କରୋନା ଭିତରେ କଳସଯାତ୍ରା

ଖବର ଆଜିରତାରିଖ ୦୬--୦୫-୨୦୨୧/ ଗୁରୁବାର

୧-ଦେଶରେ ଆସିବ କରୋନାର ତୃତୀୟ ଲହର, ସତର୍କ କରାଇଲେ ସରକାର, ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ .
୨-ନୂଆ ଷ୍ଟ୍ରେନକୁ ରୋକିବା ପାଇଁ ଭ୍ୟାକ୍ସିନର ଅପଡେଟ ଦରକାର । କେନ୍ଦ୍ର ସରକାରଙ୍କ ପରାମର୍ଶଦାତାଙ୍କ ସୂଚନା ।
୩-ଆସନ୍ତା ୩ ଦିନରେ ରାଜ୍ୟଗୁଡିକୁ ଦିଆଯିବ ୩୬ ଲକ୍ଷରୁ ଅଧିକ ଟିକା ।
୪-ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ ।
୫-ପଶ୍ଚିମବଙ୍ଗରେ ଟିଏମସିର ରାଜନୈତିକ ହିଂସା ବିରୋଧରେ ବିଜେପି ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ
୬-ଆନ୍ଧ୍ର ଓ ତେଲଙ୍ଗାନା ଫେରନ୍ତା ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଡାକଡି ।
୭-ଆନ୍ଧ୍ର ସରକାରଙ୍କ ବଡ ଘୋଷଣା । ପ୍ଲାଜମା ଦାନ କଲେ ମିଳିବ ୫ ହଜାର ଓ କୋଭିଡରେ ପ୍ରାଣ ହରାଇଲେ ପରିବାର ଲୋକଙ୍କୁ ମିଳିବ ୧୫ ହଜାର ଟଙ୍କା ।
୮-କ୍ଷମତାକୁ ଫେରୁ ଫେରୁ ଆକ୍ସନ ମୋଡରେ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଡିଜିପି-ଏଡିଜିଙ୍କ ବଦଳି, ଲାଗୁ ହେଲା କଡା କଟକଣା ।
୯-ଖଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତା ।
୧୦-ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା; ମରାଠାଙ୍କ ପାଇଁ ୧୬% ସଂରକ୍ଷଣ ନିଷ୍ପତ୍ତି ଖାରଜ ।
୧୧-୬ ମାସ ପାଇଁ ୫ଜି ଟେକ୍ନୋଲୋଜି ପରୀକ୍ଷାକୁ ଅନୁମତି ଦେଲା ଦୂରସଞ୍ଚାର ମନ୍ତ୍ରାଳୟ ।
୧୨-ଖୁବ୍ ଶୀଘ୍ର ଆସିବାକୁ ଯାଉଛି କୌନ୍ ବନେଗା କରୋଡପତି ସିଜିନ୍‌-୧୩ .
୧୩-ବାହାଘର ଓ ଅନ୍ତ୍ୟେଷ୍ଟି ପାଇଁ ଆଉ ଥାନାକୁ ଯିବାକୁ ପଡିବନି, ୧୦୦କୁ ଡାଏଲ କଲେ ମିଳିବ ଅନୁମତି।
୧୪-କରୋନା ଭିତରେ କଳସଯାତ୍ରା । ଚମକାଇଦେଲା ଅହମ୍ମଦାବାଦର ଦୃଶ୍ୟ, ଯାତ୍ରାରେ ସାମିଲ ହେଲେ ହଜାର ହଜାର ମହିଳା ।
୧୫-ପେନସନଧାରୀଙ୍କୁ ଆଶ୍ୱସ୍ତି : ଲାଇଫ୍ ସାର୍ଟିଫିକେଟ୍ ଦାଖଲ ଅବଧି ଆଉ ୩ମାସ ବଢ଼ିଲା ।
୧୬-ଟେଷ୍ଟ କ୍ୟାରିୟରର ବେଷ୍ଟ ରାଙ୍କିଙ୍ଗରେ ପହଞ୍ଚିଲେ ଋଷଭ ପନ୍ତ, ବାବର ଆଜମଙ୍କୁ ପଛରେ ପକାଇଲେ ।
୧୭-ମଜବୁତ ହେବ ବାୟୁସେନା : ଫ୍ରାନ୍ସରୁ ଭାରତ ଆସୁଛି ଆଉ ୩ଟି ଲଢୁଆ ବିମାନ ରାଫେଲ ।
୧୮-ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ସଂକ୍ରମିତମାନଙ୍କ ସଂଖ୍ୟା ଶୀଘ୍ର ହ୍ରାସ ପାଇବାର ସୂଚନା ମିଳିଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍‍ ଅଗ୍ରୱାଲ୍‍ .
୧୯-ସର୍ବାଧିକ କରୋନା ପ୍ରଭାବିତ ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ସଂକ୍ରମଣ କମୁଥିବା ବେଳେ କର୍ଣ୍ଣାଟକ, ପଶ୍ଚିମବଙ୍ଗ ଏବଂ ବିହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା .ଶୁଭ ସକାଳ,ସୁପ୍ରଭାତ

Comments (0)
Add Comment