ଚିଲକୁ ନୂଆ ଜୀବନ ଦେଲେ ବିଘ୍ନେଶ୍ୱର
ବାରଙ୍ଗ,୨୪।୭(ଏସଏସନିଉଜ) ଆଜିକାଲି ମଣିଷ ମଣିଷକୁ ସାହାଯ୍ୟ କରିବାକୁ କୁଣ୍ଠାବୋଧ କରୁଥିବା ବେଳେ ରାସ୍ତାରେ ଜୀବନ ମରଣ ସହ ସଙ୍ଘର୍ଷ କରୁଥିବା ଏକ ଚିଲକୁ ନୂଆ ଜୀବନ ଦେଇଛନ୍ତି ଯୁବକ।ଯୁବକଙ୍କ ଏହିଭଳି ପ୍ରୟାଶକୁ ସବୁଆଡୁ ପ୍ରଶଂସା ଆସିଛି।ଯୁବକ ଜଣଙ୍କ ହେଉଛନ୍ତି ନନ୍ଦନକାନନ ଥାନା ଅଂଚଳର କଳାଝାରି ଗ୍ରାମର ବିଘ୍ନେଶ୍ୱର ମହାନ୍ତି। ପଦାଶାହି ଗ୍ରାମ ରାସ୍ତା କଡରେ ଏକ ଚିଲ ଅସୁସ୍ଥ ଅବସ୍ଥାରେ ପଡି ଛଟପଟ ହେଉଥିଲା। ଉଡିପାରୁ ନଥିଲା। ଅନେକ ଲୋକ ଦେଖି ସେହି ବାଟରେ ଅଣଦେଖା କରି […]