ମୃତ ମହିଳାଙ୍କ ପରିଚୟ ମିଳିଲା

ସାକ୍ଷୀଗୋପାଳ,୨୦ା୩(ଏସଏସନିଉଜ)ସତ୍ୟବାଦୀଥାନା ଅର୍ନ୍ତଗତ ପରଜାପଡା ପଂଚୟତର ଚିଲପାଟଣା ଗ୍ରାମମୁଣ୍ଡ ଭାର୍ଗବୀନଦୀକୁଳରେ ଅଖାରେ ବନ୍ଧା ହୋଇପଡିଥିବା ମୃତଦେହର ପରିଚୟ ପୋଲିସ ପାଇପାରିଛି ।ମୃତଦେହ ହେଉଛି ବଳଙ୍ଗାଥାନା ଅଧିନସ୍ଥ ଖଡିକୁଦାଗ୍ରାମର ଜଣେ ମହିଳାଙ୍କର ବୋଲି ପୋଲିସ ଜାଣିବାକୁ ପାଇବାସହ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଛି ।ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ,ପୁଅକୁ ଥାନାକୁ ଆଣି ପଚରାଉଚରା ଆରମ୍ଭ କରିଛି ।ଚା କରିବାକୁ ନେଇ ଶାଶୁ ଓ ବୋହୁଙ୍କ ମଧ୍ୟରେ ଝଗଡାଲାଗିବାସହ ବୋହୁ ଆତ୍ମହତ୍ୟା କରିଥିବାର ପୋଲିସକୁ ମୃତକଙ୍କ ସ୍ୱାମୀ ଓ ପୁଅ ସୁଚନା ଦେଇଥିଲେ ।

Comments (0)
Add Comment