Browsing category

ଜିଲ୍ଲା

ଲାଞ୍ଚ ନେବାବେଳେ ଧରାପଡିଲେ ଜେଇ

ଭୁବନେଶ୍ଵର,୧୦।୬(ଏସଏସନିଉଜ)ଚାକିରୀରେ ଯୋଗଦେବାର ଦାନ ଏକ ବର୍ଷ ପୁରିଥିବା ବେଳେ ଲାଞ୍ଚ ନେବାବେଳେ ଧରାପଡିଛନ୍ତି ଭିଜିଲାନ୍ସ ହାତରେ।ସେ ହେଉଛନ୍ତି ଗାଇସିଲେଟ ବ୍ଲକ ଡାଙ୍ଗବାହାଲ ପଞ୍ଚାୟତରେ କନିଷ୍ଠଯନ୍ତ୍ରୀ ସୁସ୍ମିତା ଓରାମ।ମାଡାମଙ୍କ ପାଇଁ ଉପୁରି ନିଶା ମହାଙ୍ଗା ପଡିଛି।ମନରେଗା କାମ ପାଇଁ ହିତାଧିକାରୀଙ୍କ ଠାରୁ ୮୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ।

ଚରିତ୍ର ସନ୍ଦେହରେ ମହିଳାଙ୍କୁ ନିର୍ୟାତନା

ଭୁବନେଶ୍ୱର,୯ା୬(ଏସଏସନିଉଜ)ମହିଳାଜଣଙ୍କ ଗତ ୨୦୨୦ ମସିହାରେ ନୟାଗଡ କୋର୍ଟରେ ଅରବିନ୍ଦନାଏକ ନାମକ ଯୁବକକୁ ବିବାହ କରିଥିଲେ ଏବଂ ତାଙ୍କ ପରିବାର ସହିତ ସେମାନଙ୍କ ଜନ୍ମସ୍ଥାନରେ ରହୁଥିଲେ। ବିବାହର କିଛି ଦିନ ପରେ, ଅଧିକ ଯୌତୁକ ପାଇଁ ଅଭିଯୁକ୍ତ ଏବଂ ତାଙ୍କ ପରିବାର ଦ୍ୱାରା ତାଙ୍କୁ ବାରମ୍ବାର ଶାରୀରିକ ଏବଂ ମାନସିକ ନିର୍ୟାତନା ଦିଆଯାଇଥିଲା। ପରେ, ଦମ୍ପତି ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇ କାର୍ଗିଲବସ୍ତିରେ ରହିଲେ ।ଯେଉଁଠାରେ ଅରବିନ୍ଦ ଚରିତ୍ରକୁ ସନ୍ଦେହ କରି ପୁନର୍ବାର ମହିଳାଙ୍କୁ ନିର୍ୟାତନା ଦେବା ଆରମ୍ଭ କରିଦେଇଥିଲେ […]

ଧର୍ମଗଡ଼ ଉପଜିଲ୍ଲାପାଳ ଗିରଫ

ଭୁବନେଶ୍ୱର,୯ା୬(ଏସଏସନିଉଜ) ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ବିରୁଦ୍ଧରେ ଭିଜିଲାନ୍ସ ପକ୍ଷରୁ କଡ଼ାପଦକ୍ଷେପ ଗ୍ରହଣ କରାଯାଉଛି।ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ୍ ଧୀମନ ଚକମାଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଉପଜିଲ୍ଲାପାଳ ଭିଜିଲାନ୍ସ ଜାଲରେ ଧରା ପଡ଼ିବାସହ ତାଙ୍କ ସରକାରୀ ବାସଭବନରୁ ତଲାସୀ ସମୟରେ ୪୭ ଲକ୍ଷ ଟଙ୍କା ଜବତ କରାଯାଇଛି। ଯାହାର ସେ କୌଣସି ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇପାରି ନାହାନ୍ତିା ଜଣେ ବ୍ୟବସାୟୀଙ୍କ ଅଭିଯୋଗ କ୍ରମେ ଉପଜିଲ୍ଲାପାଳ ୨୦ଲକ୍ଷଟଙ୍କା ଲାଞ୍ଚ ଦାବି କରିଥିଲେ। ଦୁଇଟିକିସ୍ତିରେ ୧୦ଲକ୍ଷ […]

ଏସକର୍ଟ ଗାଡିରେ ଆହତ

ଭୁବନେଶ୍ୱର,୯ା୬(ଏସଏସନିଉଜ) ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁôିରେ ଆୟୋଜିତ ସମନ୍ୱୟ ବୈଠକସାରି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏସକର୍ଟ ନେଇ ଗଞ୍ଜାମ ଫେରୁଥିଲେ ।ଫେରିବା ବାଟରେ ଜଗନ୍ନାଥ ସଡକରେ ପୁରୀ ଅଣ୍ଡାଳସିଂ ମୁଖ୍ୟରାସ୍ତାରେ ଏକ ଟ୍ରକ ସହ ମୋଟର ସାଇକେଲର ଧକ୍କାହୋଇଥିଲା ।ଦୁର୍ଘଟଣାରେ ମୋଟରସାଇକେଲ ଚାଳକ ଆହତ ହୋଇ ରାସ୍ତାରେ ପଡ଼ିଥିବାବେଳେ ସ୍ଥାନୀୟ ଲୋକମାନଙ୍କ ଭୀଡ ମଧ୍ୟ ଲାଗିରହିଥିଲା ।ଭିଡ ଦେଖି ମନ୍ତ୍ରୀ ଅଟକିଯିବାସହ ଘଟଣାସର୍ମ୍ପକରେ ବୁଝିଥିଲେ ।ପରେ ଏସକର୍ଟ ଗାଡିରେ ଆହତଙ୍କୁ ତୁରନ୍ତ ଚିକିସ୍ାପାଇଁ ଡାକ୍ତରଖାନାକୁ […]

ଆଉ ଥରେ କେନ୍ଦ୍ରାପଡ଼ା ଆସିବି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୬(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ାଜିଲ୍ଲା ଗସ୍ତକରି ଜିଲ୍ଲା ପ୍ରଦକ୍ଷଣଗୃହ ସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାର ପ୍ରଶାସନରକାର୍ୟ୍ୟ ବିଷୟରେ ସମୀକ୍ଷା କରିଛନ୍ତି ଓ ଘୋଷଣା କରିଛନ୍ତିଯେ ରାଜ୍ୟସରକାରଙ୍କ ଦ୍ଵିତୀୟବର୍ଷର ଆରମ୍ଭ କେନ୍ଦ୍ରାପଡ଼ାଜିଲ୍ଲାରେ ବିକାଶମୂଳକକାର୍ୟ୍ୟ ଆରମ୍ଭରୁ ହିଁ ହେବ। ସମୀକ୍ଷାରୁ ଜଣାଯାଇଛିଯେ, କେନ୍ଦ୍ରାପଡ଼ାଜିଲ୍ଲାରେ ଜଳସମ୍ପଦର ବିକାଶ ହେବାପାଇଁ ଏବଂ ଏହି ଜିଲାରେ ଶିଳ୍ପର ବିକାଶପାଇଁ ଖୁବଶୀଘ୍ର ପଦକ୍ଷେପ ନିଆଯିବ।କେନ୍ଦ୍ରାପଡ଼ାଅଂଚଳରେ ଥିବା ହେନ୍ତାଳଜଙ୍ଗଲକୁ ଆହୁରି ବ୍ୟାପକ କରିବାପାଇଁ […]

ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ରାଶିକୁ ବୃଦ୍ଧି

ଭୁବନେଶ୍ୱର,୯ା୬(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ପୂର୍ବରୁ ମିଳୁଥିବା ମୃତ୍ୟୁକାଳୀନ ସହାୟତା ରାଶିକୁ ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରେ ସାଧାରଣତଃ ବନ୍ୟଜନ୍ତୁ ଆକ୍ରମଣର ନଜିର ଅଧିକ ରହିଥାଏ। ବନ୍ୟଜନ୍ତୁ ଆକ୍ରମଣରେ ଧନଜୀବନ ନଷ୍ଟ ହୋଇଥାଏ। ଏ ସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଲୋକଙ୍କ ସହାୟତା ରାଶି ବୃଦ୍ଧି କରିଛନ୍ତି। ନିଷ୍ପତ୍ତି ଅନୁଯାୟୀ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି କରାଯିବା ସହିତ ଯଦି […]

ଖୋଲାଖୋଲି ବିକୁଥିଲେ ବ୍ରାଉନ ସୁଗାର

ଜଟଣୀ,୯।୬(ଏସଏସନିଉଜ)ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ଜଟଣୀ ଥାନା ଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଥାନାର ଏକ ସ୍ପେସାଲ ଟିମ୍ ସଦଳବଳେ ଖୁଦୁପୁର ଛକ ନିକଟସ୍ଥ ହୋଟେଲ୍ ଲ୍ୟାଣ୍ଡମାର୍କ ନିକଟରେ ରବିବାର ଅତର୍କିତ ଚଢ଼ଉ କରିବା ସହ ସର୍ବସାଧାରଣରେ ବେଆଇନ ଭାବେ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ଦୁଇଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।ସେମାନେ ହେଲେଶ୍ରୀରାମନଗରରେ ରହୁଥିବା ଟାଙ୍ଗୀ ଜରିପଡାଗ୍ରାମର ରାଜେଶ୍ ମହାପାତ୍ର(୩୦), ନୟାଗଡ଼ ରଣପୁରର ଓମ୍ ପ୍ରକାଶ ରଥ(୨୩)। ଛାନବିନ ସମୟରେ ପୁଲିସ ମୋଟ ୧୨ଗ୍ରାମ […]

ଚର୍ଚ୍ଚାରେ ପଞ୍ଚସଖା ଚାରିଟେବୁଲଟ୍ରଷ୍ଟ

ବାରଙ୍ଗ,୭।୬ (ଏସଏସନିଉଜ)ପଞ୍ଚସଖା ଚାରିଟେବୁଲଟ୍ରଷ୍ଟ ପକ୍ଷରୁ ରବିବାରଦିନ କେନ୍ଦୁପାଟଣା  ଉକ୍ତଳମଣି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବର ଆୟୋଜିତ ହୋଇଥିଲା।ଏହି ଶିବିର ଦିନ ୧୦ଟା ରୁ ଆରମ୍ଭ ହୋଇ ଦିନ ୧ଟାରେ ସରିଥିଲା।ଭୁବନେଶ୍ଵର ଉତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡିନେତା ସୁବାସ ଚନ୍ଦ୍ର ପାତ୍ର ,ଜ୍ଞାନରଞ୍ଜନ ରାଉତ,ବୟୋଜ୍ୟଷ୍ଟ ମୂରବୀ ଅନ୍ତର୍ଯ୍ୟାମୀ କୁଆଁର ,ଭଗବାନ ଜେନା, ନିରଞ୍ଜନ ପରିଡ଼ା, […]

ମା ହେଲା ମୌସୁମୀ

ବାରଙ୍ଗ,୮।୬(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନରେଶନିବାର ରାତିରେ ଦୁଇଟି ପର୍ଯ୍ୟାୟ ରେ ୨ଟି ଛୁଆକୁ ଜନ୍ମ ଦେଇଛି ଧଳା ବାଘୁଣୀ ମୌସୁମୀ।ପ୍ରଥମ ଛ୍ଛୁଆଶନିବାର ରାତି ୯:୧୫ ଏବଂ ଦ୍ଵିତୀୟ ଛୁଆ ରାତି ୧୧:୦୩ ସମୟରେ ଏନକ୍ଲୋଜର ୨୮ବି ରେ ଜନ୍ମ ଦେଇଛି।ଜନ୍ମିତ ଛୁଆ ମଧ୍ୟରୁଗୋଟିଏ ଛୁଆ ସାଧାରଣ ରଙ୍ଗର ଏବଂ ଅନ୍ୟଟି ଧଳାରଙ୍ଗର ବୋଲି ଜଣାପଡିଛି।ମାଆ ସହିତ ଥିବାରୁଜନ୍ମିତ ଛୁଆମାନଙ୍କ ଲିଙ୍ଗ ନିର୍ଣ୍ଣୟ ହୋଇପାରିନାହିଁ।ମା ଛୁଆମନଙ୍କରଯତ୍ନ ନେଇଥିବାର ଜଣାପଡିଛି।୨୭ ଏବଂ ୨୮ ଫେବୃଆରୀ ୨୦୨୫ରେ ମୌସୁମୀ ଏବଂ ସାଧାରଣ ରଙ୍ଗର ବାଘ […]

କେବେ ବଦଳିବ!

କଟକ, ୭।୬(ଏସଏସନିଉଜ) କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀର ନରାଜମାର୍ଥାପୁର ରେଳଷ୍ଟେସନ ସର୍ବପୁରାତନ ରେଳଷ୍ଟେସନ ଭାବରେ ପରିଚିତ। ଏହି ନରାଜ ମାର୍ଥାପୁର ରେଳଷ୍ଟେସନରେ ପାସେଞ୍ଜର ହଲ୍ଟ (ପିଏଚ) ରହିଛି। ଏଠାରେ ପ୍ରତ୍ୟେକଦିନ ପ୍ରାୟ ୭ଟି ପାସେଞ୍ଜର ଟ୍ରେନ ରହଣି କରୁଛି। ଉକ୍ତ ଷ୍ଟେସନରେ ଜଣେ ଠିକାକର୍ମଚାରୀ ଟିକଟ ବିକ୍ରି କରୁଛନ୍ତି। ଯାହାଫଳରେ ଯାତ୍ରୀମାନଙ୍କମୌଳିକସୁବିଧା ଉପଲବ୍ଧ କରିପାରୁନି। ସର୍ବସାଧାରଣଙ୍କ ପାଇଁ କରାଯାଇଥିବା ଶୈଚାଳୟରେ ତାଲା ପକାଯାଇଛି। ରେଳବିଭାଗର ଅବହେଳା ପାଇଁ ଏଭଳି ଏକ ବିକଳ ଚିତ୍ର ଏଠାରେ ଦେଖିବାକୁ […]