ଗଙ୍ଗାନଦୀରେ ଭାସୁଛି କରୋନା ରେ।ଗୀଙ୍କ ମୃତଦେହ

ଭୁବନେଶ୍ୱର୧୧/୫(ସତ୍ୟସନ୍ଧାନଡେସ୍କ)ଗଙ୍ଗାନଦୀରେ ଭାସୁଛି ଶବ ।ଏହିଭଳି ଦୃଶ୍ୟ ବିହାର ବକ୍ସର ଜିଲ୍ଲାର ଚୌସା ସ୍ଥିତ ମହାଦେବ ଘାଟର ଗଙ୍ଗା ନଦୀରେ ଦେଖରବାକୁ ମିଳିଛି । ଗଙ୍ଗାନଦୀରେ ୪୫ରୁ ଅଧିକ ମଣିଷଙ୍କ ମୃତଦେହ ଭାସୁଛି।ଏହାକୁନେଇ ସ୍ଥାନୀୟ ଅଞ୍ଚଳ ସହିତ ସମଗ୍ର ବକ୍ସର ଜିଲାରେଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଗତକାଲି ସକାଳେ ନଦୀ କୂଳରେ ଲୋକମାନେ ମୃତଦେହଗୁଡିକୁ ଦେଖିବାପରେ ପ୍ରଶାସନକୁ ଜଣାଇଥିଲେ। ତେବେ ଲୋକମାନଙ୍କଠାରୁ ଖବରପାଇ ପ୍ରଶାସନ ଅନୁଧ୍ୟାନ ଆରମ୍ଭ କରିଛି। ମୃତଦେହଗୁଡିକ ଉତ୍ତରପ୍ରଦେଶରୁ ନଦୀ ସ୍ରୋତରେ ଭାସିଆସିଥିବା ଅନୁମାନ କରାଯାଉଥିବାବେଳେ କରୋନାରେ ପ୍ରାଣ ହରାଇଥିବା ଏହି ଲୋକମାନଙ୍କ ପରିବାରବର୍ଗ ଅନ୍ତିମ ସଂସ୍କାର କରିବାକୁ ଅକ୍ଷମ ହୋଇ ସେଗୁଡିକୁ ନଦୀରେ ଫିଙ୍ଗି ଦିଆଯାଇଥିବା ର ଅନୁମାନ ପ୍ରଶାସନ କରିଛି ।

Comments (0)
Add Comment