ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ନିୟମ

ଗଞ୍ଜାମ,୨୨/୬(ଏସ ଏସ ନିୟୁଜ)ଗଞ୍ଜାମ ଜିଲ୍ଲାପାଳ ଏବେ ନୂଆ ନିୟମ କରିଛନ୍ତି।ବିନା ଟିକାରେ ଖୋଲିହେବ ନାହିଁ ଦୋକାନ।ଦୋକାନ ଖୋଳିବାକୁ ହେଲେ ଦୋକାନୀଙ୍କୁ ଟୀକା ନେବାକୁ ପଡିବ।ଦୋକାନୀ ଟିକା ନେବା ସହ ଦୋକାନ କର୍ମଚାରୀ ଟିକା ନେବା ହେଲା ବାଧ୍ୟତାମୂଳକ କରାଯାଇଛି।ଟିକା ନେଇ ନଥିଲେ ଆଉ ଖୋଲି ପାରିବେନି ଦୋକାନ ।ଏହାସହ ଗଞ୍ଜାମରେ ଦୋକାନ ଆଗରେ ଲଗାଇବେ ଟିକା ନେବା ପ୍ରମାଣପତ୍ର ଦୋକାନ ଆଗରେ ଲଗାଇବାକୁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାର ସବୁ ଦୋକାନୀ ଓ ଭେଣ୍ଡରମାନେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।ଏହାଦ୍ୱାରା ଗ୍ରାହକଙ୍କ ମଧ୍ୟରେ ଆସ୍ଥା ସୃଷ୍ଟି କରିବ ଓ ଏହାକୁ ଏନଫୋର୍ସମେଣ୍ଟ ସ୍କ୍ୱାଡ ଯାଞ୍ଚ କରିବ ବୋଲି କହିଛନ୍ତି ଜିଲାପାଳ ।

Comments (0)
Add Comment