ପୁଲିସର ଦାଦାଗିରି

ଖବର ଆଜିର,ତାରିଖ ୧୩-୦୪-୨୦୨୧/ ମଙ୍ଗଳବାର

୧-ଶେଷ ବଲ୍ ଯାଏ ଜୋରଦାର ଲଢ଼େଇ: ସାମସନଙ୍କ ଶତକୀୟ ପାଳି ବେକାର, ୪ ରନ୍‌ରେ ଜିତିଲା ପଞ୍ଜାବ ।
୨-ଭୁବନେଶ୍ଵରରେ ପ୍ରତିଷ୍ଠା ହେବ କ୍ୟାନସର ହସ୍‌ପିଟାଲ୍‌, ୩୪୦କୋଟି ଟଙ୍କା ଅନୁଦାନ ଦେବେ ସୁବ୍ରତ ବାଗଚୀ ଓ ସସ୍ମିତା ବାଗଚୀ ।
୩-କରୋନାକୁ ନେଇ ବିଶେଷଜ୍ଞଙ୍କ ଆକଳନ । ଓଡିଶାରେ ମେ ମାସରେ ଶୀର୍ଷ ଛଇଁପାରେ କରୋନା, ନିହାତି ଆବଶ୍ୟକ ନଥିଲେ ହସ୍ପିଟାଲ ନ ଯିବାକୁ ପରାମର୍ଶ ।
୪–ସୁଶୀଲ ଚନ୍ଦ୍ରା ଦେଶର ନୂଆ ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି) ନିଯୁକ୍ତ ହୋଇଛନ୍ତି।
୫-ମାକ୍ସ ଚେକିଂ ଆଳରେ ଆରଡି ପୁଲିସର ଦାଦାଗିରି, ଯୁବକଙ୍କୁ ପୁଲିସ ମାଡ ମାରିବା ଭିଡିଓ ଭାଇରାଲରୁ ଆସିଲା ସତ୍ୟ ଘଟଣା, ଏସପିଙ୍କ ଦ୍ୱାରସ୍ଥା ହେଲେ ଯୁବକଙ୍କ ବାପା-ମା’ ।
୬-ରାଜ୍ୟରେ ଟିକାର ଅଭାବ: ପୁନର୍ବାର ରାଜ୍ୟକୁ ଟିକା ଯୋଗାଇଦେବା ପାଇଁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।
୭-ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ୨୪ ଘଣ୍ଟା ରୋକ ଲଗାଇଲେ ଋଉ, ଜବାବରେ ଧାରଣା ଦେବେ କହିଲେ ଦିଦି ।
୮-ମୋଦୀଙ୍କୁ ସୋନିଆଙ୍କ ପତ୍ର: ବୟସ ପରିବର୍ତ୍ତେ ଆବଶ୍ୟକତା ଅନୁସାରେ କରୋନା ଟିକା ଦିଆଯାଉ
୯-ବନ୍ଦ ହୋଇଥିବା ସମସ୍ତ ସରକାରୀ ଓ ଘରୋଇ କୋଭିଡ୍ ଚିକିତ୍ସାକେନ୍ଦ୍ରକୁ ପୁଣି ଖୋଲିବା ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର ।
୧୦-୧୦୦କୋଟିର ବଟି ମାମଲା: ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କୁ ପଚରାଉଚରା କରିବ ଉଈଓ, ପଠାଇଛି ନୋଟିସ୍ ।
୧୧-ଭିଡିଓ କନଫରେନ୍ସ ମାଧ୍ୟମରେ ପିପିଲିବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ କଲେ ନିବେଦନ ।
୧୨-ଏଲଏସିରେ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ମୁତୟନ କରିଛି ଚୀନ, ଭାରତର ଚିନ୍ତା ।
୧୩-କାଳବୈଶାଖୀ ସମ୍ଭାବନା – ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ ।
୧୪-ଷ୍ଟକ ବଜାରରେ ବଡ଼ଧରଣର ହଲଚଲ : ସେନସେକ୍ସ ୧୭୦୮ ପଏଣ୍ଟ ହ୍ରାସ ପାଇଥିବାବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ୫୨୪ ପଏଣ୍ଟ ହ୍ରାସ ।
୧୫-ଭାରତରେ ଜରୁରିକାଳୀନ ବ୍ୟବହାର ପାଇଁ କରୋନା ଟିକା ସ୍ଫୁଟନିକ୍ ଭି’କୁ ମିଳିଲା ମଞ୍ଜୁରୀ ।
୧୬-ଆତ୍ମସମର୍ପଣ କଲା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରର ମୁଖ୍ୟ ସହଯୋଗୀ .।
୧୭-ଶ୍ରୀମନ୍ଦିରକୁ ଖିମ୍‌ଜୀ ଫାଉଣ୍ଡେସନର ୧୧ କୋଟି ଟଙ୍କା ସହାୟତା ।
୧୮-ଓୟୋକୁ ପେଡ୍ କ୍ୱାରେଣ୍ଟାଇନ ଘୋଷଣା କଲା ବିଏମସି ।
ଶୁଭ ସକାଳ,ସୁପ୍ରଭାତ

Comments (0)
Add Comment