ଭୁବନେଶ୍ୱର,୧।୯(ଏସଏସନିଉଜ)ଭୁବନେଶ୍ୱର ବ୍ଲକ ବିଡ଼ିଓ ଦେବୀପ୍ରସାଦ ମହାନ୍ତି ମଙ୍ଗଳବାର ଦାଢ଼ା ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଫେରିଛନ୍ତି।ସେ ମରିଚିଆ ଗ୍ରାମକୁ ଯାଇ ପରିଦର୍ଶନ କରି ଗ୍ରାମରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିବ ସେ ନେଇ ତଦାରଖ କରିଥିଲେ। ବିଡ଼ିଓଙ୍କ ସମେତ ବ୍ଲକ ସହକାରୀ ଯନ୍ତ୍ରୀ ନିରଞ୍ଜନ ବିଶ୍ଵାଳ, କନିଷ୍ଠ ଯନ୍ତ୍ରୀ ମଧୁସ୍ମିତା ଧଳ ପ୍ରମୁଖ ଉପସ୍ଥିତ ରହିଥିଲେ। ମରିଚିଆ ଗ୍ରାମର ମଡେଲ ସ୍କୁଲ, ଅଙ୍ଗନବାଡି ଓ ମଡେଲ ଖେଳ ପଡିଆର ଉନ୍ନତିକରଣ କିପରି କାର୍ଯ୍ୟକାରି କରାଯାଇ ପାରିବ ପରିଦର୍ଶନ ସମୟରେ ଅନୁଧ୍ୟାନ କରିଥିଲେ। ସେହିପରି ଦାଢ଼ା ଗ୍ରାମ ପଞ୍ଚାୟତରେ ବିବାହ କଲ୍ୟାଣ ମଣ୍ଡପ ଏବଂ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଆଲୋଚନା କରିଥିଲେ।