Browsing category

ମହାନଗର

ED ରେଡ୍‌ ବେଳେ ୨.୫ କୋଟି

ଭୁବନେଶ୍ୱର,୧୭।୧(ଏସଏସନିଉଜ)ଶେରଗଡ଼ର ଠିକାଦାରଙ୍କ ଘରେ ED ରେଡ୍; ୨.୫ କୋଟି ଟଙ୍କା ଜବତ ହୋଇଛି।୨୫ଟି ସ୍ଥାନରେ ରେଡ୍‌ ସହିତ ୨.୫ କୋଟି ନଗଦ ଟଙ୍କା ଜବତ ହୋଇଛି।ରେଡ ବେଳେ ଏକାଧିକ ବିଳାସପୂର୍ଣ୍ଣ ଗାଡ଼ି ସହ ଚୋରା ମଦ କାରବାରର ପ୍ରମାଣ ମିଳିଛି।ବାଲିଘାଟ ସହିତ ୨ଟି କ୍ରସର ଉପରେ ମଧ୍ୟ ରେଡ୍‌ କରାଯାଇଥିବା ସୂଚନା ମିଳିଛି।ମୁଖ୍ୟ ଅଭିଯୁକ୍ତ କୃପାସିନ୍ଧୁ ମୁଦୁଲି ନାଁରେ ସବୁ ଖଣିର କାଗଜପତ୍ର ଥିବା ଜଣାପଡିଛି।ରାଜ୍ୟ ବାହାରର ଲିଙ୍କ୍ ଖୋଳତାଡ଼ ପାଇଁ ୬ଟି ଟିମ୍ ଗଠନ କରାଯାଇଛି।

ନବୀନଙ୍କୁ ଭେଟିଲେ ଅଖିଳେଶ

ଭୁବନେଶ୍ୱର,୧୭।୧(ଏସଏସନିଉଜ)ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓଡ଼ିଶା ଗସ୍ତରେ ଆସିଛନ୍ତି। ନବୀନ ନିବାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ଅଖିଳେଶ।

ଆକ୍ସନ ମୁଡରେ ଏମଭିଆଇ…

କଟକ,୧୫।୧(ଏସଏସନିଉଜ) କଥାରେ ଚୋର ଘର ସବୁଦିନ ଅନ୍ଧାର ନଥାଏ, ଦିନେ ନା ଦିନେ ଆଲୋକ ଆସେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାରଙ୍ଗ ଅଞ୍ଚଳରେ । ଦେଶ ,ବିଦେଶ ଓ ରାଜ୍ୟରେ ଖ୍ୟାତିଅର୍ଜନ କରିଥିବା ନନ୍ଦନକାନନ ଏହି ଅଞ୍ଚଳରେ ଅବସ୍ଥିତ ।ପ୍ରତିଦିନ ଶହଶହ ଗାଡ଼ି ଏହି ରାଜରାସ୍ତାରେ ଆସନ୍ତି ।ହେଲେ କେତେକ ଗାଡ଼ି ମାଲିକ ବିନା ପରମିଟ ରେ ଗାଡ଼ି ଚଳାଉଥିବା ବେଳେ ଆଉ କେତେକ ଗାଡ଼ିମାଲିକ ଗାଡ଼ିରେ ଫେକ୍ ଗାଡ଼ି ନମ୍ବର ପକାଇ […]

ବିଜେଡିରୁ ବିଦାହେଲେ ଦୁଇ ବିଧାୟକ

ଭୁବନେଶ୍ୱର,୧୫।୧(ଏସଏସନିଉଜ)ବିଜେଡିରୁ ବିଦାହେଲେ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର।ଉଭୟଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ । ସେମାନେ ହେଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର।ନବୀନ କେନ୍ଦୁଝର ପାଇଁ କିଛି କରି ନାହାନ୍ତି । କେନ୍ଦୁଝରର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ପାଇଁ ବିକାଶ କରିବେ ବୋଲି ଗତକଲି ସନାତନ କେନ୍ଦୁଝରର ଏକ ସଭାରେ କହିଥିଲେ।ତେବେ ଅରବିନ୍ଦଙ୍କୁ ନିଲମ୍ବନ […]

ସାମ୍ୱାଦିକଙ୍କ ପିତୃ ବିୟୋଗ

କଟକ,୧୪।୧ (ଏସଏସନିଉଜ) ବାରଙ୍ଗ ଅଞ୍ଚଳର ବେଶ୍ ଜଣାଶୁଣା ତଥା ବରିଷ୍ଠ ସାମ୍ବାଦିକ ଶେଖ୍ ଅବଦୁଲ ମୁନାବଙ୍କ ପିତୃ ବିୟୋଗ ବୁଧବାର ଅପରାହ୍ନରେ ହୋଇଛି। ସାରା ରାଜ୍ୟରେ ପବିତ୍ର ମକର ସଂକ୍ରାନ୍ତି ପାଳନ କରାଯାଉଥିବା ବେଳେ ତାଙ୍କ ପିତା ଶେଖ ଅବଦୁଲ ୱହାବ ୯୦ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ବାରଙ୍ଗ ଅଞ୍ଚଳରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ତାଙ୍କର ଖ୍ୟାତି ରହିଥିଲା। ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ବୁଧବାର ଅପରାହ୍ନରେ ତାଙ୍କ […]

ରାଜ୍ୟସ୍ତରୀୟ ସେମିନାର

ଭୁବନେଶ୍ବର,୧୩।୧(ଏସଏସନିଉଜ) କୁଞ୍ଜବିହାରୀ ମହାବିଦ୍ୟାଳୟରେ ମଙ୍ଗଳବାର ରାଜନୀତି ବିଭାଗ ଦ୍ବାରା ଦିନିକିଆ ରାଜ୍ୟସ୍ତରୀୟ ସେମିନାର ଆୟୋଜିତ ହୋଇଯାଇଛି। ଗ୍ରାମାଞ୍ଚଳରେ ମହିଳାମାନଙ୍କ ଭୂମିକା ଶୀର୍ଷକବିଷୟବସ୍ତୁ ଉପରେ ସେମିନାର ଆୟୋଜିତ ହୋଇଥିଲା।ରାଜନୀତି ବିଭାଗ ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ମିଶ୍ରଂକ ତତ୍ତ୍ବାବଧାନ ଓ ଅଧ୍ୟକ୍ଷ ଡକ୍ଟର ଶେଖ୍ ନୈମୁଦ୍ଦିନଙ୍କ ପୌରହିତ୍ୟରେ ଅନୁଷ୍ଟିତ ସେମିନାର ରେ ଅଧ୍ୟାପକ ପ୍ରକାଶ କୁମାର ପରିଡା ଭିତ୍ତିପ୍ରବନ୍ଧ ପାଠକରିଥିଲେ। ନାକ୍ କୋଅର୍ଡିନେଟର ପ୍ରାଧ୍ୟାପକ ଅନୀଲ କୁମାର ପାଢୀ,ପ୍ରୋଫେସର ଡକ୍ଟର ବ୍ରହ୍ମାନନ୍ଦ ଶତପଥୀ ଓ ପ୍ରୋଫେସର ଡକ୍ଟର ରତ୍ନାକର […]

ଖେଳପଡିଆରେ ମରଣାନ୍ତକ ଆକ୍ରମଣ

ଭୁବନେଶ୍ବର,୧୩।୧(ଏସଏସନିଉଜ)ଖେଳପଡିଆରେ ଯୁବକକୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ବାରଙ୍ଗ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି।ସେମାନେ ହେଲେ ବାରଙ୍ଗ ସୀତାରାମ ବଜାରରେ ରହୁଥିବା ଚନ୍ଦକା ଥାନା ଅଧୀନସ୍ଥ ଦାରୁଠେଙ୍ଗ ଗ୍ରାମର ରାହୁଲ ଶ୍ରୀଚନ୍ଦନ( ୨୭)ଓ ନନ୍ଦନକାନନ ଥାନା ଅଧୀନସ୍ଥ ମରିଚିଆ ଗ୍ରାମର ବୁଟୁ ରାଉତ(୨୩)। ପ୍ରକାଶ ଯେ,ରବିବାର ଅପରାହ୍ନରେ ବାରଙ୍ଗ ଥାନା ଅଧୀନସ୍ଥ ଫୁଲପୋଖରି ଗ୍ରାମର ଶୁଭମ ପାଣି ନାମକ ଯୁବକ ଗଦେଇକୁଦ ଖେଳ ପଡ଼ିଆରେ ଖେଳୁଥିଲେ।ଏହି ସମୟରେ ଦାରୁଠେଙ୍ଗ ଗ୍ରାମର […]

ଚୋରା ଗାଡିକୁ ଖଣ୍ଡ ଖଣ୍ଡ କରି ବିକ୍ରି ଅଭିଯୋଗରେ ଦୁଇ ଗିରଫ

କଟକ,୧୩।୧(ଏସଏସନିଉଜ)ବିଭିନ୍ନ ସ୍ଥାନରୁ ଗାଡ଼ି ଚୋରି କରି ଆଣି ଗାଡିକୁ ଖଣ୍ଡ ଖଣ୍ଡ କରି ବିକ୍ରୀ କରୁଥିବା ଅଭିଯୋଗ ରେ ଦୁଇଜଣଙ୍କୁ ଗିରଫ କରିଛି ବାରଙ୍ଗ ପୋଲିସ । ଗିରଫ ଅଭିଯୁକ୍ତ ସ୍କର୍ପ ଡିଲର ଆକାଶ ଗୁପ୍ତା ଓ ଉକ୍ତ ଥାନା ନରାଜ ଗ୍ରାମର ସୌମ୍ୟରଞ୍ଜନ ପଣ୍ଡା । ସୂଚନା ଯୋଗ୍ୟ ଯେ, ଗୋଡିସାହି ଫାଣ୍ଡି ଅଧୀନରେ ଥିବା ନରାଜ ସିଦ୍ଧେଶ୍ୱର ହାଇସ୍କୁଲ ନିକଟରେ ଗାଡ଼ି ସ୍କାର୍ପ ଦୋକାନରେ ବିଭିନ୍ନ ଚୋରା ଗାଡ଼ି କୁ ଖଣ୍ଡ ଖଣ୍ଡ କରି […]

ଶୁଣିଲାଣି ପ୍ରଶାସନ

ଭୁବନେଶ୍ବର,୧୩।୧(ଏସଏସନିଉଜ)ରାଜଧାନୀ ଉପକଣ୍ଠକଣ୍ଟୁଣିଆ ଗ୍ରାମ ଭୋଇ ସାହିକୁ ସଂଯୋଗ ହୋଇଥିବା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇପ ଫାଟି ଗତ କିଛି ଦିନ ହେବ ରାସ୍ତା ଉପରେ ପାଣି ଚାଲୁଥିଲା।ଯାହାଫଳରେ ସାଧାରଣ ଲୋକ ଯିବା ଆସିବାରେ ହଇରାଣ ହେବା ସହ ଆବଶ୍ୟକୀୟ ପାଣି ଯୋଗାଣରେ ମଧ୍ୟ ପ୍ରତିବନ୍ଧକ ଦେଖାଦେଇଥିଲା।ଏହାର ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମବାସୀ ମାନେ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ। ହେଲେ ସୋମବାର ଠାରୁ ଅବସ୍ଥା ଅତ୍ୟଧିକ ଶୋଚନୀୟ […]

ଫୁଲ ପ୍ରଦର୍ଶନୀରେ ରାଜ୍ୟ ଉଦ୍ଭିଦଉଦ୍ୟାନ ଓ ନନ୍ଦନକାନନକୁ ୩୫ ପୁରସ୍କାର

ଭୁବନେଶ୍ୱର,୧୨।୧(ଏସଏସନିଉଜ) ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର (RPRC) ରେ ଆୟୋଜିତ ଉଦ୍ୟାନ ପ୍ରତିଯୋଗିତା ଏବଂ ଫୁଲପ୍ରଦର୍ଶନୀ-୨୦୧୬ ରେ ନନ୍ଦନକାନନ ଓ ବାଟାନିକାର୍ଲ ଗାର୍ଡେନ ଅଂଶଗ୍ରହଣ କରି ୩୫ଟି ପୁରସ୍କାରକୁ ହାତେଇବାରେ ସକ୍ଷମ ହୋଇଛି। ପାତ୍ରଯୁକ୍ତ ଉଦ୍ଭିଦ ପ୍ରଦର୍ଶନୀ, କଟାଫୁଲ, ଉଦ୍ୟାନ ଓ ଭୂମିପ୍ରଦର୍ଶନୀ ବର୍ଗରେ ମୋଟ ୩୫ଟି ପୁରସ୍କାର ହାସଲ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପାତ୍ରଯୁକ୍ତ ଉଦ୍ଭିଦ ପ୍ରଦର୍ଶନୀରେ ନନ୍ଦନକାନନ ବିଭିନ୍ନ ପ୍ରକାର ଗୋଲାପ, କ୍ଷୁଦ୍ର ଗୋଲାପ ସହ ଅନେକ ମିଶ୍ରିତ ଉଦ୍ଭିଦ ପ୍ରଦର୍ଶନୀରେ […]