ଅସୁସ୍ଥ ଦନ୍ତାର ଚିକିତ୍ସା ହେଲା
ମେଣ୍ଢାଶାଳ,୧୭।୫(ଏସଏସନିଉଜ)ଅସୁସ୍ଥ ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ କଲା ବନ ବିଭାଗ। ଚନ୍ଦକା ବନଖଣ୍ଡ ଅନ୍ତର୍ଗତ ହଳଦିଆ ରେଞ୍ଜ’ର ଆମ୍ବିଲୋ ଜଙ୍ଗଲରେ କିଛିଦିନ ହେବ ବୁଲୁଥିବା ଅସୁସ୍ଥ ଦନ୍ତାକୁ ଆଜି ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି। ହଳଦିଆ ରେଞ୍ଜରେ ଦୁଇଟି ଦନ୍ତା ବୁଲାବୁଲି କରୁଥିବା ବେଳେ ଗୋଟିଏ ଦନ୍ତାଟି ଅସୁସ୍ଥ ଥିବା ବନ ବିଭାଗ ଜାଣିବାକୁ ପାଇଥିଲା। ଡ୍ରୋନ କ୍ୟାମେରା ସାହାଯ୍ୟରେ ହାତୀ ଦୁଇଟିଙ୍କୁ ନଜର ରଖାଯାଇଥିଲା। ଆଜି ଦିନ ତମାମ କସରତ ପରେ ପ୍ରଥମେ ସୁସ୍ଥ […]