Browsing category

ଜିଲ୍ଲା

ବାଲିଅନ୍ତାରେ ମଧ୍ୟଯୁଗୀୟ ବର୍ବରତା

ବାଲିଅନ୍ତା,୭।୫(ଏସଏସନିଉଜ)ବାଲିଅନ୍ତାରେ ମଧ୍ୟଯୁଗୀୟ ବର୍ବରତା, ଯୁବକଙ୍କୁ ପିଟିପିଟି ମାରିଦେଲେ। ବାଲିଅନ୍ତାଥାନା ରାମଚନ୍ଦ୍ରପୁର ବ୍ରିଜ୍‌ ପାଖରେ ପିଟିପିଟି ମାରିଦେଲେ।ହାତଗୋଡ଼ ବାନ୍ଧି ଘୋଷାଡ଼ି ଘୋଷାଡ଼ି ପୋଲିସ ସାମ୍ନାରେ ପିଟିଲେ।ହାତଗୋଡ଼ ବାନ୍ଧି ଘୋଷାଡ଼ି ଘୋଷାଡ଼ି ପୋଲିସ ସାମ୍ନାରେ ପିଟିଲେ।ବାଉଁଶରେ ବାନ୍ଧି ଟେକି ବିଧାଗୋଇଠା ମାରି ଜୀବନ ନେଇଗଲେ।ମୃତକ ଜଣେ ରେଲୱେ କନଷ୍ଟେବଲ ବୋଲି ପ୍ରାରମ୍ଭିକ ସୂଚନା।ମୃତକ ମୌଜପୁରଗାଁର ସୌମ୍ୟରଂଜନ ସ୍ବାଇଁ।ପୋଲିସସାମ୍ନାରେ ଲୋକେ ଆଇନକୁ ହାତକୁ ନେବାକୁ ନେଇ ଉଠିଲା ପ୍ରଶ୍ନ।୨ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ୨ଯୁବକଙ୍କୁ ପିଟିଲେ। ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଆଉ ଜଣେ […]

ବଙ୍ଗୋପସାଗରରେ ଲଘୁଚାପ!

ଭୁବନେଶ୍ୱର,୬।୫(ଏସଏସନିଉଜ)ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ।Ecmwf ମଡେଲ୍ ଅନୁଯାୟୀ ୧୦ରେ ସୃଷ୍ଟିହେବ ଲଘୁଚାପ।ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ସୃଷ୍ଟିହେବ ଲଘୁଚାପକ୍ଷେତ୍ର।ବିଭିନ୍ନ ମଡେଲ୍‌ ଆକଳନ ନେଇ ମିଳିଲା ସଙ୍କେତ।ହେଲେ କେତେ ତୀବ୍ରହେବ ଓ କେଉଁଆଡ଼କୁ ଗତି କରିବ ଅସ୍ପଷ୍ଟ।ବର୍ତ୍ତମାନ କେନ୍ଦ୍ରୀୟଭାରତରେ ଏକ ଟ୍ରପ୍‌ଲାଇନ୍ ରହିଛି।ପ୍ରଭାବରେ ରାଜ୍ୟରେ କାଳବୈଶାଖୀବର୍ଷା ଲାଗି ରହିଛି।

ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଶୁଭେନ୍ଦୁ ଅଧିକାରୀ

ଭୁବନେଶ୍ୱର,୬।୫(ଏସଏସନିଉଜ)ଭାରତୀୟ ଜନତାପାର୍ଟି(ବିଜେପି)ଖୁବ୍ ଶୀଘ୍ର ପଶ୍ଚିମବଙ୍ଗର ନୂତନମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବାର ସମ୍ଭାବନା ରହିଛି।ଶୁକ୍ରବାର ବିଜେପି ଏନେଇ ଏକ ବଡ଼ବୈଠକ କରିବ ଓ ଏହା ପରେ ବିଧାୟକଦଳ ନେତାଙ୍କନାମ ଘୋଷଣା ହେବାର ସମ୍ଭାବନାରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହଙ୍କୁ ପଶ୍ଚିମବଙ୍ଗର ପର୍ଯ୍ୟବେକ୍ଷକଭାବେ ନିଯୁକ୍ତି ଦେଇଛି ବିଜେପି।ବଙ୍ଗଳାରେ ବିଜେପି ୨୦୭ଟି ଆସନ ଜିତିଛି।ମେ ୯ରେହେବ ନୂଆ ସରକାରର ଶପଥଗ୍ରହଣ ଉତ୍ସବ।

ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ଧାମ ଶବ୍ଦ

ଭୁବନେଶ୍ୱର,୬।୫(ଏସଏସନିଉଜ)ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ଧାମ ଶବ୍ଦ।ଧାମ ଶଦ୍ଦ ହଟିବା ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।ବଙ୍ଗରେ ସରକାର ଗଠନ ପରେ ଓଡ଼ିଶା ସରକାର ଆରମ୍ଭ କରିବେ ଉଦ୍ୟମ।ହଜାର ହଜାର ଜଗନ୍ନାଥ ମନ୍ଦିର ଅଛି , କିନ୍ତୁ ସବୁ ଧାମ ନୁହେଁ।ମମତା ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଇଥିଲେ।ବଙ୍ଗାଳୀ ଭକ୍ତଙ୍କୁ ପୁରୀ ଆସିବାକୁ ମନା କରାଯାଇଥିଲା , ଯାହାର ଫଳ ମମତା ଭୋଗିଛନ୍ତି ବୋଲି କହିଛନ୍ତି।

ଭୋଟ୍‌ ଚୋରି ହୋଇଛି,ଇସ୍ତଫା ଦେବିନି

ଭୁବନେଶ୍ୱର,୫।୫(ଏସଏସନିଉଜ)ପରାଜୟ ପରେ ବିଜେପି ଉପରେ ବର୍ଷିଲେ ମମତା ବାନାର୍ଜୀ।ବିଜେପି ୧୦୦ରୁ ଊର୍ଦ୍ଧ୍ବ ସିଟ୍‌ରେ ଭୋଟ୍‌ ଚୋରି କରି ଜିତିଛି।ଭାରତସରକାର ସିଧାସଳଖ ହସ୍ତକ୍ଷେପ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମମତା।ସେ ତାଙ୍କ ଅଭିଯୋଗରେ କହିଛନ୍ତି ଭାରତ ସରକାର ଗୋଟିଏ ପାର୍ଟିର ଶାସନ ଚାହୁଁଛନ୍ତି।ଆମେ ଏହି ନିର୍ବାଚନରେ ପରାଜିତ ହୋଇନୁ ଓ ଇସ୍ତଫା ଦେବିନି। ମୁଖ୍ୟମନ୍ତ୍ରୀ ନଥାଇ ଦିଲ୍ଲୀ ବିରୋଧରେ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ମମତା।

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ

ଭୁବନେଶ୍ବର,୫।୫(ଏସଏସନିଉଜ) ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ପୋଲିସ।ରୋଗୀ ନୁହେଁ ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ।ସିକ୍ରେଟ୍ ଚାମ୍ବରରେ ଚାଲାଣ ବେଳେ ଧରିଲା ନୟାପଲ୍ଲୀ ଥାନା ପୋଲିସ।ଆମ୍ବୁଲାନ୍ସ ଜବତ, ସହ ୨ ବେପାରୀଙ୍କୁ ଗିରଫ କଲା ପୋଲିସି।

ଭିଜିଲାନ୍ସ ଜାଲରେ ଅମିନ

କଣ୍ଟାବାଞ୍ଜି,୫।୫(ଏସଏସନିଉଜ)ଲାଞ୍ଚ ନେଇ ଧରାପଡ଼ିଲେ ଅମିନ।ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟ କୋର୍ଟ ଅମିନ ବିମଳେନ୍ଦୁ କବି।୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ।

ଆଜିଠାରୁ ବଙ୍ଗଳା ବିକାଶର ଭରସାରେ ଯୁକ୍ତ ହୋଇଛି:- ମୋଦୀ

ଭୁବନେଶ୍ୱର,୪।୫(ଏସଏସନିଉଜ)ପଶ୍ଚିମବଙ୍ଗରେ ବିଜୟପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କଅଭିଭାଷଣରେ କହିଛନ୍ତିଯେ,ବଙ୍ଗଳାରେ ଅନୁପ୍ରବେଶ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନହେବ।ଆଜି ପଶ୍ଚିମବଙ୍ଗ ଭୟରୁ ମୁକ୍ତ ହୋଇଛି ।ଆଜି ଶ୍ୟାମାପ୍ରସାଦମୁଖାର୍ଜୀଙ୍କ ଆତ୍ମାକୁ ଶାନ୍ତିମିଳିଛି।ଶ୍ୟାମାପ୍ରସାଦ ମୁଖାର୍ଜୀ ଏକ ସମୃଦ୍ଧବଙ୍ଗଳାର ସ୍ବପ୍ନଦେଖିଥିଲେ।ଦେଶପାଇଁ ବଞ୍ଚିବା ଶିଖାଇଥିଲେ ଶ୍ୟାମାପ୍ରସାଦମୁଖାର୍ଜୀ ବୋଲି ମୋଦି କହିଥିଲେ।ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ପୁଷ୍ପମାଲ୍ୟଦେଇ ସମ୍ମାନିତ କରିବାକୁ ଯାଉଥିବାବେଳେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଏହାକୁ ନେଇ ନୀତିନ ନବୀନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ସେହିଭଳିଭାବେ ନିର୍ବାଚନରେ ଏଲଡ଼ିଏଫର ପରାଜୟପରେ ପଦଛାଡ଼ିଲେ ମୁଖ୍ୟମନ୍ତ୍ରୀ ପି.ବିଜୟନ।ରାଜ୍ୟପାଳ ଇସ୍ତଫାପତ୍ର […]

ବେଙ୍ଗଲରେ ଦିଦି ସରକାରର ପତନ

ଭୁବନେଶ୍ୱର,୪।୫(ଏସଏସନିଉଜ)ପଶ୍ଚିମବଙ୍ଗରେ‘ଦିଦି’ସରକାରର ପତନ ଘଟିଛି।ଗାଦିଚ୍ୟୁତ ହୋଇଛି କ୍ଷମତାସୀନ TMC।ରାଜ୍ୟରେ ପ୍ରଥମକରି ସରକାର ଗଢ଼ିବାକୁଯାଉଛି ବିଜେପି।ପାଖାପାଖି ୨୦୦ ଆସନରେ ଆଗୁଆ ରହିଛି ବିଜେପି।କେବଳ ବିଧିବଦ୍ଧରେଜଲ୍ଟ ଘୋଷଣାକୁ ଅପେକ୍ଷା।ଏହାକୁ ନେଇ ପଶ୍ଚିମବଙ୍ଗରେ ବିଜେପିଶିବିରରେ ବିଜୟଉତ୍ସବ ଆରମ୍ଭ ହୋଇଯାଇଛି।

ଅପରାହ୍ନ ହେଲେ ଡରାଉଛି ଝଡ଼ବର୍ଷା

ଭୁବନେଶ୍ୱର,୩।୫(ଏସଏସନିଉଜ)ଅପରାହ୍ନ ହେବାମାତ୍ରେ ଝଡ଼ବର୍ଷାର ଆଶଙ୍କା ଦେଖାଦେଇଛି।ଆଜି ପୁଣି ଝଡ଼ବର୍ଷା ଆଶଙ୍କାକୁ ନେଇ ୨୪ଜିଲ୍ଲାକୁ ଆଲର୍ଟକରିଛି IMD। ଅପରାହ୍ନ କିମ୍ବା ସନ୍ଧ୍ୟାରେ ଘଣ୍ଟାପ୍ରତି ୪୦ରୁ ୫୦କିମିବେଗରେ ବହିପାରେ ପବନ।ପବନ ସହ ଝଡ଼ବର୍ଷା ସମ୍ଭାବନାନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି।୨୪ଘଣ୍ଟାପାଇଁ ୧୦ଜିଲ୍ଲାକୁ ସତର୍କସୂଚନା ଜାରିକଲା IMD।ମୟୂରଭଞ୍ଜ, ବାଲେଶ୍ବର,ଖୋର୍ଦ୍ଧା,କନ୍ଧମାଳ,ରାୟଗଡ଼ା,ଗଜପତି,ଗଞ୍ଜାମ,ମାଲକାନଗିରି,କୋରାପୁଟ, ନବରଙ୍ଗପୁରକୁ ୱାର୍ଣ୍ଣିଂ ଜାରି କରାଯାଇଛି।ଆଗାମୀ ୮ଯାଏଁ ବର୍ଷାର ପ୍ରଭାବରହିବ,ପରେ ୨ରୁ ୩ଡିଗ୍ରୀ ତାପମାତ୍ରା କମିବ ବୋଲି କୁହାଯାଇଛି।