କୋଭିଡ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ଥାୟୀ ନିଯୁକ୍ତି ଦାବୀରେ ବିକ୍ଷୋଭ

ଭୁବନେଶ୍ୱର,୨୦/୨(ଏସଏସନିୟୁଜ) କୋଭିଡ କେୟାର ହୋମରେ ଓଡ଼ିଶାର ଜନସାଧାରଣ ଙ୍କୁ ଦିନରାତି ସେବା ଯୋଗାଇ ଦେଇଥିବା ଏ ଏନ ଏମ ସ୍ଵାସ୍ଥ୍ୟ କର୍ମୀ ମାନେ ଆଜକୁ ୯୧ ଦିନ ଧରି ପ୍ରଚଣ୍ଡ ଶୀତ କାକର ରେ ପୂର୍ଣ୍ଣ ସ୍ଥାୟୀ ନିଯୁକ୍ତି ଦାବୀରେ ଧାରଣାରେ ବସିଛନ୍ତି କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଆମ୍ଭମାନଙ୍କ ନିଯୁକ୍ତି ବିଷୟରେ କୋୖଣସି ଠୋସ ପଦକ୍ଷେପ ନେଇନାହାନ୍ତି। ସି ଆଇ ଟି ୟୁ ଓଡିଶା ରାଜ୍ୟ ସଭାପତି ଓ ଏ ଏନ ଏମ ମାନଙ୍କ ପ୍ରତିନିଧିମାନେରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଙ୍କ ସହିତ ଦୁଇ ଦୁଇଥର ଆଲୋଚନା କରିଥିଲେ ମଧ୍ୟ ଆମର କୌଣସି ଦାବୀ ଏପର୍ଯ୍ୟନ୍ତ ସରକାର ପୁରଣ ନକରିଥିବାରୁ ଆଜି ସହ ସହ ସଂଖ୍ୟାରେ ମହିଳା ସ୍ୱାସ୍ଥ୍ୟ କର୍ମୀମାନେ ସିଟୁ ଭୁବନେଶ୍ୱର ନେତା ତଥା ବିଶିଷ୍ଟ ମାନବାଧିକାର କର୍ମୀ ଶ୍ରୀ ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ଲୋୟର ପି ଏମ ଜି ଛକ ରେ ଏକ ବିଶାଳ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତିନିମାସ ଧରି ମହିଳା କୋଭିଡ ଯୋଦ୍ଧା ମାନେ ଧାରଣାରେ ବସିଛନ୍ତି ମାତ୍ର ସରକାର ଙ୍କ ନିଦ୍ରା ଭାଙ୍ଗୁ ନଥିବାରୁ ଶ୍ରୀ ନାୟକ ତୀବ୍ର ନିନ୍ଦାକରି କହିଥିଲେ ଯେ ଯେପର୍ଯ୍ୟନ୍ତ ସରକାର ବେକାର ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ନିଯୁକ୍ତି ନଦେଇଛନ୍ତି ସେପର୍ଯ୍ୟନ୍ତ ଏ ଲଢେଇ ଗଣତାନ୍ତ୍ରିକ ଓ ଶାନ୍ତି ପୂର୍ଣ୍ଣ ଭାବରେ ଚାଲିବବୋଲି କହିଥିଲେ ।
ଏ ସି ପି ଶ୍ରୀ ମାନସ ରଞ୍ଜନ ଘଡେ଼ଇ ଆସେମ୍ବଲି ଛୁଟି ଦିନ ଥିବାରୁ ରାଜ୍ୟ ମନ୍ତ୍ରୀ ଭୁବନେଶ୍ୱର ବାହାରେ ଅଛନ୍ତି ବୋଲି ଖବର ଦେଇଛନ୍ତି ଓ ଆସନ୍ତା ସୋମବାର ଦିନ ଏ ଏନ ଏମ ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ପ୍ରତିଶୃତି ଦେଇଥିଲେ ଓ ଦାବିପତ୍ର ନେଇଥିଲେ।
ଦାବୀପୁରଣ ନହେଲେ ଆସନ୍ତା ୨୪ ତାରିଖ ଦିନ ବଡଧରଣର ବିକ୍ଷୋଭ ପ୍ରଦର୍ଶନ କରିବା କୁ ଆହ୍ୱାନ ଦେଇଥିଲେ ରାଜ୍ୟ କୋଭିଡ କେୟାର ସ୍ୱାସ୍ଥ୍ୟକର୍ମୀ ସଙ୍ଘ, (ଉଓଞଟ) ର ଦୀପ୍ତିମୟୀ ଦୀପ, ଶୈଳ ଜେନା, ସ୍ଵର୍ଣପ୍ରଭା ସ୍ୱାଇଁ, ଲଷ୍ମୀପ୍ରିୟା ସେଠି ଓ ମଧୁସ୍ମିତା ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ ।

Comments (0)
Add Comment