାଆସୁଛନ୍ତି ରାଷ୍ଟ୍ରପତି।ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ରାଇରଙ୍ଗପୁର ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ସମୟର କାର୍ଯ୍ୟସୂଚୀ ଆସି ପହଂଚିଛି। ୪ ତାରିଖ ୧୦ଟା ୧୫ରେ ବାଦାମପାହାଡ ପହଞ୍ଚିବେ। ୧୨ଟା ୫୫ରେ ବ୍ରହ୍ମକୁମାରୀ ସେଣ୍ଟର ଗସ୍ତ କରିବେ।ନିଶାମୁକ୍ତ ଓଡ଼ିଶା କ୍ୟାମ୍ପେନର ଶୁଭାରମ୍ଭ କରିବେ।୪ଟା୨୫ରେ ମହୁଲଡ଼ିହାରେ ପତାକା ଉତ୍ତୋଳନ କରିବେ।

ଭୁବନେଶ୍ବରରୁ ସିଧା ଦୁବାଇ

ଭୁବନେଶ୍ୱର,୩।୫(ଏସଏସ ନିଉଜ)ଭୁବନେଶ୍ବରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।ତାଙ୍କ ସୂଚନା ମୁତାବକ ମେ୧୫ରୁ ଭୁବନେଶ୍ବରରୁ ଦୁବାଇକୁ ସିଧା ବିମାନ ଉଡାଣ ହେବ।ଜୁନ୍‌ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ଉଡ଼ିବ ବୋଲି କହିଛନ୍ତି।

ବାତ୍ୟାପାଇଁ ସବୁବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨।୫(ଏସଏସନିଉଜ)ବାତ୍ୟାପ୍ରବଣ ମେମାସ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରସ୍ତୁତି ଓ ନିର୍ଦ୍ଦେଶ ନେଇ SRC ସତ୍ୟବ୍ରତ ସାହୁ ପ୍ରେସମିଟରେ ସୂଚନା ଦେଇଛନ୍ତି।ପୂର୍ବରୁ ମେରେ ବାତ୍ୟା ହେଉଥିବାରୁ, ଆମେ ପ୍ରସ୍ତୁତି କରିଛୁ।ଆଜି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।କାଲିଠାରୁ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଚାଲିଛି।NDRF, ଓଡ୍ରାଫ୍ ପର୍ଯ୍ୟାପ୍ତ ପରିମାଣରେ ପ୍ରସ୍ତୁତ ରହିଛନ୍ତି।୬ତାରିଖ ସୁଦ୍ଧା କେବଳ […]

୬ ସୁଦ୍ଧା ଘୂର୍ଣ୍ଣିବଳୟ !

ଭୁବନେଶ୍ୱର,୨ା୫(ଏସଏସନିଉଜ)ବଙ୍ଗୋପସାଗରରେ ୬ତାରିଖସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ଦେଖାଦେଇଛି। ଘୂର୍ଣ୍ଣିବଳୟପ୍ରଭାବରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟିର ୪୮ଘଣ୍ଟା ପରେ ହୋଇପାରେ ଲଘୁଚାପ କ୍ଷେତ୍ରାଲଘୁଚାପକ୍ଷେତ୍ର ସୃଷ୍ଟି ସମ୍ଭାବନାନେଇ ପାଣିପାଗବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବକି ନା ତାହା ସ୍ପଷ୍ଟ ହୋଇନି ବୋଲି ପାଣିପାଗବିଭାଗ ପକ୍ଷରୁ କୁହାଯାଇଛି ।

ଇସ୍ତଫା ଦେଲେ ଶରଦ ପାୱାର !

ଭୁବନେଶ୍ୱର,୨ା୫(ଏସଏସନିଉଜ)ମହାରାଷ୍ଟ୍ରର ପୂର୍ବତନମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଶରଦପାୱାର ନିଜଦଳ ରାଷ୍ଟ୍ରବାଦୀ କଂଗ୍ରେସପାର୍ଟି (ଏନସିପି)ର ସଭାପତିପଦରୁ ଇସ୍ତଫା ଘୋଷଣା କରିଛନ୍ତି। ହଠାତ୍ ପାୱାରଙ୍କ ଇସ୍ତଫା ଘୋଷଣା ମହାରାଷ୍ଟ୍ରସମେତ ସମଗ୍ରଦେଶରେ ଚର୍ଚ୍ଚାରବିଷୟ ପାଲଟିଛି। ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଭାବେ ପରିଚିତ ଶରଦ ପାୱାର ଦଳର ସଭାପତି ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ କିଏ ତାଙ୍କର ଉତ୍ତରାଧିକାରୀ ଭାବେ ଦାୟିତ୍ଵ ନେବ ସେନେଇ କୌଣସି ସୂଚନା ମିଳିନାହିଁ।ଦେଶର ଅନ୍ୟତମ ବିରୋଧୀ ନେତା ଶରଦ ପାୱାର କଂଗ୍ରେସ ଠାରୁ ଅଲଗା ହୋଇ ନିଜର […]