ଗୁଜରାଟ ମୁହାଁ ବାତ୍ୟା

ଭୁବନେଶ୍ୱର,୧୩।୬(ଏସଏସନିଉଜ)ବାତ୍ୟା ବିପର୍ଯ୍ୟୟ ପାଇଁ ମୁମ୍ବାଇରେ ଉଠୁଛି ଉଚ୍ଚଉଚ୍ଚ ଲହଡ଼ୀ। ଆରବ ସାଗରରେ ବାତ୍ୟା ଅତି ଭୀଷଣ ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି।ଲ୍ୟାଣ୍ଡଫଲ ପୂର୍ବରୁ ତାଣ୍ଡବ ରଚିଛି ବିପର୍ଯ୍ୟୟ।ଗୁଜରାଟ ମୁହାଁ ହୋଇଛି ବାତ୍ୟା ।ବର୍ଷାରେ କାନ୍ଥ ପଡ଼ି ୨ ଶିଶୁ ଓ ଗଛପଡ଼ି ମହିଳା ମୃତୁ ବରଣ କରିଥିବା ବେଳେ ଅନେକ ଆହତ ହୋଇଥିବାର ଜଣାପଡିଛି।୧୫ ତାରିଖ ମଧ୍ୟହ୍ନ ସୁଦ୍ଧା ଜଖୌ ବନ୍ଦର ପାଖରେ ଲ୍ୟାଣ୍ଡଫଲ ସମ୍ଭାବନା ରହିଛି।ସୌରାଷ୍ଟ୍ର ଓ କଚ୍ଛରେ ବେଶୀ ପ୍ରଭାବ ପଡ଼ିବା ନେଇ ଆଶଙ୍କା।୧୨ହଜାର ଲୋକଙ୍କୁ ସ୍ଥାନାନ୍ତର ନେଇ ପ୍ରଶାସନର ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

Comments (0)
Add Comment