ପ୍ରିୟଙ୍କାଙ୍କ ୭ଟି ପ୍ରତିଶ୍ରୁତି

ଆଜିର ଖବର,ତାରିଖ–୨୪-୧୦-୨୦୨୧(ରବିବାର)

୧. କରୋନା ପାଇଁ ୨ବର୍ଷ ତଳକୁ ଖସିଆସିଛି ପ୍ରତ୍ୟାଶିତ ଜୀବନକାଳ: ଅଧ୍ୟୟନ ।
୨. ଫୈଜାବାଦ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରି ଅଯୋଧ୍ୟା କ୍ୟାଣ୍ଟ୍ କଲେ ଯୋଗୀ ସରକାର ।
୩. ଏଣିକି ଟିଭିରେ ଦେଖିବାକୁ ମିଳିବନି ଆଲିଙ୍ଗନ ଦୃଶ୍ୟ! ବ୍ୟାନ ଲଗାଇଲେ ପାକିସ୍ତାନ ସରକାର ।
୪. ପେଟ୍ରୋଲ୍‌ ଓ ଡିଜେଲ୍‌ ଟିକସ ମାଗଣା ଭୋଜନ ଏବଂ ଅନ୍ୟାନ୍ୟ ଯୋଜନାକୁ ପାଣ୍ଠି ଯୋଗାଉଛି: ହରଦୀପ ସିଂହ ପୁରୀ ।
୫. ଟେରର ଫଣ୍ଡିଂ ମାମଲା: ୩ବର୍ଷ ଜେଲରେ ରହିବା ପରେ ପ୍ରମାଣ ଅଭାବରୁ ସମସ୍ତ ୪ଅଭିଯୁକ୍ତଙ୍କୁ ଦୋଷମୁକ୍ତ କଲେ କୋର୍ଟ ।
୬. ୟୁପି ନିର୍ବାଚନ ପାଇଁ ପ୍ରିୟଙ୍କାଙ୍କ ୭ଟି ପ୍ରତିଶ୍ରୁତି, କ୍ଷମତାକୁ ଆସିଲେ ଆଣିବେ ଏସବୁ ପରିବର୍ତ୍ତନ ।
➡️ପ୍ରିୟଙ୍କା କରିଥିବା ୭ଟି ବଡ଼ ଘୋଷଣା ମଧ୍ୟରେ ରହିଛି:-୧. ୨୦ଲକ୍ଷ ସରକାରୀ ଚାକିରି।
୨. ମହାମାରୀ ସମୟର ସମସ୍ତଙ୍କ ବିଦ୍ୟୁତ୍ ବିଲ୍ ଅଧା ଛାଡ କରାଯିବ।୩. କରୋନା ମହାମାରୀ ସମୟରେ ବେରୋଜଗାର ହୋଇଥିବା ପରିବାରକୁ ୨୫୦୦୦ ହଜାର ଆର୍ଥିକ ସହାୟତା ଦିଆଯିବ।୪. ୨୫୦୦ରେ ଗହମ-ଧାନ ଏବଂ ଆଖୁ ୪୦୦ଟଙ୍କାରେ କିଣାଯିବ।୫. ମହିଳାମାନଙ୍କୁ ଟିକେଟ୍ ର ୪୦ ପ୍ରତିଶତ ଅଂଶ ଦିଆଯିବ।
୬. ଦ୍ବାଦଶ ଶ୍ରେଣୀ ଛାତ୍ରୀମାନଙ୍କୁ ସ୍ମାର୍ଟଫୋନ୍ ଏବଂ ସ୍ନାତକ ପାସ କରିଥିବା ଛାତ୍ରୀମାନଙ୍କୁ ବିଦ୍ୟୁତ୍ ଚାଳିତ ସ୍କୁଟି ଦିଆଯିବ।୭. କୃଷକଙ୍କ ସମ୍ପୂର୍ଣ୍ଣ ଋଣ ଛାଡ କରାଯିବ।

୭. ପ୍ରଥମେ ସୀମା ପୁନଃନିର୍ଦ୍ଧାରଣ, ପରେ ଜମ୍ମୁ ଓ କଶ୍ମୀରକୁ ରାଜ୍ୟ ମାନ୍ୟତା : ଶାହ
୮. ବ୍ରିଟେନରେ ବ୍ୟାପୁଛି ଡେଲ୍ଟା ପ୍ଲସ୍ ଭାରିଆଣ୍ଟ, ପ୍ରତ୍ୟେକ ଦିନ ୪୦ ହଜାର ଉପରେ ରହୁଛି ସଂକ୍ରମଣ ।
୯. ଇଣ୍ଡିଆ ସ୍କିଲ୍ସ ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଓଡ଼ିଶାର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ୨୩ଟି ସ୍ୱର୍ଣ୍ଣ ଓ ୨୦ଟି ରୌପ୍ୟ ପଦକ ହାସଲ କଲେ ଓଡ଼ିଆ ପ୍ରତିଯୋଗୀ ।
୧୦. ରାଉରକେଲାର ଝିଅ ପ୍ରତୀକ୍ଷାଙ୍କୁ ମିଳିଲା ‘ମିସ୍ ଇକୋ ଇଣ୍ଟରନ୍ୟାସନାଲ-୨୦୨୧’ ମୁକୁଟ ।
୧୧. କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେସନ୍‌ସ(ସିଆଇଏସ୍‌ସିଇ) ପରିଚାଳିତ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ଟର୍ମ-୧ ପରୀକ୍ଷା ଅଫ୍‌ଲାଇନ୍‌ରେ ହେବ । ଏ ନେଇ ଶନିବାର ସିଆଇଏସ୍‌ସିଇ ପକ୍ଷରୁ ଘୋଷଣା କରାଯାଇଛି ।
୧୨. ଟି-୨୦ ବିଶ୍ବକପ : ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଇଂଲଣ୍ଡର ସହଜ ବିଜୟ, ୬ ଓ୍ବିକେଟରେ ଜିତିଲା ଇଂଲିସ ଟିମ ।
୧୩. ଖୁବ ଶୀଘ୍ର ଜୟପୁର ଏୟାରପୋର୍ଟର କାର୍ଯ୍ୟ ଶେଷ ହେବ। ଆପ୍ରୋଚ ରୋଡ୍‌, ପୁଲିସ ଓ ସିକ୍ୟୁରିଟି ଗାର୍ଡମାନଙ୍କର ବାରାକ କାର୍ଯ୍ୟ ଜୋରସୋରରେ ଚାଲିଛି ।
୧୪. ଟି-୨୦ ବିଶ୍ୱକପ: ଆଜି ଭାରତ-ପାକ୍ ମହାମୁକାବିଲା ।
୧୫. କେରଳରେ ଦିନକରେ ୫୬୩ ମୃତ ।
୧୬. ରାଜ୍ୟରେ ଗୋଟିଏ ଦିନରେ ୪୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୭୯୬୪ କୁ ବୃଦ୍ଧି ପାଇଛି ।
୧୭. ଦିଆସିଲି ହେବ ଦୁଇ ଟଙ୍କା ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)
ଶୁଭସକାଳ , GOOD MORNING

Comments (0)
Add Comment