ଜୁଲାଇରେ ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର,୨୯/୬(ଏସଏସନିୟୁଜ) ମାଟ୍ରିକ୍ ଫଳାଫଳ ବାହାରିବାପରେ ଅନେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଛାତ୍ରାଛାତ୍ରୀ ଓ ଅଭିଭାବକଙ୍କ ଦ୍ୱନ୍ଦ୍ୱ ଦୁର କରିବାପାଇଁ ଅଫଲାଇନ ମାଟ୍ରିକ ପରୀକ୍ଷା ଘୋଷଣା କରିଛି ବୋର୍ଡ।ବୋର୍ଡ ପକ୍ଷରୁ କୁହାଯାଇଛି, ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍ଲାଇନ ମାଟ୍ରିକ ପରୀକ୍ଷା ବ୍ୟବସ୍ଥା କରାଯାଉଛି। ଜୁଲାଇ ୫ରୁ ଅଫ୍‌ଲାଇନ ପରୀକ୍ଷା ନେଇ ଫର୍ମ ଫିଲ୍ଅପ୍ କରାଯିବ। ୧୦ ଦିନ ଭିତରେ ଫର୍ମ ଫିଲ୍ଅପ୍ ଶେଷ ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଅଫଲାଇନ୍ ପରୀକ୍ଷା ଦେବେ ସେହି ମାର୍କ ଫାଇନାଲ ହେବ । ଜୁଲାଇରେ ପରୀକ୍ଷା କରି ଶୀଘ୍ର ରେଜଲ୍ଟ ପ୍ରକାଶ କରାଯିବ । ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ପାଇଁ +୨ ନାମଲେଖା ସମସସ୍ୟା ହେବନି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

Comments (0)
Add Comment