Browsing category

ଜିଲ୍ଲା

ଭୁବନେଶ୍ୱର ଉତ୍ତରରେ ଆମ ବସ୍ ସେବାର ଶୁଭ ଉଦ୍‌ଘାଟନ

ଭୁବନେଶ୍ୱର,୧।୧୦(ଏସଏସନିଉଜ) ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ଦୈନନ୍ଦିନ ଯାତାୟାତକୁ ଆହୁରି ସୁଗମ, ସୁବିଧା ଜନକ ଓ ସୁଲଭ କରିବା ଦିଗରେ ଆଉ ଏକ ନୂଆ ପଦକ୍ଷେପ ନିଆଯାଇଛି। ଓଏମ୍‌ଫେଡ୍‌ଛକରୁ ଡମଣା,ଗାଡ଼କଣ, ରଙ୍ଗମାଟିଆ ଦେଇ ନୂତନ ‘ଆମ ବସ୍’ ସେବାର ଶୁଭ ଆରମ୍ଭ ବୁଧବାର ହୋଇଛି। ଏହି ଅବସରରେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର ଯୋଗଦେଇଥିଲେ । ନୂତନ ବସ୍ ରୁଟ୍‌ ଆରମ୍ଭ ହେବା ଫଳରେ ଏହି ଅଞ୍ଚଳର ଛାତ୍ରଛାତ୍ରୀ, ମହିଳା, ବ୍ୟବସାୟୀ, ଚାକିରିଜୀବୀ, ବରିଷ୍ଠ […]

ବାଲିପଡ଼ା -୧ ଅଙ୍ଗନୱାଡି କେନ୍ଦ୍ରରେ

ଭୁବନେଶ୍ୱର,୩୦।୯(ଏସଏସନିଉଜ) ରାଜଧାନୀ ଉପକଣ୍ଠ କଲ୍ୟାଣପୁର ସେକ୍ଟରର ବାଲିପଡ଼ା -୧ ଅଙ୍ଗନୱାଡି କେନ୍ଦ୍ରରେ ସରକାରଙ୍କ ତରଫରୁ ପାଳନ କରାଯାଇଥିବା ଆଙ୍ଗନ କା ଉତ୍ସବ ତିନିଦିନଧରି ଖୁବ ସୁନ୍ଦର ଭାବରେ ପାଳନ ହୋଇଯାଇଛି। ପ୍ରଥମ ଦିନରେ ସିଡିପିଓ ଶର୍ମିଷ୍ଠା ଚକ୍ରବର୍ତ୍ତୀ ଉପସ୍ଥିତ ରହି ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଦ୍ୱିତୀୟ ଦିନରେ ପିଲାମାନଙ୍କଦ୍ୱାରା ଚିତ୍ରାଙ୍କନ, ନାଚ, ଜେଜେମାଙ୍କ ଦ୍ୱାରା ଗପ ଆଦି ପ୍ରତିଯୋଗିତା କରାଯାଇଥିଲା।ତୃତୀୟ ଦିନରେ ଜିଲ୍ଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ତଥା ବିଜେଡି ଭୁବନେଶ୍ୱର ଜିଲ୍ଲା ସମ୍ପାଦକ ନିର୍ମଳ ରାଉତ […]

ପାର୍ସଲ୍ ହବରୁ ଚୋରି ଧରିଲା ପୋଲିସ

ମେଣ୍ଢାଶାଳ,୨୯।୯(ଏସଏସନିଉଜ)ମେଣ୍ଢାଶାଳ ସ୍ଥିତ ଇନଷ୍ଟାକାର୍ଟର ପ୍ରତିନିଧି ଦିଲୀପ କୁମାର ଦାସଙ୍କ ଲିଖିତ ଏତଲା ଆଧାରରେ ଚନ୍ଦକା ଥାନାରେ ପାର୍ସଲ୍ ହବ୍ ଭିତରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଚୋରି ଅଭିଯୋଗରେ ୫୯୨/୨୭ କେସ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଗତ ୩ ମାସ ଧରି ଭୁବନେଶ୍ୱର ସର୍ଟିଂ ହବ୍ ଦେଇ ଯାଉଥିବା ବିଭିନ୍ନ ପାର୍ସଲରୁ ପ୍ରାୟ ୧ ଲକ୍ଷ ଟଙ୍କାର ସାମଗ୍ରୀ ଚୋରୀ ହେଉଥିଲା। କମ୍ପାନୀ ପକ୍ଷରୁ […]

ମେଣ୍ଢାଶାଳ ଅଙ୍ଗନବାଡି କେନ୍ଦ୍ରରେ ‘ ଅଙ୍ଗନ୍ କା ଉତ୍ସବ

ମେଣ୍ଢାଶାଳ,୨୯।୯(ଏସଏସନିଉଜ) ମଙ୍ଗଳବାର ଅପରାହ୍ନରେ ମେଣ୍ଢାଶାଳ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ପରିସରରେ ରାଷ୍ଟ୍ରୀୟ ପୋଷଣ ମାସ ଉପଲକ୍ଷେ ଅଙ୍ଗାନ୍ କା ଉତ୍ସବ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି।ଅଙ୍ଗନବାଡି କର୍ମୀ ମମତା ଜେନାଙ୍କ ଆହ୍ୱାନ କର୍ମେ ଅଙ୍ଗନବାଡିରେ ଶିକ୍ଷା ଗ୍ରହଣ କରୁଥିବା ବାଳକ, ବାଳିକା ଓ ଅଭିଭାବକ,ବରିଷ୍ଠ ବ୍ୟକ୍ତିମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ବ୍ଲକ୍ ସିଡିପିଓ ଶର୍ମିଷ୍ଠା ଚକ୍ରବର୍ତ୍ତୀ ଯୋଗଦେଇ ପିଲାମାନଙ୍କୁ ପୋଷଣ ଖାଦ୍ୟର ଆବଶ୍ୟକତା ଓ ଶିଶୁମାନଙ୍କୁ ସୁସ୍ଥ ରଖିବା ଦିଗରେ ମହିଳାମାନଙ୍କ […]

ମୁଣ୍ଡଳି ଓ ନରାଜରେ ବିପଦ ସଙ୍କେତ ତଳେ ଜଳସ୍ତର

କଟକ,୨୮।୯(ଏସଏସନିଉଜ)ମହାନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି।ଯାହାକୁ ନେଇ ଛାନିଆ ହୋଇପାରିଛନ୍ତି ତଳିଆ ଅଞ୍ଚଳବାସୀ। ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ସମଗ୍ର ରାଜ୍ୟରେ ଏକ ପ୍ରକାର ଦୟନୀୟ ସ୍ଥିତି ଦେଖାଦେଇଛି। ସେପଟେ ହୀରାକୁଦର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପର୍ଯ୍ୟାୟ କ୍ରମେ ୩୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ତେବେ ହୀରାକୁଦରୁ ନିଷ୍କାସିତ ହେଉଥିବା ବନ୍ୟାଜଳ ଆସି ମୁଣ୍ଡଳୀରେ ପହଞ୍ଚିଛି। ସୋମବାର ସନ୍ଧ୍ୟା ସୁଦ୍ଧା ୮ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ କରିବ ବୋଲି ଜଳସମ୍ପଦ […]

ବିଜେପି ନେତାଙ୍କୁ ଆକ୍ରମଣ

ଆସିକା,୨୮।୯(ଏସଏସନିଉଜ)ହରଡ଼ାପଦର ବିଜେପି ମଣ୍ଡଳ ସଭାପତି କାଳିଆ ନାହାକଙ୍କୁ ସୋମବାର ରାତିରେ ଧାରୁଆ ଅସ୍ତ୍ରରେପ୍ରାଣାନ୍ତକ ଆକ୍ରମଣ ହୋଇଛି।ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।ନିଜ ଗାଁ ଗୌଡ଼ଗୋଠ ଫେରିବା ବେଳେ କମାଶାସନ ନିକଟରେ ଆକ୍ରମଣ ହୋଇଛି।୩ ଅଭିଯୁକ୍ତ ବାଇକ୍‌ରେ ଆସି ଆକ୍ରମଣ କରି ଫେରାର ହୋଇଯାଇଥିବା ବେଳେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି।

ଡଙ୍ଗାରେ ଆସିଲା ବର

ବାଲେଶ୍ୱର,୨୮।୯(ଏସଏସନିଉଜ) ରାଜ୍ୟରେ ଏବେ ବନ୍ୟା ବିଭୀଷିକାର ଭୟ ଦେଖାଦେଇଛି।ରାସ୍ତାଘାଟ ସବୁ ବୁଡି ଯାଇ ଯାତାୟାତ ଏକ ପ୍ରକାର ଠପ ହୋଇଯାଇଛି।ଏହାରି ଭିତରେବିଭାହେବାପାଇ ଦେଶୀଡଙ୍ଗାରେ କନ୍ୟା ଘରକୁ ଆସିଛନ୍ତି ବାଲେଶ୍ୱର ଭୋଗରାଇର ଜୈନିକ ଯୁବକ ହେମନ୍ତ ପାତ୍ର ।ଯାହାକି ଆଜି ଚର୍ଚ୍ଚାର ବିଷୟ ପାଲଟିଛି।ବିବାହ ଦିନବରବେଶରେ ମାତ୍ର କେଇ ଜଣ ଆତ୍ମୀୟଙ୍କ ସହ ବିବାହ ମଣ୍ଡପରେ ପହଞ୍ଚି ସମସ୍ତଙ୍କ ନଜରକୁ ଆସିଛନ୍ତି। ଆଜି ବାହାଘର ଥିଲା ତ ହଠାତ ସୁବର୍ଣ୍ଣରେଖାର ନଦୀରେ ବନ୍ୟା ଆସିଗଲା । ଆମେ ସବୁ […]

ଲୁଚି ଆସିଥିବା ବେଳେ ମାଡିବସିଲା ପୋଲିସ

ମେଣ୍ଢାଶାଳ,୨୮।୯(ଏସଏସନିଉଜ)ଚୋରା ପଥର ପରିବହନ କରି ଆଣୁଥିବା ବେଳେ ପୋଲିସ ହାତରେ ଧରାପଡ଼ିବା ଓ ଖବର ପାଇ ମାଲିକ ଘଟଣା ସ୍ଥଳରେ ପହଞ୍ଚି ପୋଲିସ କୁ ଦୁର୍ବ୍ୟବହାର କରିବା ଅଭିଯୋଗ ରେ ଚନ୍ଦକା ଥାନା ପୋଲିସ ମାଲିକ ଓ ଡ୍ରାଇଭରକୁ ଗିରଫ କରି ୪୮୦/୨୬ କେସ ନମ୍ବରରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିବା ସହ ଏକ ସ୍କୁଟି ଓ ପଥର ବୋଝେଇ ଟ୍ରକକୁ ଜବତ କରିଛି।ଗିରଫ ଡ୍ରାଇଭର ହେଲେ ବାଙ୍କୀ ବାଆରା ଗ୍ରାମର ସଞ୍ଜୟ […]

ଆସିପାରିଲାନି ଆମ୍ବୁଲାନ୍ସ , ରିକ୍ସାରେ ଗଲେ ରୋଗୀ

ବାଲେଶ୍ବର,୨୮।୯(ଏସଏସନିଉଜ)ବନ୍ୟାରେ ବାଲେଶ୍ୱର ଜିଲ୍ଲାର ରାସ୍ତାଘାଟ ଜଳମଗ୍ନ ହୋଇଯାତାୟାତରେ ବାଧକ ସାଜିଛି।ଏହିଭଳି ସ୍ଥିତିରେ ଜଣେ ଅସୁସ୍ଥ ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନ୍ସ ଆସି ପାରିନଥିଲା।ଶେଷରେ ଗୁରୁତର ଅସୁସ୍ଥ ରୋଗୀଙ୍କୁ ରିକ୍ସାରେ ବୋହି ହସ୍ପିଟାଲ ନେବାକୁ ପଡ଼ିଛି । ଏହିଭଳି ଘଟଣା ଭୋଗରାଇ ବ୍ଲକ ନହରା ପଞ୍ଚାୟତ ମୁଣ୍ଢମାରୀ ଗାଁରେ ଦେଖିବାକୁ ମିଳିଛି । ପ୍ରକାଶ ଯେ,ଗୀତାଞ୍ଜଳି ଧଳ ନାମକ ମହିଳା ବନ୍ଧୁଘର ମୁଣ୍ଢମାରୀ ଗାଁର ରାମହରି ସେଠୀଙ୍କ ଘରକୁ ଆସିଥିଲେ । ଏହା ଭିତରେ ସୁବର୍ଣ୍ଣରେଖା […]

ଗଣେଶ ଭସାଣିବେଳେ  ଭୁଶୁଡ଼ିଲା ଛାତ !

ଜଟଣୀ,୨୭।୯(ଏସଏସନିଉଜ)ଜଟଣୀରେ ଗଣେଶ ମୂର୍ତ୍ତି ବିସର୍ଜନ ଉତ୍ସବରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଡିଜେର ବିକଟାଳ ଶବ୍ଦରେ ଏକ କୋଠା ଛାତର କିଛି ଅଂଶ ଖସି ପଡ଼ି ଜଣଙ୍କରମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି।ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।ତେବେ ଡିଜେ ସଂଗୀତ ଏବଂ ଏହା ଦ୍ୱାରା ସୃଷ୍ଟି ହୋଇଥିବା ତୀବ୍ରକମ୍ପନ ଯୋଗୁଁ ଏହି ନିର୍ମାଣଗତ ବିଫଳତା ଘଟିଥାଇପାରେ ବୋଲି ପୋଲିସ ଅଭିଯୋଗର ତଦନ୍ତ କରୁଛି।ମୃତକ ହେଉଛନ୍ତି ଜଟଣୀର ବାସିନ୍ଦା ଚିଣ୍ଟୁ ବାରିକ (୩୦)। […]