ଡେଲାଙ୍ଗରେ ପୁଲିସର ପ୍ଳାର୍ଗ ମାର୍ଚ୍ଚ

ଡେଲାଙ୍ଗ୮/୪(ଏସଏସନିୟୁଜ)ଆଉ ଦିନ କେଇଟା ପରେ ପିପିଲି ରେ ହେବ ଉପନିର୍ବାଚନ । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ନିର୍ବାଚନମଣ୍ଡଳୀ ଅଂଚଳ । ଉପନିର୍ବାଚନକୁ ନିରପେକ୍ଷ ସହ ସ୍ୱଚ୍ଛ ମତଦାନ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭକରାଯାଇଛି ।ଆଜି ଡେଲାଙ୍ଗର ଘନିପୁର ଓ ସାଉରିଆ ଗ୍ରାମ ପଞ୍ଚାୟତର କୁଆପଦା ଓ ଘୋରଡିଆ ଗ୍ରାମରେ ପୋଲିସ ପକ୍ଷରୁ ପ୍ଳାର୍ଗମାର୍ଚ୍ଚ କରାଯାଇ ରାସ୍ତା ଉପରେ ବେଆଇନ ବ୍ୟାନର ଓ ହୋଡିଂ ଗୁଡିକ ଖୋଲା ଯାଇ ଜନସାଧାରଣଙ୍କୁ ସଚେତନତା କରାଯାଇଥିବାର ଦେଖିବାକୁ ମିଳିଛି ।ଏହାସହ ଇନ୍ଦିପୁର, କଲ୍ୟାଣପୁର, ତିରିମଲ୍ଲ , ହରିରାଜପୁର ଆଦି ଛକ ମାନଙ୍କରେ ପୁଲିସ ପକ୍ଷରୁ ନାକାବନ୍ଦି କରାଯାଇ ସମସ୍ତ ଗାଡି ମଟର ଚେକିଂ କରାଯାଇଛି ।

 

Comments (0)
Add Comment