ନୁଆରୁପରେ ନନ୍ଦନକାନନର ଟୟଟ୍ରେନ୍‌

ବାରଙ୍ଗ,୧୬/୪(ଏସଏସନିୟୁଜ)ନୁଆରୁପରେ ସଜେଇହୋଇଛି ପ୍ରାଣିଉଦ୍ୟାନ ନ୍ଦନକାନନର ଟୟଟ୍ରେନ ବା ଶିଶୁରେଳଗାଡି ।ମେଟ୍ରୋଟ୍ରେନ ସଦୃଶ ତାରଆକୃତି ହୋଇଛି ।ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରିବାପାଇଁ ନନ୍ଦନକାନନ କର୍ତୁପକ୍ଷ ଭରପୁର ଉଦ୍ୟମ କରିଛନ୍ତି । ଟୟଟ୍ରନର ନୁଆ କଳେବର ହୋଇଛି । ତେବେ ଦୀର୍ଘବର୍ଷର ବ୍ୟବଧାନ ପରେ ଏହା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣ ସାଜିବ ବୋଲି ଆଶା ରଖିଛନ୍ତି କର୍ତୁପକ୍ଷ । ୪କୋଟି୮୦ଲକ୍ଷଟଙ୍କାର ବ୍ୟୟବରାଦରେ ନୁଆ ଢଙ୍ଗରେ ଆକର୍ଷଣିୟ ବଗି ସହ ବେଟରାରୀ ଚାଳିତ ଇଞିନ କୁ ସ୍ଥାନ ଦେଇଛନ୍ତି କର୍ତୁପକ୍ଷ । ୧୯୭୧ଅଗଷ୍ଟ୮ତାରିଖରୁ ନନ୍ଦନକାନନରେ ଆରମ୍ଭ ହୋଇଥିବା ଶିଶୁରେଳଗାଡିକୁ ନନ୍ଦନକାନନ କର୍ତୁପକ୍ଷ ଘରୋଇକରଣରେ ଦେଇଥିଲେ । ୨୦୧୩ମସିହା ରେ ଚଳାଇବାପାଇଁ ୫ବର୍ଷିୟା ଚୁକ୍ତି କରି ସିଟିକନ ନାମକ ଏକ ସଂସ୍ଥା ନେଇଥିଲେ ମଧ୍ୟ ବ୍ୟବସାୟିକ କ୍ଷତି ଦର୍ଶାଇ ୨୦୧୪ରେ ଏହି ସଂସ୍ଥା ଶିଶୁରେଳଗାଡି ପ୍ରଚଳନକୁ ବନ୍ଦ କରିବାପରେ ନନ୍ଦନକାନନରେ ଶିଶୁ ରେଳଗାଡିର ଅଚଳାବସ୍ଥା ଦେଖାଦେଇଥିଲା ।ଏହାପରଠାରୁ ଏହାର ପୁଃନଉଦ୍ଧାର କରିବାପାଇଁ ଉଦ୍ୟମ ଆରମ୍ଭ ହୋଇଥିବାବେଳେ ଏବେ ସାକାର ରୁପରେଖ ନେବାକୁ ୍‌ଯାଉଥିବାର ଦେଖିବାକୁ ମିଳିଛି ।ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

 

Comments (0)
Add Comment