ପ୍ରେମିକାକୁ ମାରି ଫ୍ରିଜରେ ରଖିଲା ପ୍ରେମିକ

ଭୁବନେଶ୍ୱର,୧୫ା୨(ଏସଏସନିଉଜ) ଦିଲ୍ଲୀରେ ଶ୍ରଦ୍ଧାହତ୍ୟାର ପୁନରାବୃତ୍ତି ହୋଇଛି ।ବାହାଘର ଦିନ ପ୍ରେମିକାକୁ ମାରି ଫ୍ରିଜରେ ରଖିଲା ପ୍ରେମିକ। ନଜଫଗଡ୍ ମିତ୍ରୋନ୍ ଗାଁରେ ଶ୍ରଦ୍ଧାପୁନୱାଲ ହତ୍ୟାକାଣ୍ଡର ପୁନରାବୃତ୍ତି। ପ୍ରେମିକାକୁ ମାରିବା ପରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କଲା। ୨୪ବର୍ଷୀୟ ପ୍ରେମିକ ସାହିଲଗେହଲଟଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।ସାହିଲ ପ୍ରେମିକା ନିକ୍କି ଯାଦବଙ୍କସହ ଦୀର୍ଘବର୍ଷହେବ ଏକାଠିରହୁଥିଲେ। ସାହିଲଙ୍କପରିବାର ବିରୋଧ କରିବାସହ ଅନ୍ୟତ୍ର ବାହାଘର ଠିକ କରିଥିଲେ। ଫେବ୍ରୁଆରୀ୯ରେ ସାହିଲଙ୍କ ବାହାଘର ଅନ୍ୟତ୍ର ଠିକ ହୋଇଥିଲାାଖବରପାଇ ୯ତାରିଖରେ ନିକ୍କି ସାହିଲଙ୍କ ପାଖରେ ପହଞ୍ଚିଥିଲେ। ନିକ୍କି ବିରୋଧ କରିବାରୁ ସାହିଲ ମୋବାଇଲ କେବୁଲରେ ତଣ୍ଟିଚିପି ମାରଥିଲା। ହତ୍ୟା କରିବାପରେ ନିଜଢାବାରେ ଥିବା ଫ୍ରିଜ୍‌ରେ ମୃତଦେହ ରଖିଥିଲା ।

 

Comments (0)
Add Comment