ମହାବିଦ୍ୟାଳୟ ପରିସର ସଫା କଲେ ଛାତ୍ରଛାତ୍ରୀ

ଚନ୍ଦ୍ରଶେଖରପୁର,୨୬।୯(ଏସଏସ ନିଉଜ)ପଟିଆସ୍ଥିତ ରାଜା ମଧୁସୂଦନଦେବ ଡିଗ୍ରୀ ମହା ବିଦ୍ୟାଳୟରେ ଜାତୀୟ ସେବା ଯୋଜନା(ଏନଏସଏସ)ଶାଖା ତରଫରୁ ରାଷ୍ଟ୍ରୀୟସ୍ତର କାର୍ୟ୍ୟକ୍ରମ ଆଧାରରେ ସ୍ୱଚ୍ଛତା ହିଁ ସେବା ପର୍ବ ଗୁରୁବାର ଅପରାହ୍ନରେ ପାଳିତ ହୋଇଯାଇଛି।ସେପ୍ଟେମ୍ବର ୧୭ରୁ ଗାନ୍ଧୀଜୟନ୍ତୀ ଅକ୍ଟୋବର ୨ପର୍ୟ୍ୟନ୍ତ ପାକ୍ଷିକ ଯୋଜନାରେ ଶତାଧିକ ଛାତ୍ରୀଛାତ୍ର ,ଅଧ୍ୟାପକଅଧ୍ୟାପିକା ଓ କର୍ମଚାରୀମାନେ ସାମିଲ ହୋଇ କଲେଜପରିସରକୁ ସଫାକରିଥିଲେ।ପରିସର ମଧ୍ୟରେଥିବା ସମସ୍ତ ବୃକ୍ଷରାଜିମୁଳ, ଶିକ୍ଷାଗୃହ, ଖେଳପଡିଆ ଆଦିସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ।ଭାରତୀୟ ଯୋଗ ସଂସ୍ଥାନର ନଗରମୁଖ୍ୟ ପରମାନନ୍ଦ ସାହୁ ଏହି ସ୍ୱଚ୍ଛତା ପର୍ବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ମହାବିଦ୍ୟାଳୟର ଏନଏସଏସ ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧକ୍ଷ ଡ.ପ୍ରଶାନ୍ତ କୁମାର ରାଉତ, ଅଧ୍ୟାପିକା ମଧୁସ୍ମିତା ମହାନ୍ତି.ଅଧ୍ୟାପକ ଧନଞୟଭୁୟାଁ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।(ଜିତ ରାଉତଙ୍କ ରିପୋର୍ଟ)

Comments (0)
Add Comment