ଭୁବନେଶ୍ୱର,୨୧ା୧୦(ଏସଏସନିଉଜ)ଗୋଟିଏ ନୁହେଁ ଲଗାତର ୩ଟି ଲଘୁଚାପ ନେଇ ଆକଳନ କରିଛି ପାଣିପାଗବିଭାଗ ।ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ଆକଳନ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି ।ଏହାପଶ୍ଚିମ ଉତ୍ତର-ପଶ୍ଚିମରେ ଗତି କରି ଅବପାତ ହେବା୩୬ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ ।ଗୋଟିଏ ସୃଷ୍ଟି ହୋଇଥିବାବେଳେ ୨୬ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ୩ୟ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ବେଶୀ ଘନୀଭୂତ ହୋଇ ନ ପାରୋତଥାପି ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କରେ ଅଧିକ ବର୍ଷା ହୋଇପାରୋ ୨୬/୨୭ ବେଳକୁ ଯେଉଁ ସିଷ୍ଟମ ସୃଷ୍ଟି ହେବ ଅଧିକ ଘନୀଭୂତ ସମ୍ଭାବନା ରହିଛି ।ପ୍ରଥମଟିର ବେଶୀ ପ୍ରଭାବ ନ ପଡ଼ିପାରେ ଓ ଦ୍ବିତୀୟର ପ୍ରଭାବ ବେଶୀ ରହିବ ।ମାତ୍ର ୩ଟି ଲଘୁଚାପ ନେଇ IMD ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।