ମହାନଦୀର ଗଭୀରଜଳରେ ବିଦ୍ୟୁତ ମରାମତି

କଟକ,୧୧ା୭(ଏସଏସନିଉଜ) ମୁଣ୍ଡଳୀଠାରେ ମହାନଦୀ ଭିତରେ ଥିବା ଏହି ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତଖୁଣ୍ଟରେ ଲାଗିଥିବା ଲାଇନ ଇନସୁଲେଟରରେ ତ୍ରୁଟି ଦେଖାଯାଇଥିବାରୁ ଗୁରୁବାରଠାରୁ ବିଦୁ୍ୟତ ଯୋଗାଣରେ ବାଧାପ୍ରାପ୍ତ ଦେଖାଦେଇଥିଲା ।ଶୁକ୍ରବାର ଦିନ ଏନଡିଆରଏଫର ସହାୟତାରେ ବିଦୁ୍ୟତବିଭାଗ କର୍ମଚାରୀମାନେ ମହାନଦୀର ଗଭୀର ଜଳାଶୟରେ ମରାମତି କାର୍ଯ୍ୟ କରିଛନ୍ତି ।
ପ୍ରକାସଯେ,ଗୁରୁବାରଦିନ ବାରିପଦାରୁ ଭୁବନେଶ୍ୱର ଆସିଥିବା ୪୦୦କେଭି ବିଦ୍ୟୁତଲାଇନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ।
ମହାନଦୀ ଭିତରେ ଥିବା ଏହି ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତଖୁଣ୍ଟରେ ଲାଗିଥିବା ଲାଇନ ଇନସୁଲେଟରରେ ତ୍ରୁଟି ଦେଖାଦେଇଥିବାର ସୁଚନା ପାୱାର ଗ୍ରୀଡ୍ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ଼ (ପିଜିସିଆଇଏଲ) ଅଧିକାରୀ ପାଇଥିଲେ ।ରାତିହୋଇଯିବାସହ ମହାନଦୀରେ ଜଳସ୍ତର ଅଧିକ ରହିଥିବାରୁ ଏହାକୁ ମରାମତି କରାଯାଇପାରିନଥିଲା ।ଯାହାଫଳରେ ବିଦୁ୍ୟତ ଯୋଗାଣରେ ବାଧାପ୍ରାପ୍ତ ଦେଖାଦେଇଥିଲା ।ଆଜି ସକାଳୁ ଏନଡିଆରଏଫର ଏକ ଟିମ୍ ସହାୟତାରେ ବିଦ୍ୟୁତ କର୍ମଚାରୀମାନେ ମହାନଦୀର ଗଭୀର ଜଳାଶୟ ମଧ୍ୟକୁ ଯାଇ ପ୍ରଭାବିତ ହୋଇଥିବା ବିଦ୍ୟୁତଖୁଣ୍ଟରେ ମରାମତି କରିଥିଲେ । ଏନଡିଆରଏଫ ଡେପୁଟି କମାଣ୍ଡାଣ୍ଟ ପ୍ରବୀଣ ଚୌହାନଙ୍କ ନେତୃତ୍ୱରେ ଏକ ଟିମ୍ ବିଭିନ୍ନ ଉପକରଣ ସହ ସେଠାରେ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍ ବାରିପଦା ଏବଂ ଡ଼ୁବୁରୀରୁ ଦୁଇଟି ସର୍କିଟ ଦେଇ ଭୁବନେଶ୍ୱର ଆସିଥାଏ। ଗୋଟିଏ ସର୍କିଟରେ ଲାଇନ୍ ଇନସୁଲେଟରରେ ତ୍ରୁଟି ଯୋଗୁଁ ଗତକାଲିଠାରୁ ବିଦ୍ୟୁତ ଯୋଗାଯୋଗ ପ୍ରଭାବିତ ହୋଇଥିଲା। ଯଦି ଏହାକୁ ମରାମତି କରାଯାଇନଥାନ୍ତା ତେବେ ଅଧା ଭୁବନେଶ୍ୱର ଅନ୍ଧାର ହୋଇଯାଇଥାଆନ୍ତାବୋଲି ଜଣାପଡିଛି ।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

Comments (0)
Add Comment