Browsing category

ମହାନଗର

ବିଜେପି ବିଧାୟକଙ୍କୁ ‘ହୁଇପ୍’ ଜାରି

ଭୁବନେଶ୍ୱର,୧୩।୩(ଏସଏସନିଉଜ)ବିଜେପି ବିଧାୟକଙ୍କୁ ‘ହୁଇପ୍’ ଜାରି କଲେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ।ସମସ୍ତ ବିଧାୟକଙ୍କୁ ଦୁଇ ଲାଇନର ହୁଇପ୍ ଜାରି ହୋଇଛି। ବିଧାନସଭା ଅଧିବେଶନରେ ସମସ୍ତ ବିଧାୟକଙ୍କ ଉପସ୍ଥିତିକୁ ବାଧ୍ୟତାମୂଳକ କରାଯାଇଛି।ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ଥିବାରୁ ଦଳପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଥିବାର ଜଣାପଡ଼ିଛି।

ବାଲିଘାଟ ଜଗିବେ ଓଡ଼ିଶା ଶିଳ୍ପସୁରକ୍ଷା ବଳ

ଭୁବନେଶ୍ୱର,୧୩।୩(ଏସଏସନିଉଜ)ରାଜ୍ୟରେ ବଢିଚାଲିଛି ବାଲି ଚୋରା ଚାଲାଣ। ଏଥିରେ ଲାଗିପାରୁନି ଅଙ୍କୁଶ। ବେଆଇନ ବାଲିଘାଟକୁ ନେଇ ଅପରାଧୀ ମାନେ ରକ୍ତମୁଖା ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ବାଲିଘାଟ ଜଗିବା ଦାୟିତ୍ବ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ (ଓଆଇଏସଏଫ୍‌)କୁ ପ୍ରଦାନ କରାଯିବ। ଏଥିପାଇଁ ଖଣିବିଭାଗ ପକ୍ଷରୁ ଗୃହ ବିଭାଗକୁ ଅନୁରୋଧ କରାଯାଇଛି। ଗୁରୁବାର ବିଧାନସଭାରେ ଏକ ଲିଖିତ ଉତ୍ତରରେ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଏପରି ସୂଚନା ଦେଇଛନ୍ତି।

କଳାବଜାରୀ ବିରୋଧରେ କଡ଼ା ଚେତାବନୀ

ଭୁବନେଶ୍ୱର,୧୩।୩(ଏସଏସନିଉଜ)ତେଲ, ଗ୍ୟାସ୍ କଳାବଜାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି।ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମାଙ୍କ ସୂଚନା ଆଧାରରେ କଳାବଜାରୀ କିମ୍ବା ବେଆଇନ୍ ଭାବେ ଗଚ୍ଛିତ ରଖିଲେ କଡ଼ା ଆକ୍ସନ ହେବ ବୋଲି କହିଛନ୍ତି।ଏହାସହ କଡ଼ା ଆକ୍ସନ ନେବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶରେ ଆକ୍ସନ ହୋଇଛି।ଏବେ ଦୈନିକ ୭୫ ଲକ୍ଷ ଗ୍ୟାସ୍ ବୁକିଂ ହେଉଛି, ପୂର୍ବରୁ ୫୦ ଲକ୍ଷ ହେଉଥିଲା।ଆତଙ୍କିତ ହୋଇ ଆଦୌ ଗ୍ୟାସ୍ ବୁକିଂ କରନ୍ତୁ ନାହିଁ।ଦେଶରେ […]

ନନ୍ଦନକାନନକୁ ବିଶାଖାପାଟଣାରୁ ଆସିଲେ ୧୧ଅତିଥି

ବାରଙ୍ଗ,୧୧।୩(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ମଙ୍ଗଳ ବାର ରାତିରେ ବିଶାଖାପାଟଣାରୁ ନୂଆଅତିଥି ଆସି ପହଂଚିଛନ୍ତି।ନନ୍ଦନକାନନ ପ୍ରାଣୀଉଦ୍ୟାନ ଏବଂ ବିଶାଖାପାଟଣାର ଇନ୍ଦିରାଗାନ୍ଧୀ ପ୍ରାଣୀଉଦ୍ୟାନ ମଧ୍ୟରେ ଆରମ୍ଭ ହୋଇଥିବା ପଶୁପକ୍ଷୀ ଅଦଳବଦଳପ୍ରକିୟା ଶେଷ ହୋଇଛି।୭ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଅଦଳବଦଳପ୍ରକିୟା ୧୦ତାରିଖରେ ଶେଷ ହୋଇଛି। ନୂଆଦିଲ୍ଲୀର କେନ୍ଦ୍ରୀୟଚିଡ଼ିଆଖାନା ପ୍ରାଧିକରଣ (CZA)ର ଅନୁମୋଦନ କ୍ରମେ ଆରମ୍ଭ ହୋଇଥିବା ଏହି ଅଦଳବଦଳପ୍ରକିୟ ନନ୍ଦନକାନନ ପାଇଁ ଚଳିତ୍ବର୍ଷର ପ୍ରଥମ ପଶୁପକ୍ଷୀ ଅଦଳବଦଳପ୍ରକିୟା ବୋଲି ଜଣାପଡିଛି।ଏହି ଅଦଳବଦଳ ପ୍ରକିୟାରେ ନନ୍ଦନକାନନକୁ ହଲେ ରିଙ୍ଗ-ଟେଲଡ୍ ଲେମୁର୍ ,ହଲେ […]

ନାବାଳିକାକୁ ଅସଦାଚରଣ,ଫଟୋ ଭାଇରାଲ ଧମକ

ଭୁବନେଶ୍ୱର ,୧୧।୩(ଏସଏସନିଉଜ) ଜଣେ ନାବାଳିକାକୁ ନିୟମିତ ଭାବେ ଅସଦାଚରଣ କରିବା ସହିତ ଝିଅ ର ମା କୁ ଅଶ୍ଳୀଳ ଫଟୋ ପଠାଇ ଧମକ ଦେବା ଅଭିଯୋଗ ରେ ନନ୍ଦନକାନନଥାନା ପୋଲିସ ଜଣେ ଯୁବକ କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଉକ୍ତ ଥାନା ପଦାସାହି ଗ୍ରାମର ବଣ୍ଟି ସାମଲ (୨୩)ବୋଲି ସୂଚନା ମିଳିଛି। ପ୍ରକାଶଯେ, ଜଣେ ୧୬ ବର୍ଷ ବୟସ୍କା (ଚିନୁ) ଛଦ୍ମନାମ ନାବାଳିକା ଜଣଙ୍କ ପାଖରେ ଥିବା ଏକ ସ୍କୁଲକୁ […]

ବାରଙ୍ଗରେ ବାଲି ମାଫିଆଙ୍କ ରାଜ

କଟକ, ୧୧।୩(ଏସଏସନିଉଜ) ବାରଙ୍ଗ ଅଂଚଳରେ ଦିନରାତି ବାଲି ମାଫିଆ ମାନେ ସକ୍ରିୟ ଥିବା ବେଳେ ଲଘୁ ଖଣିଜ ବିଭାଗ ସହ ସ୍ଥାନୀୟ ପ୍ରଶାସନ ନିରବତା ଅବଲମ୍ବନକୁ ନେଇ ବାରଙ୍ଗ ଅଂଚଳରେ ଚର୍ଚ୍ଚା ଜୋର ଧରିଛି। ଏହି ସୁଯୋଗରେ ମାଫିଆମାନେ ବେଧଡକ ଭାବେ ବେଆଇନ ଚୋରା ବାଲି, ମୋରମ ଓ ମାଟି ଚାଲାଣ କରିବାକୁ ପଛାଉ ନାହାନ୍ତି । ବାରଙ୍ଗ ତହସିଲ ଅଂଚଳରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। କାଠଯୋଡ଼ି ନଦୀବନ୍ଧ ସରକାରି ଜମିକୁ ଜବରଦଖଲ କରି ସେଠାରେ […]

ଜବରଦଖଲ ଉଚ୍ଛେଦ ବେଳେ ଅଧିକାରୀଙ୍କୁ ଦୁର୍ବ୍ୟବହାର

କଟକ,୯।୩(ଏସଏସନିଉଜ) ବ୍ରାହ୍ମଣୀଗାଁରେ ସରକାରୀ ରାସ୍ତାକୁ ଜବରଦଖଲ କରି କରାଯାଇଥିବା କାମକୁ ଭାଙ୍ଗିବା ବେଳେ ତହସିଲ କର୍ମଚାରୀମାନଙ୍କ ସହ ସାମ୍ବାଦିକମାନକୁ ଆକ୍ରମଣ ଉଦ୍ୟମ କରାଯାଇଥିବାର ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ ସୋମବାରଦିନ ୧୧ଟାସମୟରେ ବାରଙ୍ଗ ତହସିଲ ଅନ୍ତର୍ଗତ ରାମଦାସପୁର ରାଜସ୍ବକାର୍ଯ୍ୟାଳୟ ଅଧିନରେଥିବା ବ୍ରାହ୍ମଣୀଗାଁରେ ଜଣେ ବ୍ୟକ୍ତି ଘରଆଗରେ ଥିବା ସରକାରୀରାସ୍ତା ଉପରେ ସ୍ଥାୟୀପ୍ରାଚୀର ନିର୍ମାଣ ପାଇ ଉଦ୍ୟମ କରି କାର୍ଯ୍ୟଆରମ୍ଭ କରିଥିଲେ।ଗ୍ରାମବାସୀ ମାନଙ୍କଠାରୁ ଅଭିଯୋଗ ପାଇ ତହସିଲପକ୍ଷରୁ ସରକାରୀ […]

ଦାରୁଠେଙ୍ଗ ପଞ୍ଚୁ୍ଦୋଳ ମହୋତ୍ସବ  

ମେଣ୍ଢାଶାଳ,୯।୩(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମର ପ୍ରସିଦ୍ଧ ପ୍ରଭୁ ପରମେଶ୍ୱରଙ୍କ ପଞ୍ଚୁ ଦୋଳମେଳଣ ରବିବାର ରାତିରେ ଆରମ୍ଭ ହୋଇଛି।ଠାକୁରଙ୍କ ସାହିବୁଲା ଶୋଭାଯାତ୍ରା ରବିବାରରାତିରେ ଆରମ୍ଭ ହୋଇ ସୋମବାର ସକାଳେସରିଛି। ପାଞ୍ଚଠାକୁର ସୁସଜିତ  ବିମାନରେ ବସିଗ୍ରାମ ପରିକ୍ରମା କରିଥିଲେ।ଠାକୁରଙ୍କଆଗରେ ଗୋଟିପୁଅନୂତ୍ୟ,ଲଉଡ଼ିଖେଳ, ଯୋଡ଼ାଶଙ୍ଖ,କାହାଳି ଆଦି ସାତସାହି ତରଫରୁ ସୁସଜ୍ଜିତ ଶୋଭାଯାତ୍ରା ଆସିଥିଲା।ପ୍ରଧାନସାହିର ବେଲପାହାଡ଼ କାଳିସହ ପୁଷ୍ପାରାଜ ଆଦି ବେଶଧାରିମାନେ ନୂତ୍ୟ ଓ କୌଶଳ ପରିବେଷଣକରିଥିଲେ।ବ୍ରାସବ୍ୟାଣ୍ଡ, ପଂଜାବୀ ଢୋଲ, ହଳଦୀ କାଠବାଜା, ହନୁମାନ ଇଭେଣ୍ଟ ଓ ପାରମ୍ପରିକ ଘୋଡା ଆଦିକୁ ସ୍ଥାନ ଦେଇଥିଲେ।ତଳସାହିର […]

ଚାଲିଗଲା ଜଂଗଲୀ କୁକୁରର ଜୀବନ

ବାରଙ୍ଗ,୧୮।୩(ଏସଏସନିଉଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନର ୨୨ନମ୍ୱର ଖୁଆଡରେ ରହୁଥିବା ଏକ ୫ବର୍ଷର ଅଣ୍ଡିରା ଜଂଗଲୀ କୁକୁର ଶନିବାର ମୃତ୍ୟୁବରଣ କରିଛି।ମୃତ୍ୟୁର ପ୍ରକୃତ କାରଣ ଜଣାପଡିଥିବା ବେଳେ ହଠାତ୍ ଜଂଗଲୀ କୁକୁରଟି ତା ଖୁଆଡ୍ ମଧ୍ୟରେ ବିଚରଣ କରୁଥିବା ବେଳେ ଶୁକ୍ରବାର ଦିନ ତଳେ ପଡିଯାଇଥିଲା।ଏହାପରେ ତାକୁ ଡାକ୍ତରଖାନାକୁ ଅଣାଯାଇ ତା ସ୍ୱାସ୍ଥ୍ୟବସ୍ତା ଅନୁଧ୍ୟାନ କରାଯାଇ ଡାକ୍ତର ମାନଙ୍କ ନଜର ବନ୍ଦିରେ ରଖାଯାଇ ଚିକିତ୍ସା ଆରମ୍ଭ ହେବ ସହ ସାଲାଇନ ଓ ଇଞ୍ଜେକସନ ଦିଆଯାଇଥିଲା।କିନ୍ତୁ ଜଂଗଲୀ କୁକୁରକୁ ଡାକ୍ତର ମାନେ […]

କାର ନେଲା ଜୀବନ

ବାରଙ୍ଗ,୮।୩(ଏସଏସନିଉଜ)ଶନିବାର ରାତିରେ ବାରଙ୍ଗ ମେଡିକାଲ ଛକ ନିକଟରେ ଏକ ନାଲିରଙ୍ଗର କାର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।ମୃତକ ହେଉଛନ୍ତି ଦାଢ଼ାପାଟଣା ଗ୍ରାମର ସୁଶାନ୍ତ ମହାରଣା। ପ୍ରକାଶ ଯେ,ଦାଢ଼ାପାଟଣା ଗ୍ରାମର ଗୋବିନ୍ଦ ମହାରଣାଙ୍କ ଏକ ମାତ୍ର ପୁଅ ସୁଶାନ୍ତ ମହାରଣା ଚନ୍ଦକା ବନ ବିଭାଗରେ ଚାକିରି କରନ୍ତି ।ସେ ଶନିବାର ରାତିରେ ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ନନ୍ଦନକାନନ – ବାରଙ୍ଗ ରାସ୍ତାର ମେଡିକାଲ ଛକ ନିକଟରେ ଏକ ନାଲି ରଙ୍ଗର କାର ତାଙ୍କୁ […]