ସରଳ ହେଲା CGD ଅନୁମୋଦନ ପ୍ରକ୍ରିୟା

ଭୁବନେଶ୍ୱର,୨୫।୩(ଏସଏସନିଉଜ)PNG ସଂଯୋଗକୁ ତ୍ବରାନ୍ବିତ ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି।ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପର ଅନୁମୋଦନ ପ୍ରକ୍ରିୟା ସରଳ କରିବାକୁ ନିର୍ଦ୍ଦେଶନାମା ରହିଛି।ଭୂତଳ ପାଇପ ଲାଇନ୍ ବିଛାଇବା ପାଇଁ କୌଣସି ଫି’ ଆଦାୟ କରାଯିବନି।ଏଥିସହ ଚାଲୁ ରହିଥିବା କିମ୍ବା ପୂର୍ବ ମଞ୍ଜୁରପ୍ରାପ୍ତ କାର୍ଯ୍ୟ ପାଇଁ ଅନୁମତି ଅନାବଶ୍ୟକ।ଏହାଦ୍ବାରା ପ୍ରଶାସନିକ ବିଳମ୍ବ ଦୂର ହେବ, ପ୍ରକଳ୍ପ କାର୍ଯ୍ୟ ଜାରି ରହିବ।ସିଜିଡି କାମକୁ ବାଧାମୁକ୍ତ କରିବାକୁ ରାସ୍ତା ଖୋଳିବା କଟକଣା ମଧ୍ୟ କୋହଳ କରାଯାଇଛି।ଏହି ସବୁ ପଦକ୍ଷେପ ଜୁନ୍ ୩୦ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Comments (0)
Add Comment