Browsing category

ଅପରାଧ

ଯୁବକଙ୍କୁ ମାରି ଫିଙ୍ଗିଦେଲେ !

ଆସିକା,୧୭।୪(ଏସଏସ ନିଉଜ) ଗାଁ ଶେଷମୁଣ୍ଡରେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି। କୋଟିନଡ଼ା ଥାନା ଖାରିଆଗାଁର ଯୁବକଙ୍କ ମୃତଦେହ ଠାବ ହୋଇଛି। ପରିବାର ପକ୍ଷରୁ ହତ୍ୟା କରାଯାଇ ଥିବାର ଅଭିଯୋଗ ଆଣିବାପରେ ପୋଲିସ ତନାଘନା ଆରମ୍ଭ କରିଛି।ମୃତକ ହେଉଛନ୍ତି ଖାରିଆଗାଁର ୨୨ ବର୍ଷୀୟ ଯୁବକ ମଙ୍ଗୁଳୁ ଜେନା l ମୃତୁର କାରଣ ଅସ୍ୱଷ୍ଟ ରହିଥିବା ବେଳେ ମୃତଦେହ ପାଖରେ ପଡିଛି ଏକ ବାଇକ l ତେବେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ମୃତଦେହକୁ ଉଦ୍ଧାର କରିଛି।

କଟକରେ ଜଳିଗଲା ବସ୍

କଟକ,୧୭।୪(ଏସଏସନିଉଜ) ମଧୁପାଟଣାରେ ଜଳିଯାଇଛି ଛିଡ଼ା ହୋଇରହିଥିବା ଏକ ବସ l ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରାହୁଥିବାବେଳେ ବସ୍‌ରେ କେହି ଯାତ୍ରୀ ନଥିବାବେଳେ ଏହି ଅଘଟଣ ଘଟିଛି।

ଗଡିଲା ଦୁଇମୁଣ୍ଡ

କେନ୍ଦ୍ରାପଡା,୧୬ା୪(ଏସଏସନିଉଜ)ଆଳିରେ ରାଜନୈତିକ ଶତ୍ରୁତା ଓ ଚାନ୍ଦୋଳରେ ଜମିଜମା ବିବାଦକୁ କେନ୍ଦ୍ରକରି ଦୁଇଜଣଙ୍କ ଜୀବନଯାଇଛି। ଉଭୟ ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି।ରାଜନୈତିକ ଶତ୍ରୁତାରୁ ଆଳିଥାନା ସହିରାଗ୍ରାମର ଅମିତପାତ୍ର ଗତକାଲି ବିଳମ୍ବିତ ରାତିରେ ଆକ୍ରମଣର ଶିକାରହୋଇ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଦହିଅଣ୍ଟା ଗ୍ରାମରୁ ହରିହାଟଭୋଜି ଖାଇ ଅମିତ ଓ ଶଳା ସଞ୍ଜୟଜେନା ଫେରୁଥିବାବେଳେ ଦହିଅଣ୍ଟା ଛକ ନିକଟରେ ଛୁରାମାଡ ହୋଇଥିଲେ । ଏହି ଘଟଣାରେ ରଶ୍ମିରଞ୍ଜନରାଉଳଙ୍କୁ […]

ଓଲଟିଲା ଅଟୋ

ବ୍ରହ୍ମଗିରି, ୧୬ା୪(ଏସଏସନିଉଜ) କୃଷ୍ଣପ୍ରସାଦରେ ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ ବାଲିଯାତ୍ରା ତଥା ପଣାଯାତ୍ରାଦେଖି ୭ଜଣ ଯାତ୍ରୀଙ୍କୁ ନେଇ ଖଟିସାହି ଗ୍ରାମରୁ ଆସୁଥିବାବେଳେ ଏକ ବ୍ୟାଟେରିଚାଳିତ ଅଟୋ ଚିଲିକାରେ ଦୁର୍ଘଟଣାଗ୍ରସ୍ଥ ହୋଇଛି ।ଅଟୋଟି ଭାରସାମ୍ୟ ହରାଇ କୁରୁପାଳ ଚିଲିକାରେ ଓଲଟିପଡ଼ିଥିଲା।କୁରୁପାଳଗ୍ରାମର କିଛି ଲୋକେ ଏହାଦେଖି ପାଣିକୁ ଡେଇଁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବାରୁ ମୃତ୍ୟୁ ମୁଖରୁ ୭ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିଲେ ।

ସୀମା ବିବାଦକୁନେଇ ଦୁଇଗାଁ ମଧ୍ୟରେ ସଂଘର୍ଷ

ଭଦ୍ରକ , ୧୬ା୪(ଏସଏସନିଉଜ) ସୀମା ବିବାଦକୁ ନେଇ ହାଟଡିହି ବ୍ଲକ୍ ଓରାଳି ଛକରେ ଦୁଇଗ୍ରାମ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ୧୦ରୁ ଊର୍ଦ୍ଧ୍ବ ଦୋକାନ ଭଙ୍ଗାରୁଜା କରି ସେଥିରେ ନିଆଁ ଲଗାଇ ଦେଇଛନ୍ତି। ଦୁଇଟି କାର୍‌, ତିନିରୁ ଊର୍ଦ୍ଧ୍ବ ବାଇକ୍ ପୋଡ଼ି ଦେଇଛନ୍ତି। ଯାହାଫଳରେ ଆନନ୍ଦପୁର-ଭଦ୍ରକ ରାସ୍ତାରେ ଗାଡ଼ିମୋଟର ଚଳାଚଳ ଠପ୍ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ଭଦ୍ରକ ରାସ୍ତାର ଓରାଳିଛକର ନାମକରଣକୁ ନେଇ ଓରାଳି ଏବଂ ଭଦ୍ରକ ଜିଲ୍ଲା […]

ଅନୈତିକକାର୍ଯ୍ୟ ଯୋଗୁ କାଟିଲେ ଯୌନାଙ୍ଗ

ବରଗଡ଼, ୧୬ା୪(ଏସଏସନିଉଜ)ଜଣେ ବିବାହିତା ମହିଳାଙ୍କ ସହ ଅନୈତିକକାର୍ଯ୍ୟ  କରିବା ପଡିଛି ମହଙ୍ଗା ।ଶେଷରେ ଜୀବନ ହାରିବାକୁ ପଡିଛି ।ଏହିଭଳି ଚାଞ୍ଚଲ୍ୟକର ଖବର ସୋହେଲାବୁଡ଼ାମାଲ ଅଞ୍ଚଳରେ ଘଟିଛି । ସାନନ୍ଦ ସା ନାମକ ଯୁବକ ଜଣେ ବିବାହିତା ମହିଳାଙ୍କ ସହ ଅନୈତିକ କାର‌୍ୟ୍ୟ ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥିଲା ।ଗ୍ରାମବାସୀମାନେ ଉକ୍ତ ଯୁବକର ଯୌନାଙ୍ଗ କାଟିଦେଇଥିବା କୁହାଯାଉଛି। ଏବେ ବି ବିଲରେ ଯୁବକର ମୃତଦେହ ପଡ଼ିରହିଛି।  

ସିଲିଆରିବାହାର ଗାଁରେ ବାଘ ଅସୁସ୍ଥ

ନୂଆପଡ଼ା, ୧୬ା୪(ଏସଏସନିଉଜ) ଧରମବନ୍ଧାସେକ୍ସନ ସିଲିଆରିବାହାରା ଗାଁରେ ବାଘ ଆତଙ୍କ ଦେଖା ଦେଇଥିବାବେଳେ ରବିବାର ସକାଳୁ କଲରାପତରିଆବାଘଟି ଗାଈକୁ ଶିକାର କରି ଶିକାରକୁ ଜଗି ରହିଛି। ଭୋକିଲା ବାଘ ଅଧିକ ଖାଦ୍ୟ ଖାଇଦେଇ ଜଙ୍ଗଲ ଭିତରକୁ ଯାଇ ପାରୁନଥିବାବେଳେ ବାଘଟି ଅସୁସ୍ଥ ଥିବାର ଲୋକେ ଅନୁମାନ କରିବା ସହ ମୋବାଇଲରେ ଫଟୋ ମଧ୍ୟ ଉଠାଇଥିଲେ ।ଖବରପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଉଦ୍ଧାର କରିଥିବା ଜଣାଯାଇଛି। .

ସିବିଆଇ ଅଫିସ୍‌ରେ କେଜରିୱାଲ

ଭୁବନେଶ୍ୱର,୧୬ା୪(ଏସଏସନିଉଜ) ସିବିଆଇ ଅଫିସ୍‌ରେ ପହଞ୍ଚିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ। ଦିଲ୍ଲୀ ମଦଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜରିୱାଲ ହାଜର ହୋଇଛନ୍ତି। ସିବିଆଇର ସମନପରେ ହାଜର ହୋଇଛନ୍ତି କେଜରିୱାଲ ।ମୁଁ କିଛି ଭୁଲ୍ କରିନାହିଁ ତ ଲୁଚେଇବି କଣପାଇଁ ବୋଲି କହିଛନ୍ତି । ଉଈଓ ଯାହା ବି ପଚାରିବେ ସଚ୍ଚୋଟ୍ ଭାବେ ଉତ୍ତର ଦେବି ବୋଲି କହିଛନ୍ତି ଦିଲ୍ଲୀମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲା  

ଗିରଫଦାରୀସଂଖ୍ୟା ହେଲା ୭୯

ସମ୍ବଲପୁର, ୧୬ା୪(ଏସଏସନିଉଜ) ବାଇକ୍ ରାଲିରେ ପଥରମାଡ଼ ଓ ଦୋକାନପୋଡ଼ି ଘଟଣାରେ ଆଉ ୩୦ଜଣଙ୍କୁ ଗିରଫକରିଛି ପୋଲିସ ।ଏବେ ଗିରଫଦାରୀସଂଖ୍ୟା ୭୯କୁ ବୃଦ୍ଧିପାଇଛି। ହନୁମାନଜୟନ୍ତୀ ଅବସରରେ ଅନେକସ୍ଥାନରେ ଭଙ୍ଗାରୁଜା ହେବା ସହ ପୋଡ଼ାଜଳାଘଟଣାରେ ୨୬ଜଣଙ୍କୁ ପୁଲିସ ପ୍ରଥମେ ଗିରଫକରିଥିବା ବେଳେ ହନୁମାନଜୟନ୍ତୀଦିନ ଘଟିଥିବାହିଂସାକାଣ୍ଡ ଓ ଭଙ୍ଗାରୁଜାଘଟଣାରେ ୨୩ଜଣଙ୍କୁ ଗିରଫ କରାଯାଇଥିଲା। ଆଜି ଆଉ୩୦ଜଣଙ୍କୁ ଗିରଫ କରାଯିବାପରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି। ଗତ ୧୨ତାରିଖସନ୍ଧ୍ୟାରେ ହନୁମାନଜୟନ୍ତୀ ବାଇକ୍ ରାଲି ବେଳେ ସମ୍ବଲପୁରରେ ଆରମ୍ଭହୋଇଥିବା ହିଂସାକାଣ୍ଡ ୧୪ତାରିଖପର୍ଯ୍ୟନ୍ତ ଲାଗିରହିଥିଲା। […]

କଟକ ରେଲୱେଷ୍ଟେସନରେ ଅଘଟଣ

ଭୁବନେଶ୍ୱର,୧୪ା୪(ଏସଏସନିଉଜ) କଟକ ରେଲୱେଷ୍ଟେସନରେ ଅଘଟଣ ଘଟିଛି ।ଭାଙ୍ଗିଯାଇଛି ଏକ୍ସପ୍ରେସ ଟ୍ରେନର ବଫରାବାଙ୍ଗିରପୋଷି-ଭୁବନେଶ୍ବର ଟ୍ରେନର ଭାଙ୍ଗି୍‌ଯାଇଛି ବଫରାଟ୍ରେନଟି କଟକ ଷ୍ଟେସନରେ ପହଞ୍ଚିବା ପରେ ଏହି ଅଘଟଣ ଘଟିଛି ।ସକାଳ ପ୍ରାୟ ସାଢ଼େ୯ଟାରେ ଘଟିଛି ଘଟଣା ।ଟ୍ରେନରେ ଥିବା ସମସ୍ତଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଲିଥିବାବେଳେ ୧ନଂପ୍ଲାଟଫର୍ମରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।