ଫ୍ରାନ୍ସ ବିରୋଧୀ ହିଂସାରେ ଜଳୁଛି ପାକିସ୍ତାନ

ଆଜିର ଖବର,ତାରିଖ–୧୭ ଏପ୍ରିଲ ୨୦୨୧(ଶନିବାର)ଆଜି ବିଶ୍ୱ ହେମୋଫିଲିଆ ଦିବସ, ଶୁଭସକାଳ

୧. ଅନ୍ତଃରାଜ୍ୟ ବସ୍ ସେବା ବାତିଲ କଲେ ସରକାର; ରାଜ୍ୟ ଭିତରେ ବସ୍ ସେବା ଜାରି ରହିବ: ପରିବହନ ମନ୍ତ୍ରୀ ।
୨. ପୁଲିସ ବିଭାଗର ଅଜବ ନୀତି: ୪ ବର୍ଷ ଡିଏସ୍‌ପି ପାହ୍ୟାରେ ରହିବା ପରେ ଏବେ ଇନ୍‌ସପେକ୍ଟର ।
୩. ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ବାର୍ଷିକ ପରୀକ୍ଷା ପଞ୍ଜିକା ପ୍ରକାଶିତ ହୋଇଛି । ୧୭ଟି ନିଯୁକ୍ତି ପରୀକ୍ଷାର ଏକ ତାଲିକା ପ୍ରସ୍ତୁତ କରାଯାଇ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଓପିଏସ୍‌ସି ୱେବସାଇଟ୍ opsc.gov.in ରେ ପ୍ରକାଶ କରାଯାଇଛି ।
୪. ଉତ୍କଳର ୪ କର୍ମଚାରୀ କରୋନା ଆକ୍ରାନ୍ତ ।
୫. ଦିନକରେ ୩୧୧ ପଜିଟିଭ୍, ୧୨୪ ସୁସ୍ଥ; ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨ହଜାର ନିକଟତର ।
୬. ମହାକୁମ୍ଭମେଳାରେ କରୋନା ପ୍ରକୋପ: ୬୮ ସା‌ଧୁ ସଂକ୍ରମିତ, ୧୦ ଜଣଙ୍କ ମୃତ୍ୟୁ ।
୭. ରାଜ୍ୟରେ ଟିକାକରଣ ବଢ଼ି ଚାଲିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବରିଷ୍ଠ ନାଗରିକ, ସ୍ବାସ୍ଥ୍ୟକର୍ମୀ ଓ କୋଭିଡ଼ ଯୋଦ୍ଧାଙ୍କୁ ମିଶାଇ ରାଜ୍ୟରେ ୪୯ଲକ୍ଷ ୧ହଜାର ୯୭୫ ସଂଖ୍ୟକ ଟିକାକରଣ ହୋଇଛି ।
୮. ସାପ୍ତାହିକ ବନ୍ଦ ବେଳେ କୋଭିଡ୍ ଟିକାକରଣ ବନ୍ଦ ।
୯. ଦେଶର ପ୍ରମୁଖ ଆଲୁମିନା ଏବଂ ଆଲୁମିନିୟମ୍ ଉତ୍ପାଦନ ଓ ରପ୍ତାନିକାରୀ ନବରତ୍ନ ଉଦ୍ୟୋଗ ନାଲକୋକୁ ଓଡ଼ିଶା ସରକାର ଉତ୍କଳ-ଇ କୋଇଲା ଖଣି ପାଇଁ ଖଣି ଲିଜ୍ ମଞ୍ଜୁର କରିଛନ୍ତି ।
୧୦. ସ୍ୱରେଜ ଟ୍ରାଜେଡିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ ।
୧୧. ଆଜି କେବଳ ବଡ଼ ଡାକ୍ତରଖାନାରେ ଟିକାଦାନ ; କଟକ ।
୧୨. ଛତିଶଗଡ଼ରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଥିବାରୁ ଏହି ରାଜ୍ୟରୁ ରେଳ ଚଳାଚଳ ବନ୍ଦ ପାଇଁ ପୁଣି ଥରେ ଅନୁରୋଧ କରିଛନ୍ତି ଓଡ଼ିଶା ସରକାର ।
୧୩. ଆଇଏସ୍‌ସିଇ ଦଶମ, ଦ୍ବାଦଶ ପରୀକ୍ଷା ସ୍ଥଗିତ ।
୧୪. ଆଉ ତିନି ପରୀକ୍ଷାଗାରକୁ କୋଭାକ୍ସିନ ପ୍ରସ୍ତୁତି ଅନୁମତି । ମେ-ଜୁନ୍ ମାସସୁଦ୍ଧା କୋଭାକ୍ସିନ ଟିକାର ଉତ୍ପାଦନ ଦ୍ବିଗୁଣିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
୧୫. ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଡାକ୍ତରଖାନାରେ ବ୍ୟବହାର ଲାଗି ଆବଶ୍ୟକ ଅମ୍ଳଜାନର ଉତ୍ପାଦନ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦେଶ ଦେଇଛନ୍ତି ।
୧୬. କରୋନାର ଦ୍ଵିତୀୟ ଲହରକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନର କଡା ପଦକ୍ଷେପ , ୧୭ ତାରିଖରୁ ନାଇଟ କର୍ଫ୍ୟୁ ।
୧୮. କୋଲକାତା: ମତଦାନର ୨୪ ଘଣ୍ଟା ପୂର୍ବରୁ ନୁହେଁ ଏବେଠୁ ୭୨ ଘଣ୍ଟା ପୂର୍ବରୁ ବନ୍ଦ ହେବ ପ୍ରଚାର କାର୍ଯ୍ୟ । ରାଜନୈତିକ ଦଳ ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ମଧ୍ୟରେ କୌଣସି ପ୍ରକାରର ବୈଠକ କିମ୍ବା ରାଲି କରିପାରିବେ ନାହିଁ ।
୧୯. ଚଳିତ ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣରେ ଶୁକ୍ରବାର ଅଷ୍ଟମ ମ୍ୟାଚ୍ ଏଠାକାର ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ବେଳେ ଏଥିରେ ଚେନ୍ନାଇ ସୁପର୍ କିଙ୍ଗ୍‌ସ ଜବରଦସ୍ତ ବିଜୟ ହାସଲ କରିଛି ।
୨୦. ଉତ୍ତରପ୍ରଦେଶରେ ମାସ୍କ ନିୟମ ଉଲଂଘନ କଲେ ପଡିବ ମହଙ୍ଗା । ଦ୍ୱିତୀୟ ଥର ନିୟମ ଉଲଂଘନ କଲେ ଗଣିବାକୁ ପଡିବ ୧୦ ହଜାର ତଣ୍ଡ ।
୨୧. ଶନି , ରବିବାର ଶ୍ରୀମନ୍ଦିର ବନ୍ଦ ।
୨୨. ଓଡିଶାରେ ଏବର୍ଷ କମ୍ ମୌସୁମୀ ବର୍ଷା ।
୨୩. କରୋନା ବିଗାଡିଲା ପରୀକ୍ଷା ; ୧୯ ରୁ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ।
୨୪. ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୧୭,୩୫୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
୨୫. ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩,୧୦୮ ନୂଆ କରୋନା ଚିହ୍ନଟ ହୋଇଛନ୍ତି ।
୨୬. ସମସ୍ତ କ୍ରୀଡା ଛାତ୍ରାବାସ ୧୯ ରୁ ବନ୍ଦ ।
୨୭. ଆଜି ବିଶ୍ୱ ହେମୋଫିଲିଆ ଦିବସ ।
୨୮.କରୋନା ପାଇଁ ସ୍କୁଲ ବନ୍ଦ , ଅଙ୍ଗନଓ୍ବାଡି ଖୋଲା ।
୨୯. ଆଜି ମୁମ୍ବାଇ ଓ ହାଇଦ୍ରାବାଦ ସାମ୍ନାସାମ୍ନି ।
୩୦. ସେନସେକ୍ସ୍ ୨୬୦ ପଏଣ୍ଟ ଉଠିଲା ଓ ସୁନାଦର ୪୭ ହଜାର ନିକଟତର ।
-କୋଭିଡ୍ ନିୟମ ମାନିବା ସହ ନିୟମିତ ମାସ୍କ ପିନ୍ଧି କରୋନାକୁ ଘରେ ପଶିବାକୁ ଦିଅନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ।
-ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଡାକ୍ତରଖାନାରେ ବ୍ୟବହାର ଲାଗି ଆବଶ୍ୟକ ଅମ୍ଳଜାନର ଉତ୍ପାଦନ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦେଶ ।
-ଆଇଏସ୍‌ସିଇ ଦଶମ, ଦ୍ବାଦଶ ପରୀକ୍ଷା ସ୍ଥଗିତ । ମେ ୪ରୁ ଆଇଏସ୍‌ସିଇ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଅଫଲାଇନ୍‌ରେ ହେବାର ଥିଲା ।
-ଆଜିଠାରୁ ରାଜ୍ୟର ୧୦ଟି ସୀମାନ୍ତ ଜିଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର‌୍ୟ୍ୟନ୍ତ ଓ ଅନ୍ୟ ୨୦ଟି ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର‌୍ୟ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ।
-ସୋମବାରଠାରୁ ବିପିୟୁଟି ସମେତ ଅନ୍ୟ ବୈଷୟିକ ବିଶ୍ବବିଦ୍ୟାଳୟ, କଲେଜରେ ପରୀକ୍ଷା ଓ ଅଫ୍‌ଲାଇନ୍ ପାଠପଢ଼ା ବନ୍ଦ ।
-ଅନ୍ତଃରାଜ୍ୟ ବସ୍ ସେବା ବାତିଲ କଲେ ସରକାର, ରାଜ୍ୟ ଭିତରେ ବସ୍ ସେବା ଜାରି ରହିବ ।
-୫୦ ଲକ୍ଷ ନିକଟତର ଟିକାକରଣ : ଦ୍ରୁତ ଗତିରେ ବଢ଼ୁଛି ୪୫ବର୍ଷରୁ ଊର୍ଦ୍ଧ୍ବଙ୍କ ଟିକାକରଣ ।
-୨ ମାସ ପାଇଁ ଓମ୍ଫ୍ରା ଆକଟ ଅନୁସାରେ ମାଛଧରା ଉପରେ ଲାଗିଲା ପ୍ରତିବନ୍ଧକ ।ଦୁଇ ମାସ ପାଇଁ ସରକାର ସହାୟତା ଯୋଗାଇ ଦେବାକୁ ଦାବି ।
-କଟକ ସ୍ବରେଜ ମ୍ୟାନ୍‌ହୋଲ୍‌ରେ ଫସି ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୃତକଙ୍କର ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା, ଔଋ ସସ୍‌ପେଣ୍ଡ୍ ।
-ଧାମରା ନଦୀରେ ୧୧୦ କୋଟି ବ୍ୟୟରେ ହେବ ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଭଦ୍ରକ ଏବଂ କେନ୍ଦ୍ରାପଡାରେ ବିକାଶର ଗତି ତ୍ୱରାନ୍ୱିତ ହେବ ।
-ନବରଙ୍ଗପୁର ଓ ଉମରକୋଟ ପୌରାଞ୍ଚଳ: ଆଜିଠାରୁ ପ୍ରତି ଶନିବାର ରବିବାର ସଟ ଡାଉନ ।
-ଅତି କମରେ ୧୫ଦିନ ପାଇଁ ଛତିଶଗଡ଼ରୁ ରେଳ ଚଳାଚଳ ବନ୍ଦ ଲାଗି କେନ୍ଦ୍ରକୁ ଅନୁରୋଧ କଲା ଓଡ଼ିଶା।
-ପଶ୍ଚିମବଙ୍ଗ ନିର୍ବାଚନ, ଭୋଟ ପୂର୍ବରୁ ରିଭୋଲ୍ୟୁସନାରୀ ସ୍ପେସିଆଲିଷ୍ଟ୍ ପାର୍ଟିର ଜଣେ ବିଧାୟକ ପ୍ରାର୍ଥୀଙ୍କ କରୋନାରେ ମୃତ୍ୟୁ ।
-ଉତ୍ତରପ୍ରଦେଶରେ ମାସ୍କ ନିୟମ ଉଲଂଘନ କଲେ ପଡିବ ମହଙ୍ଗା । ପ୍ରଥମ ଥର ଧରାପଡିଲେ ଗଣିବେ ୧୦୦୦ ଟଙ୍କା, ଦ୍ୱିତୀୟ ଥରରେ ୧୦ ହଜାର ତଣ୍ଡ ।
-ରେମଡେସିଭିରର ଅଭାବ ବେଳେ କଳାବଜାରୀ ଅଭିଯୋଗ, ୩୦-୪୦ ହଜାରରେ ବିକ୍ରି ହେଉଛି ୫୪୦୦ ଟଙ୍କାର ଇଞ୍ଜେକ୍ସନ୍ । ଏଭଳି ଖବର ଜଣେ ଫାର୍ମାସିଷ୍ଟ କହିଥିବା ହିନ୍ଦୁସ୍ତାନ ଟାଇମ୍ସରେ ଖବର ପ୍ରକାଶିତ ହୋଇଛି ।
-ମହାକୁମ୍ଭମେଳାରେ କରୋନା ପ୍ରକୋପ: ୬୮ ସା‌ଧୁ ସଂକ୍ରମିତ, ୧୦ ଜଣଙ୍କ ମୃତ୍ୟୁ ।
-ଫ୍ରାନ୍ସ ବିରୋଧୀ ହିଂସାରେ ଜଳୁଛି ପାକିସ୍ତାନ । ସୋସିଆଲ ମିଡିଆ ବ୍ୟାନ୍ କଲା ଇମ୍ରାନ ସରକାର
-ପଳାତକ ବ୍ୟବସାୟୀ ନିରବ ମୋଦୀଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଅନୁମୋଦନ ଦେଲା ବ୍ରିଟେନ୍ ।
-ବଜାରକୁ ଆସୁଛି ୟାମାହା କମ୍ପାନୀର ଲାଟେଷ୍ଟ ମଡେଲ୍ e-bike, , ପର୍ବତାରୋହୀଙ୍କ ପାଇଁ ସୁଗମ ହେବ ଯାତ୍ରା।
-ଆଇପିଏଲ୍: ପଂଜାବକୁ ୬ ଓ୍ବିକେଟରେ ପରାସ୍ତ କଲା ଚେନ୍ନାଇ ।
➡️କରୋନା ଟିପ୍ସ୍ : ସଚେତନତା ହିଁ ସୁରକ୍ଷାର ଉପାୟ ଅଧିକ ଯତ୍ନଶୀଳ ହେବା ଘର ବାହାରକୁ ଗଲେ ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା, ଘରକୁ ଫେରିଲେ ହାତ ଭଲଭାବେ ଧୋଇବା,ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା–ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । ଶୁଭ ସକାଳ,ସୁପ୍ରଭାତ।

Comments (0)
Add Comment