ଫେବ୍ରୁଆରି ୮ରୁ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା

ଖବର ଆଜିର,ତାରିଖ ୦୨-୦୨-୨୦୨୧ ମଙ୍ଗଳବାର
୧-କୋରାପୁଟରେ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା  ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
୨-ବରଗଡ : ବରାହଗୁଡାରେ ଜଣେ ବ୍ୟବସାୟୀଙ୍କୁ କିଛି ଦୁର୍ବୁତ୍ତ ଆକ୍ରମଣକରି ତାଙ୍କ ଠାରୁ ୧୧ ଳକ୍ଷ ୧୮ ହଜାର ଟଙ୍କା ଲୁଟିନେଇଥିବା ସୂଚନା ମିଳିଛି ।
୩-ଫେବ୍ରୁଆରି ୮ରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ।
୧୮ରୁ ବିଧାନସଭା ଅଧିବେଶନ, ୨୨ରେ ରାଜ୍ୟ ବଜେଟ୍ ।
୧-ଜିଲ୍ଲା ଆଇନ ସେବା ପ୍ରାଧିକରଣ ବୈଠକରେ ନିଷ୍ପତ୍ତି; ପରୀ ପରିବାରକୁ ମିଳିବ ୯ ଲକ୍ଷ ଟଙ୍କା ।
୩-ପାର୍ଲାମେଣ୍ଟରେ ସୋମବାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୪-ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଲାଗି ଆସନ୍ତା ୬ ତାରିଖରୁ ଫର୍ମ ଫିଲପ୍ ଆରମ୍ଭ।
୫-ଅଗ୍ନିଶମ ଡିଜି ଡକ୍ଟର ସତ୍ୟଜିତ ମହାନ୍ତିଙ୍କୁ ନୂଆ ଦାୟିତ୍ୱ । ଓଡ଼ିଶା ପବ୍ଲିକ୍ ସର୍ଭିସ କମିସନରେ ଅଧ୍ୟକ୍ଷ ଭାବେ ମିଳିଲା ନିଯୁକ୍ତି ।
୬-ପୁଣି ଜୋର ଧରିବ କୃଷକ ଆନ୍ଦୋଳନ ! କିଷାନ ମୋର୍ଚ୍ଚାର ଫେବୃଆରୀ ୬ରେ ଦେଶବ୍ୟାପୀ ଚକା ଜାମ ଘୋଷଣା ।
୭-କୃଷି ଆନ୍ଦୋଳନକୁ ନେଇ ମିଥ୍ୟା ଓ ଉସୁକାଇବା ପରି ପୋଷ୍ଟ୍ କରୁଥିବା ୨୫୦ ଟ୍ବିଟର୍ ଆକାଉଣ୍ଟ୍‌କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର ।
୮-ଦିବ୍ୟାଙ୍ଗ ତାଲିମ କେନ୍ଦ୍ରରେ ଯୁବତୀଙ୍କୁ ଯୌନ ନିର୍ଯାତନା ଘଟଣା: ମୁଖ୍ୟ ଅଭିଯୁକ୍ତର ସହଯୋଗୀ ମଧୁ ମଞ୍ଜରୀ ଗିରଫ ।
୯-ବଜେଟ୍ ଘୋଷଣା ପରେ ଷ୍ଟକ ବଜାରରେ ଉତ୍ସାହ, ସେନସେକ୍ସ ୨୩୧୫ ପଏଣ୍ଟ ବୃଦ୍ଧି ।
୧୦-ରାକେଶକୁ ୩ ଦିନିଆ ରିମଣ୍ଡରେ ନେବ ଯାଜପୁର ପୁଲିସ, ଝରାଫୁଲ ମୃତ୍ୟୁ ସହିତ ଜଡ଼ିତ ଅନେକ ପ୍ରଶ୍ନର ଉତ୍ତର ରାକେଶ ଠାରୁ ଜାଣିବାକୁ କରିବ ଉଦ୍ୟମ ।
୧୧-ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ । ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଲେଫଟନାଣ୍ଟ ଜେନେରାଲ୍ ଚଣ୍ଡୀ ପ୍ରସାଦ ମହାନ୍ତି ।
୧୨-କଟକ ତୁଳସୀପୁରର ସନ୍ ହସ୍ପିଟାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ।
୧୩-ଖୁସି ଖବର: ଗ୍ରୀନ ଜୋନରେ ଓଡିଶା । ରାଜ୍ୟରେ ହଜାରେ ତଳେ କୋଭିଡ ସକ୍ରିୟ ସଂଖ୍ୟା ।
୧୪-ମିଆଁମାରରେ ରାଜନୈତିକ ଅସ୍ଥିରତା । ଦେଶର ସର୍ବୋଚ୍ଚ ନେତା ଆଙ୍ଗ ସାନ ସୁଙ୍କ ସମେତ ବରିଷ୍ଠ ନେତା ଗିରଫ । ଶାସନ ଡୋର ନିଜ ହାତକୁ ନେଲା ସେନା ।
୧୫-ଚାଷୀନେତା ରାକେଶ ଟିକାୟତଙ୍କ ବୟାନ : ‘ସରକାର ସମାଧାନର ରାସ୍ତା ବାହାର କରନ୍ତୁ, ଆମେ ଆଲୋଚନା ପାଇଁ ପ୍ରସ୍ତୁତ’ । ଶୁଭ ସକାଳ,ସୁପ୍ରଭାତ ।

Comments (0)
Add Comment