Browsing category

ଜିଲ୍ଲା

ମହାନଦୀରେ ପ୍ରବେଶ କରିବ ବନ୍ୟାଜଳ

କଟକ,୨୭।୯(ଏସଏସନିଉଜ)ହୀରାକୁଦ ଜଳଭଣ୍ଡାରର ୨୮ଟି ଗେଟ୍ ଖୋଲାଯାଇଥିବା ଏବଂ ମୁଣ୍ଡଳୀଠାରେ ମହାନଦୀରେ ୮ ଲକ୍ଷ କ୍ୟୁସେକ୍‌ରୁ ଅଧିକ ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ବ୍ୟାପକ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ବନ୍ୟାପ୍ରବଣ ତଳିଆ ଅଞ୍ଚଳ ଏବଂ ନଦୀବନ୍ଧ ନିକଟରେ ବସବାସ କରୁଥିବା ଲୋକଙ୍କୁ ପରିସ୍ଥିତିର ଆକଳନ କରି ଆବଶ୍ୟକସ୍ଥଳେ ନିରାପଦ ଆଶ୍ରୟସ୍ଥଳକୁ […]

କାଲି ୫ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର,୨୫।୯(ଏସଏସନିଉଜ)ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି।ସେଗୁଡିକ ହେଲା କଟକ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା।ଏହି ଜିଲ୍ଲାରେ ଛୁଟି ଘୋଷଣା କଲା ପ୍ରଶାସନ।ଭଦ୍ରକ ଜିଲ୍ଲାର ୭ ବ୍ଲକରେ ୩୯୯ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।

ରାଷ୍ଟ୍ରିୟ ଆୟୁର୍ବେଦ ଦିବସ ପାଳନ

କଟକ,୨୨।୯(ଏସଏସନିଉଜ)ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଅଧୀନସ୍ଥ ଶ୍ରୀ ଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ଆନୁକୂଲ୍ୟରେ ୧୧ତମ ରାଷ୍ଟ୍ରିୟ ଆୟୁର୍ବେଦ ଦିବସ ବୁଧବାର ପାଳିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ତେଜ ପରତାପ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ, ଉତ୍ତମ ନିଦ୍ରା ଆବଶ୍ୟକ ବୋଲି ମତଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବଲ୍ଲଭ କୁମାର ଜୟସିଂହ ଯୋଗଦେଇ ଭବିଷ୍ୟତ ପାଇଁ ଆୟୁର୍ବେଦ ସହ […]

ଓଡ଼ିଆ ଅସ୍ମିତା ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ

ଭୁବନେଶ୍ୱର, ୨୨।୯(ଏସଏସନିଉଜ)ଓଡ଼ିଶାର ଗୌରବମୟ କଳା, ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ, ସଂରକ୍ଷଣ ଓ ନୂଆ ପିଢ଼ି ନିକଟରେ ପହଞ୍ଚାଇବାର ଉଦ୍ଦେଶ୍ୟରେ WOMEN EMPOWERMENT FOUNDATION TRUST ପକ୍ଷରୁ ଆୟୋଜିତ “ଓଡ଼ିଆ ସାଂସ୍କୃତିକ ବ୍ୟକ୍ତିତ୍ୱ ସମ୍ମାନ ଉତ୍ସବ–୨୦୨୬”ରେ ବିଜେପିର ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ର ଯୋଗଦେଇଥିଲେ।ଓଡ଼ିଆ ମାଟିର ସୁଗନ୍ଧ, ଓଡ଼ିଆ ଭାଷାର ମାଧୁର୍ଯ୍ୟ ଏବଂ ଆମ ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଗୌରବକୁ ପ୍ରତିଫଳିତ କରୁଥିବା ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ […]

ଉଦଯାପିତ ହେଲା…

ଭୁବନେଶ୍ୱର,୨୨।୯(ଏସଏସନିଉଜ)ଜାତୀୟ ଶିକ୍ଷକ-ଶିକ୍ଷା ପରିଷଦ (ଏନ.ସି.ଟି.ଇ )ନୂଆଦିଲ୍ଲୀ ଓ ଆନ୍ତଃ ବିଶ୍ୱବିଦ୍ୟାଳୟ ଶିକ୍ଷକ ଶିକ୍ଷା ପରିଷଦ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସହଯୋଗରେ ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା୫ ଦିନ ବ୍ୟାପୀ ଅନୁଭବାତ୍ମକ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ମଙ୍ଗଳବାର ଉଦଯାପିତ ହୋଇଯାଇଛି।୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁଜାତୀୟ ଶିକ୍ଷକ-ଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରାଧ୍ୟାପକ ଦିବ୍ୟଜ୍ୟୋତି ମାହାନ୍ତା ଉଦ୍ଘାଟନ କରିଥିଲେ। ଉଦ୍ ଜାପନୀ ଉସବରେ ବିଦ୍ୟାଭାରତୀ ଉଚ୍ଚ ଶିକ୍ଷା ସଂସ୍ଥାନର ରାଷ୍ଟ୍ରୀୟ ସଂଗଠନ […]

ବାତ୍ୟା ନୁହେଁ ପ୍ରବଳ ବର୍ଷିବ, ୨୩ ତାରିଖ ରାତିରେ ଉପକୂଳ ଛୁଇଁବ

ଭୁବନେଶ୍ୱର,୨୨।୯(ଏସଏସନିଉଜ)ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ତାରିଖ ରାତିରେ ଉପକୂଳ ଛୁଇଁବ ବୋଲି IMD ଡିଜ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି।ବିଶାଖାପାଟଣା ଗୋପାଳପୁର ଭିତରେ ଉପକୂଳ ଅତିକ୍ରମ କରିବ। ଉପକୂଳକୁ ଆସିଲା ବେଳେ ଗଭୀର ଅବପାତର ଗତି କମିଯିବ। ଅଧିକ ସମୟ ଦକ୍ଷିଣ ଓଡ଼ିଶା ଉପକୂଳରେ ରହିବାରୁ ଅଧିକ ବର୍ଷା ହେବ ବୋଲି […]

କେବେ ମିଳିବ ଶ୍ରଦ୍ଧାଞ୍ଜଳିଙ୍କୁ ଚାଉଳ ଓ ଭତା

ଭୁବନେଶ୍ୱର,୧୯ା୯(ଏସଏସନିଉଜ)ସରାକାର ସାଧାରଣ ଲୋକଙ୍କ ପାଇଁ ବହୁବିଧ ଯୋଜନାମାନ ପ୍ରୟଣନ କରୁଛନ୍ତି ।ସାଧାରଣଲୋକ ସେମାନଙ୍କ ମୈାଳିକ ସୁବିଧା ପାଇବାରୁ ଯେପରି ବଂଚିତ ନହେବେ ସେଥିପ୍ରତି ସଜାଗ ରହିବା ପାଇଁ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଉଛନ୍ତି ।ଏହାସତ୍ୱେ ଜଣେ ଭିନ୍ନକ୍ଷମ ଯୁବତୀ ଗତ୩ମାସ ହେବ ସାମାନ୍ୟ ଭତା ଟଙ୍କା ପାଇପାରିନାହିଁ ।ଯାହାକୁନେଇ ପରିବାର ଲୋକ ସରକାରୀ ଅଧିକାରୀମାନଙ୍କୁ ଗୁହାରି କରୁଥିଲେ କାହାର ନୀଦ ଭାଙ୍ଗିନାହିଁ ।ଏହିଭଳି ବିକଳ ଚିତ୍ର ରାଜଧାନୀ ଉପକଣ୍ଠ କଲ୍ୟାଣପୁର ଗ୍ରାମ ପଂଚାୟତର ଗଣ୍ଡରପୁର ଗ୍ରାମରେ ଦେଖିବାକୁ […]

ଓରାଙ୍ଗଓଟାନର ଡାଏଟ୍‌ରେ ସଲିଡ୍ ଫୁଡ୍

ଭୁବନେଶ୍ୱର,୨୦।୯(ଏସଏସନିଉଜ) ବାଲେଶ୍ଵରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା୫ ଓରାଙ୍ଗଓଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଶେଷ କରି ଟେକ୍ନିକାଲ ଟିମ୍ ରବିବାର ଫେରିଛନ୍ତି ।ବୈଷୟିକ କମିଟି ସଦସ୍ୟ ତଥା ଦିଲ୍ଲୀ ଚିଡିଆଖାନାର ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଅଭିଜିତ ଭାୱାଲ ଏବଂ ଡେରାଡୁନ ସ୍ଥିତ ଡବ୍ଲୁଆଇଆଇ ର ବନ୍ୟପ୍ରାଣୀ ଚିକିତ୍ସକ ସନଥ କୃଷ୍ଣ ମୁଲିଆ ଦୁଇଦିନିଆ ଗ୍ରସ୍ତରେ ଆସି ଶାବକମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ, ଚିକିତ୍ସା ଓ ଯତ୍ନ ବ୍ୟବସ୍ଥା ଉପରେ ବିଧିବଦ୍ଧ ଭାବେ ଯାଞ୍ଚ କରିଥିଲେ । ପରବର୍ତ୍ତୀ […]

ସୃଷ୍ଟି ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର,୨୧।୯(ଏସଏସନିଉଜ)ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଚିହ୍ନଟ ହୋଇଛି।ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଦେଖିବାକୁ ମିଳିଛି।ପଶ୍ଚିମ, ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ଘଣ୍ଟାରେ ଅବପାତରେ ପରିଣତ ହେବ।ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବା ନେଇ ସୂଚନା ମିଳିଛି।

ମହିମା ଆଶ୍ରମ ପୀଠରେ ନବାନ୍ନ ମହୋତ୍ସବ

ମେଣ୍ଢାଶାଳ, ୧୬।୯(ଏସଏସନିଉଜ) ଦାରୁଠେଙ୍ଗ ସତ୍ୟ ମହିମା ଗୋବିନ୍ଦ ବାବାଙ୍କ ଗାଦି ପୀଠରେ ମଙ୍ଗଳବାର ଓ ବୁଧବାର ଦିନ ଧରି ନବାନ୍ନ ମହୋତ୍ସବ ପାଳନ କରାଯାଇଛି l ବୁଧବାର ପ୍ରାତଃ ବ୍ରହ୍ମମୁହୂର୍ତ୍ତ ଶରଣ ଦର୍ଶନ ଓ ଜଗତ ଭଗତ ମଙ୍ଗଳ ନିମନ୍ତେ ଶୂନ୍ୟ ବାସି ପ୍ରଭୁଙ୍କୁ ପ୍ରାର୍ଥନା, ବାଲ୍ୟ ଲୀଳା ଅର୍ପଣ ଓ ବିତରଣ ପରେ ନବାନ୍ନ ଭକ୍ଷଣ ଉତ୍ସବ ପାଳନ ହୋଇଥିଲା । ସିଦ୍ଧ ସାଧୁ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବାଙ୍କ ଆଦେଶ କ୍ରମେ ଓ ବ୍ରହ୍ମ […]