Browsing category

ମହାନଗର

ଭିଜିଲାନ୍ସ ଜାଲରେ ପଡିଲେ ଭିଜିଲାନ୍ସ ପିପି

କଳାହାଣ୍ଡି, ୩/୭(ଏସଏସନିୟୁଜ) କଳାହାଣ୍ଡିରେ ଭିଜିଲାନ୍ସ ବିଭାଗର ସରକାରୀ ଓକିଲ ଆଜି ଭିଜିଲନ୍ସ ହାତରେ ଧରାପଡିଛନ୍ତିି । ଭବାନୀପାଟଣାରେ ଭିଜିଲାନ୍ସ ବିଭାଗର ସରକାରୀ ଓକିଲ ହେଉଛନ୍ତି ଆଶୁତୋଷ ମିଶ୍ର । ମହୁଲପାଟଣା ଫାଣ୍ଡିର ପୂର୍ବତନ ଏ ଏସ ଆଇ ମଳୟ ରଣାଙ୍କ ଭିଜିଲାନ୍ସ କେଶ ରଫା ଦଫା ପାଇଁ ୩ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଆଶୁତୋଷ ମିଶ୍ର । ଆଜି ତାଙ୍କ ଟିଭି ସେଣ୍ଟର ପଡା ବାସଗୃହରେ ୧ଲକ୍ଷ ଟଙ୍କା ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ […]

ବନ୍ଧୁକ କାରଖାନା ଠାବ

ନବରଙ୍ଗପୁର ୩/୭(ଏସଏସନିୟୁଜ) ରାଇଘର ଥାନା ମାଣ୍ଡିଆବେଡ଼ାରେ ବନ୍ଧୁକ କାରଖାନା ଠାବ ହବାସହ ୨ଟି ଅର୍ଦ୍ଧନିର୍ମିତ ବନ୍ଧୁକ ସହିତ ଛଅଟି ବେରେଲ୍ ପାଇପ୍, ଟ୍ରିଗର ଛଅଟି, ଚାରିଟି ହାତୁଡ଼ି ସହ ଦୁଇଟି କିପେଡ ମୋବାଇଲ ଓ ଅନ୍ୟାନ୍ୟ ମୋବାଇଲ ସରଞ୍ଜାମ ଜବତ କରାଯାଇଛି ।ପୋଲିସ ଚଢାଉ କରି ବନ୍ଧୁକ କାରିଗର ସଂଗ୍ରାମ ଲୋହରାଙ୍କ ଘରୁ ଅର୍ଦ୍ଧନିର୍ମିତ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ଏକ ମାମଲା ରୁଜୁ କରି ସଂଗ୍ରାମ ଲୋହରାଙ୍କୁ କୋର୍ଟ ଚାଲାଣ କରିଛି ।

ସେବାୟତମାନେ ଟାଣିବେ ରଥ

ପୁରୀ,୩/୭(ଏସଏସନିୟୁଜ) ଗତବର୍ଷ ଭଳି ଏବର୍ଷ ମଧ୍ୟ କୋଭିଡ କଟକଣା ମଧ୍ୟରେ ଚଳିତବର୍ଷର ରଥଯାତ୍ରା ହେବ ।ବିନାଭକ୍ତରେ ହେବ ରଥଯାତ୍ରା । ମନ୍ଦିର କିମ୍ବା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ରଥ ଟାଣିବେ ନାହିଁ । ଏବର୍ଷ କେବଳ ସେବାୟତମାନେ ରଥ ଟାଣିବେ । ଦକ୍ଷିଣମୋଡ଼ ପାଇଁ ପୋଲିସ ବାହିନୀ ନିୟୋଜିତ ହେବେ । ସେବାୟତମାନେ ରଥଯାତ୍ରାବେଳେ ଫଟୋ ଉଠାଇପାରିବେ ନାହିଁ । ସମସ୍ତ ଅଧିକାରୀ ଓ ସେବାୟତମାନଙ୍କର କୋଭିଡ ଟେଷ୍ଟ ହେବ ବୋଲି ପୁରୀ ରଥଯାତ୍ରାକୁ ନେଇ ଆୟୋଜିତ […]

ଜେଲ୍ ପାଚେରୀ ଡେଇଁ ଆସାମୀ ଫେରାର୍

ଢେଙ୍କାନାଳ, ୨/୭(ଏସ ଏସ ନିୟୁଜ) ହିନ୍ଦୋଳ ଜେଲ୍ରେ ଥିବା ଜଣେ ବିଚାରାଧୀନ ଆସାମୀ ଆଜି ସକାଳୁ ପାଚେରୀ ଡେଇଁ ଫେରାର୍ ହୋଇଯାଇଛି । ପରିସରରେ ଥିବା ଏକ ବାଉଁଶ ଦ୍ୱାରା ଜେଲ୍ ପାଚେରୀ ଡେଇଁ ଫେରାର୍ ହୋଇ ଯାଇଥିବାର କୁହାଯାଉଛି । ଫେରାର ଆସାଢ଼ି ହେଉଛନ୍ତି ହିନ୍ଦୋଳ ବ୍ଳକ ରାସୋଳ ଥାନା ଦଣ୍ଡିରୀ ଗ୍ରାମର ବିରଞ୍ଚି ବେହେରା । ଗତ ୨୫ ତାରିଖରେ ଜନ୍ତୁ ମାଂସ ଭାଗବଣ୍ଟା କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଝଗଡ଼ା ଲାଗିଥିଲା । […]

ଆରମ୍ଭ ହେଲା ମୁକ୍ତା’ ଯୋଜନା

➡️୧-ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗର ରାଜ୍ୟର ସମସ୍ତ ୧୧୪ ଟି ସହରାଞ୍ଚଳରେ ବର୍ଷା ଜଳ ସଂରକ୍ଷଣ ପାଇଁ ହେଲା ‘ମୁକ୍ତା’ ଯୋଜନା । ➡️୨-ଆସନ୍ତା ସପ୍ତାହରେ ହୋଇପାରେ ମୋଦୀ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ,ଏଥିପାଇଁ ଗତ କିଛି ଦିନ ହେଲା ଚାଲିଛି ଜୋରଦାର ପ୍ରସ୍ତୁତି । ➡️୩-ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ➡️୪-ଖୁଚୁରା ଏବଂ ହୋଲସେଲ ବାଣିଜ୍ୟକୁ ଏମଏସଏମଇ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ଘୋଷଣା । ➡️୫-ଏଣିକି […]

ବାହାହେଲେ ବିଜେଡି ବିଧାୟକ

ଭୁବନେଶ୍ୱର,୨/୭(ଏସ ଏସ ନିୟୁଜ) ବିବାହ ବନ୍ଧନରେ ଆବଦ୍ଧ ହେଲେ ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ । ବିଧାୟକ ରାୟ ଆଜି ନିଜ ଜନ୍ମଦିନରେ ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଚିଲିକାର ଏକ ରିସୋର୍ଟରେ କୋଭିଡ କଟକଣାଭିତରେ ପାରମ୍ପରିକ ରୀତିରେ ବିବାହ କରିଛନ୍ତି ।ବିଧାୟକ ଶ୍ରୀ ରାୟଙ୍କ ପ୍ରଥମ ପତ୍ନୀ ନିଳିମା ପ୍ରଧାନଙ୍କର ୨୦୨୦ ମସିହା ଫେବୃୟାରୀ ୩ତାରିଖରେ ମୃତ୍ୟୁ ଘଟିଥିଲା। ନିଜର ଦୀର୍ଘଦିନର ବାନ୍ଧବୀ ନିଳିମା ପ୍ରଧାନଙ୍କୁ ୨୦୧୪ ମସିହାରେ ଶ୍ରୀ […]

ଆଜି ଆସିବେ କେନ୍ଦ୍ରୀୟ କୋଭିଡ୍ ଟିମ୍

ଭୁବନେଶ୍ୱର,୭/୨(ଏସଏସନିୟୁଜ) ଆଜି ଓଡିଶା ଆସିବେ କେନ୍ଦ୍ରୀୟ କୋଭିଡ୍ ଟିମ୍ । ଅଧିକ ସଂକ୍ରମଣ ମାମଲା ଆସୁଥିବା କେରଳ, ଅରୁଣାଚଳ ପ୍ରଦେଶ,ତ୍ରୀପୁରା, ଓଡିଶା, ଛତିଶଗଡ ଓ ମଣିପୁର ଆଦି ୬ ଟି ରାଜ୍ୟକୁ ଗ୍ରସ୍ଥ କରିବେ । ଅଧିକ ସଂକ୍ରମଣ ଆସିବାର କାରଣ ଓ ଏହାକୁ ନିୟନ୍ତ୍ରଣ କରିବାର ଉପାୟ ଖୋଜିବାକୁ କେନ୍ଦ୍ର ପକ୍ଷରୁ ୬ ଟି ରାଜ୍ୟକୁ ଟିମ୍ ପଠାଯାଇଛି । କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ କରିବାସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପାଖରେ ରିପୋର୍ଟ ଦେବ । […]

୭୦ ପ୍ରତିଶତ ସିଲାବସକୁ ନେଇ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୭/୨(ଏସଏସନିୟୁଜ) ମାଟ୍ରିକ ପରୀକ୍ଷା ନମ୍ବରକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ୭୦ ପ୍ରତିଶତ ସିଲାବସକୁ ନେଇ ପୁଣି ଥରେ ହେବାକୁ ଥିବା ଅଫ୍‌ଲାଇନ୍‌ମାଟ୍ରିକ ପରୀକ୍ଷା ଦିଅନ୍ତୁ । ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏ ପରୀକ୍ଷା ହେବାସହ ଆସନ୍ତା ୫ ତାରିଖରୁ ଫର୍ମ ଫିଲପ୍ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ  ଫର୍ମ ଫିଲପ୍ ଚାଲିବ। ବୋର୍ଡ ପକ୍ଷରୁ ୧୫ ଦିନ ଭିତରେ ତାଙ୍କର ପରୀକ୍ଷା ଫଳ ପ୍ରକାଶ ନିମନ୍ତେ ଉଦ୍ୟମ କରାଯିବ । […]

ଭିକାରୀମୁକ୍ତ ହେବ ଭୁବନେଶ୍ୱର

ଭୁବନେଶ୍ୱର,୭/୨(ଏସଏସନିୟୁଜ) ରାଜଧାନୀ ଭୁବନେଶ୍ୱରକୁ ଭିକାରୀ ମୁକ୍ତ ଅଭିଯାନ ଆରମ୍ଭ କରିଛି ବିଏମସି । ସହାୟ ସ୍କିମରେ ଏକାମ୍ର ନିଳୟ ଯୋଜନାରେ ପିପିଇ କିଟ ପିନ୍ଧି ବିଏମସି କର୍ମଚାରୀମାନେ ଭୁବନେଶ୍ୱରର ଶନି ମନ୍ଦିର, ରାମ ମନ୍ଦିର, ସିଆରପି, ରାଜମହଲ, ମାଷ୍ଟରକ୍ୟାଂଟିନ ଭଳି ସ୍ଥାନରୁ ଭିକାରୀମାନଙ୍କୁ ବୁଝାସୁଝା କରି ବିଭିନ୍ନ ଆଶ୍ରୟସ୍ଥଳୀକୁ ନେଇଛନ୍ତି । ସେଠାରେ ସେମାନଙ୍କ ରହିବା, ଖାଇବା ଏବଂ ଥଇଥାନ ମଧ୍ୟ ବ୍ୟବସ୍ଥା କରିଛି ବିଏମସି । ଭିକାରୀମାନଙ୍କୁ ଉଦ୍ଧାର ସମୟରେ ଦୁଇଜଣ ଶିଶୁଙ୍କୁ ମଧ୍ୟ ଉଦ୍ଧାର […]

ବଡ଼ଦାଣ୍ଡ ଲୋକଙ୍କୁ କଟକଣା କୋହଳ, ଛାତ ଉପରୁ ଦେଖିପାରିବେ ରଥଯାତ୍ରା

୧. ବଡ଼ଦାଣ୍ଡ ଲୋକଙ୍କୁ ରଥଯାତ୍ରା କଟକଣା କୋହଳ, ଛାତ ଉପରୁ ଦେଖିପାରିବେ ରଥଯାତ୍ରା । ୨. ତୈଳଦର ବୃଦ୍ଧି ପ୍ରତିବାଦରେ ଥାଳି ଖଞ୍ଜଣି ବଜାଇ ପ୍ରତିବାଦ କରିବ ପ୍ରଦେଶ କଂଗ୍ରେସ । ୩. ଭାରତୀୟ ରେଳବାଇରେ ଫ୍ରେଟ୍ ଲୋଡିଂରେ ଶୀର୍ଷ ସ୍ଥାନ ହାସଲ କଲା ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ । ୪. ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ରାଜ୍ୟରେ ୧୫ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । […]