Browsing category

ମହାନଗର

ସାବଧାନ! ରାସ୍ତାରେ ବାରାହା

ବାରଙ୍ଗ, ୨୭।୩(ଏସଏସନିଉଜ) ଗତ କିଛିଦିନ ହେବ ମୁଣ୍ଡଳି ଅଂଚଳରେ ଜଙ୍ଗଲି ବାରାହାମାନଙ୍କ ଆତଙ୍କ ଦେଖାଦେଇଛି।ବାରାହାମାନଙ୍କ ଉପଦ୍ରବ ଯୋଗୁଁ ଚାଷୀମାନଙ୍କ ସହ ସାଧାରଣ ଲୋକଙ୍କୁ ହିନସ୍ଥା ହେବାକୁ ପଡୁଛି। ପ୍ରକାଶଯେ, ସନ୍ଧ୍ୟା ହେବା ମାତ୍ରେ ଚନ୍ଦକା ଡମପଡା ଅଭୟାରଣ୍ୟରୁବାରାହା ପହ୍ଲବାହାରି ଅଭୟାରଣ୍ୟ ପାଦ ଦେଶରେ ଥିବା ଗ୍ରାମମାନଙ୍କରେ ହୋଇଥିବା ଚାଷଜମିରେ ପଶି ପନିପରିବା ନଷ୍ଟ କରୁଛନ୍ତି।ଏହାସହ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିପଦ ସାଜିଛନ୍ତି।ବିଶେଷ କରି ଗତ କିଛିଦିନ ହେବ ମୁଣ୍ଡଳି ଅଂଚଳରେ ଏମାନଙ୍କ ଦୌରତ୍ମ୍ୟ ବଢ଼ିବଢ଼ି ଚାଲିଥିବାର […]

ପଥର ଗାଡ଼ି ନେଲା ଜୀବନ

ବାରଙ୍ଗ, ୨୭।୩(ଏସଏସନିଉଜ)ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ଷଣ୍ଢପୁର ବଜାର ଉପରେ ଗୋଟିଏ ମାଙ୍କେଡା ପଥର ବୋଝେଇ ଟ୍ରକ ଧକ୍କାରେ ଏକ ଗାଈର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଶୁକ୍ରବାର ପୂର୍ବାହ୍ନରେ ଗୋଡିସାହି ପଟୁ ଓଆର ୦୨ଏଜି ୯୧୧୭ ନମ୍ୱର ଟ୍ରକଟି ମାଙ୍କେଡା ପଥର ବୋଝେଇ କରି ଦୃତ ଗତିରେ ତ୍ରିଶୂଳିଆ ଅଭିମୁଖେ ଆସୁଥିଲା। ଷଣ୍ଢପୁର ବଜାର ଉପରେ ମୁଖ୍ୟରାସ୍ତା ଉପରେ ଛିଡା ହୋଇଥିବା ଏକ ଗାଈଟିକୁ ଧକ୍କା ଦେଇ ଟ୍ରକଟି ପଳାଉଥିଲା।ସ୍ଥାନୀୟ ଲୋକମାନେ ଏହା ଦେଖି ଖସି ପଳାଉଥିବା […]

ଝଲସିଲା ରାମଲାଲଙ୍କ ତିଲକ

ଭୁବନେଶ୍ୱର,୨୭।୩(ଏସଏସନିଉଜ)ପବିତ୍ର ରାମନବମୀପାଇ ଉତ୍ସବମୁଖର ହୋଇଉଠିଛି ଅଯୋଧ୍ୟା।ରାମଲାଲଙ୍କ ଦିବ୍ୟ ଦର୍ଶନପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳଭିଡ ଲାଗିରହିଛି।ସୂର୍ଯକିରଣରେ ଝଲସିଲା ରାମଲାଲଙ୍କ ତିଲକ। ଭକ୍ତ ଦେଖିଲେ ଦିବ୍ୟ ସୂର୍ଯ୍ୟତିଳକ ସମୟରଅଦ୍ଭୂତପୂର୍ବ ଦୃଶ୍ୟ।ରାମନାମରେ ପ୍ରକମ୍ପିତ ହେଉଛି ପୂରା ଅଯୋଧ୍ୟା ନଗରୀ।

କୌଣସି ଲକ୍‌ଡାଉନ୍ ହେବନି- ସୀତାରମଣ

ଭୁବନେଶ୍ୱର,୨୭।୩(ଏସଏସନିଉଜ)ଦେଶରେ ଲକ୍‌ଡାଉନ୍ ଗୁଜବକୁ ନେଇ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ ରଖିଛନ୍ତି।ଦେଶରେ କୌଣସି ଲକ୍‌ଡାଉନ୍ ହେବନି କହିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ। ମୁଁ ଦେଶବାସୀଙ୍କୁ ଆଶ୍ବସ୍ତ କରିବାକୁ ଚାହୁଁଛି, କୌଣସି ଲକ୍‌ଡାଉନ୍ ହେବନି।ଏଭଳି ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ, କୌଣସି ଲକ୍‌ଡାଉନ୍ ହେବନି ବୋଲି କହିଛନ୍ତି।

ପ୍ରଶିକ୍ଷଣ ନେଲେ ଜୁନିଅର ରେଡକ୍ରସ୍ ସଦସ୍ୟ

ଭୁବନେଶ୍ୱର,୨୭।୩(ଏସଏସନିଉଜ)ଭାରତୀୟ ରେଡକ୍ରସ୍ ସୋସାଇଟି ଦ୍ୱାରା ଆୟୋଜିତ ଜୁନିଅର ରେଡକ୍ରସ୍ ସଦସ୍ୟଙ୍କ ଆନ୍ତଃରାଜ୍ୟ ଅଧ୍ୟୟନ-ସହ-ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଟିତ ହୋଇଯାଇଛି।ଭୁବନେଶ୍ୱରର ହାଇ-ଟେକ୍ ମେଡିକାଲ୍ କଲେଜରେ ଅନୁଷ୍ଟିତ ସଡ଼କ ସୁରକ୍ଷା ଉପରେ ଆୟୋଜିତ ଏକ ସେମିନାର କାର୍ଯ୍ୟକ୍ରମରେ ଗୁଜରାଟ, ଆନ୍ଧ୍ରପ୍ରଦେଶ, ତ୍ରିପୁରା ଏବଂ ଓଡ଼ିଶାର ୨୦୦ ରୁ ଅଧିକ ସ୍ୱେଚ୍ଛାସେବକମାନେ ଅଂଶଗ୍ରହଣ କରିଥିଲେ। ଏହି ଅଧିବେଶନରେ ରକ୍ଷକ, ଜୁନିଅର ରକ୍ଷକ, ଗୁଡ୍ ସାମାରିଟାନ୍ ଲ ଏବଂ ପ୍ରଧାନମନ୍ତ୍ରୀ ରାହାତ ଯୋଜନା ସମେତ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ […]

ସରଳ ହେଲା CGD ଅନୁମୋଦନ ପ୍ରକ୍ରିୟା

ଭୁବନେଶ୍ୱର,୨୫।୩(ଏସଏସନିଉଜ)PNG ସଂଯୋଗକୁ ତ୍ବରାନ୍ବିତ ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି।ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପର ଅନୁମୋଦନ ପ୍ରକ୍ରିୟା ସରଳ କରିବାକୁ ନିର୍ଦ୍ଦେଶନାମା ରହିଛି।ଭୂତଳ ପାଇପ ଲାଇନ୍ ବିଛାଇବା ପାଇଁ କୌଣସି ଫି’ ଆଦାୟ କରାଯିବନି।ଏଥିସହ ଚାଲୁ ରହିଥିବା କିମ୍ବା ପୂର୍ବ ମଞ୍ଜୁରପ୍ରାପ୍ତ କାର୍ଯ୍ୟ ପାଇଁ ଅନୁମତି ଅନାବଶ୍ୟକ।ଏହାଦ୍ବାରା ପ୍ରଶାସନିକ ବିଳମ୍ବ ଦୂର ହେବ, ପ୍ରକଳ୍ପ କାର୍ଯ୍ୟ ଜାରି ରହିବ।ସିଜିଡି କାମକୁ ବାଧାମୁକ୍ତ କରିବାକୁ ରାସ୍ତା ଖୋଳିବା କଟକଣା ମଧ୍ୟ କୋହଳ କରାଯାଇଛି।ଏହି ସବୁ ପଦକ୍ଷେପ ଜୁନ୍ […]

ପାକିସ୍ତାନୀ ଜାହାଜ ଛାଡ଼ିଲାନି ଇରାନ

ଭୁବନେଶ୍ୱର,୨୫।୩(ଏସଏସନିଉଜ)ହର୍ମୁଜ ପ୍ରଣାଳୀ ଦେଇ ଆସୁଥିବା ପାକିସ୍ତାନୀ ଜାହାଜକୁ ଛାଡ଼ିଲାନି ଇରାନ।ଅନୁମତି ନଥିବା କହି ଫେରାଇଦେଲା IRGC ନ୍ୟାଭି।ହର୍ମୁଜକୁ ପ୍ରବେଶ ପୂର୍ବରୁ ଅନୁମତି ଦରକାର କହିଲା IRGC।

ବିଜେଡି ଫେରିଲେ ରଘୁନାଥ, ଜୀବନ

ଭୁବନେଶ୍ୱର,୨୫।୩(ଏସଏସନିଉଜ)ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ।ଦେବୀ ମିଶ୍ର ଓ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିକୁ ଫେରିଲେ।ନବୀନଙ୍କ ମନ୍ତ୍ରିମଣ୍ଡଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଥିଲେ ରଘୁନାଥ।ଶେଷଥର ପାଇଁ ଆଇନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ରଘୁନାଥ।ପୂର୍ବରୁ ବିଜେଡି ଟିକେଟରେ ଜୀବନ ବାଲେଶ୍ୱରରୁ ବିଧାୟକ ନିର୍ବାଚିତ ହୋଇଥିଲେ।

ଚଳନ୍ତି ଭଣ୍ଡାରର ଗଣତି ଶେଷ

ଭୁବନେଶ୍ୱର,୨୫।୩(ଏସଏସନିଉଜ)ରତ୍ନଭଣ୍ଡାର ଗଣତି ମଣତିର ପ୍ରଥମ ଦିନର କାର୍ଯ୍ୟ ସରିଲା।ପ୍ରଥମ ଦିନର କାର୍ଯ୍ୟ ସରିବା ପରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।ପ୍ରଥମ ଦିନରେ ଚଳନ୍ତି ଭଣ୍ଡାରର ପ୍ରାୟ ଗଣତି ଶେଷ ହୋଇଛି।ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଯାହା ଲାଗି ହୋଇଛି ଗଣତି ହୋଇନି।ମହାପ୍ରଭୁଙ୍କ ରାହୁ,ରେଖା,ଚିତା ଆଦି ଗଣତି ହୋଇନି।ମହାପ୍ରଭୁଙ୍କ ଦୈନନ୍ଦିନ ବ୍ୟବହୃତ ସୁବର୍ଣ୍ଣର ଗଣତି ମଣତି ସରିଛି।ଫଟୋଗ୍ରାଫି, ଭିଡିଓ ରେକର୍ଡିଂ, ଥ୍ରିଡି ମ୍ୟାପିଂ କରାଯାଇଛି।ମାତ୍ର କଣ ଗଣତି ହେଲା ତାହା ପ୍ରକାଶ ନ କରିବାକୁ SOPରେ ରହିଛି।ଗଣତିରେ ସାମିଲ ସମସ୍ତଙ୍କୁ ପ୍ରକାଶ […]

୧୫୦ ଗ୍ୟାସ୍ ସିଲିଣ୍ଡର ଜବତ

ଭୁବନେଶ୍ୱର,୨୫।୩(ଏସଏସନିଉଜ)ଭୁବନେଶ୍ବରରେ ଯୋଗାଣ ବିଭାଗର ବଡ଼ ଧରଣର ରେଡ୍ କରିଛି।ବେଆଇନ୍ ଗଚ୍ଛିତ ୧୫୦ରୁ ଊର୍ଦ୍ଧ୍ବ ଗ୍ୟାସ୍ ସିଲିଣ୍ଡର ଜବତ କରିଛି।ଝାରପଡ଼ା ଗଣେଶ ମଣ୍ଡପ ପାଖରେ ଥିବା ଏକ ଘରୁ ଜବତ ହୋଇଛି।ଜବତ ଗ୍ୟାସ୍ ସିଲିଣ୍ଡର ମଧ୍ୟରେ ଘରୋଇ ଓ କମର୍ସିଆଲ୍ ସିଲିଣ୍ଡର ରହିଛି।ରେଡ ବେଳେ ଘଟଣାସ୍ଥଳରୁ ଚମ୍ପଟ ମାରିଲା ଅସାଧୁ ବ୍ୟବସାୟୀ।ଅସାଧୁ ବ୍ୟବସାୟୀ ଜଣଙ୍କ ଏହାକୁ ଲୁଚାଇ ରଖି ୪ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ବିକୁଥିବାର ଅଭିଯୋଗ ଆସିଛି।