ମେଣ୍ଢାଶାଳ,୮।୫(ଏସଏସନିଉଜ)ଗୁରୁବାର ରାତିରେ ପଥଚାରୀମାନଙ୍କୁ କଟୁରୀ ଓ ଚାପଡ଼ ଦେଖାଇ ମାରିଦେବାକୁ ଭୟ ଦେଇ ଦାଦା ଚାନ୍ଦା ଆଦାୟ କରିବା ଅଭିଯୋଗରେ ଚନ୍ଦକାଥାନା ପୋଲିସ ୩ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।ସିଏ ହେଲେ ଚନ୍ଦକାଥାନା ଅଧୀନସ୍ଥ ଦାରୁଠେଙ୍ଗଗ୍ରାମର ସନ୍ତୋଷ ପାହାଡସିଂ ଓରଫ ଖୋବା ଓ ଗୋବିନ୍ଦସାହୁ,ବାରଙ୍ଗଥାନା ଅଧୀନସ୍ଥ ତ୍ରିଶୁଲିଆ ଗ୍ରାମର ସନ୍ତୋଷ ସାମଲ।ସେମାନଙ୍କଠାରୁ ପୋଲିସ ୧କଟୁରୀ ଓ ୨ଚାପଡ ଜବତ କରିଛି।
ପ୍ରକାଶଯେ,ଗୁରୁବାରରାତିରେ ଖୋବା,ଗୋବିନ୍ଦ ଓ ସନ୍ତୋଷ ପଥଚାରୀ ଏବଂ ସ୍ଥାନୀୟବ୍ୟବସାୟୀମାନଙ୍କୁ ମାରଣାସ୍ତ୍ର ଦେଖାଇ ବେଆଇନଭାବେ ସୀତାରାମ ବଜାର ମୁଣ୍ଡିଆପାଖରେ ଦାଦାବଟି ଆଦାୟ କରୁଥିଲେ।ଏହିଖବର ଚନ୍ଦକା ଆଇ ଆଇସି ସମିତାମିଶ୍ରଙ୍କ ପାଖରେ ପହଞ୍ଚିଥିଲା।ଆଇଆଇସିଙ୍କ ନିର୍ଦ୍ଦେଶ ମୁତାବକ ପୋଲିସର ଏକଦଳ ଆସି ଘଟଣାର ଅନୁଧ୍ୟାନ କରିବାବେଳେ ବାରଙ୍ଗ- ଚନ୍ଦକାର ୨୦୦ ଫୁଟିଆରାସ୍ତାରେ ସେମାନଙ୍କୁ ଠାବ କରିବାସହ ଗିରଫ କରିଥିଲା।ସେମାନଙ୍କଠାରୁ ପୋଲିସ କଟୁରୀ ଓ ଚାପଡ଼ ଜବତକରି ୨୪୯/୨୫କେସ ନମ୍ୱରରେ ଏକ ମକଦ୍ଦମା ରୁଜୁକରି ଶୁକ୍ରବାର କୋର୍ଟଚାଲାଣ କରିଛି।(ପଦ୍ମଚରଣବଡ଼ଜେନାଙ୍କ ରିପୋର୍ଟ)